୧ ମ ପିତର୍ 2:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ତମେ ନୁଆ ଜିବନ୍ ପାଇଲାର୍ପାଇ ସବୁ କାରାପ୍ ବିସଇର୍ଟାନେଅନି ଦୁରିକେ ରୁଆ । ସବୁ ରକାମ୍ ମିଚ୍ କଇବାଟା, ନାଡାଇବାଟା, ଇଁସା ଅଇବାଟା ଆରି ନିନ୍ଦା କାତା କଇବାଟା ଚାଡିଦିଆସ୍ । အခန်းကိုကြည့်ပါ။ |
ତମେ ନିଜର୍ ଆଁକିଟାନେ ରଇବା ବଡ୍ଟା କାଚ୍ରା ନ ଦେକିକରି, ନିଜର୍ ବାଇର୍ ଆଁକି ଟାନେ ରଇବା ସାନ୍ କାଚ୍ରା ଦେକି କେନ୍ତି କଇପାରାସ୍, ଆଉ ବାଇ ତମର୍ ଆଁକିଅନି କାଚ୍ରା ବାର୍କରାଇଦେବି ? ଏ କୁଟିଆଲ୍ମନ୍, ପର୍ତୁମ୍ ନିଜର୍ ଆଁକିଅନି କାଚ୍ରା ବାର୍କରାଇପାକା, ତାର୍ପଚେ ନିଜର୍ ବାଇର୍ ଆଁକିଟାନେ ରଇବା କାଚ୍ରା ସବୁ ବାର୍କରାଇବାକେ, ନିକକରି ଦେକିପାରାସ୍ ।”
ମୁଇ ବେସି ଚିନ୍ତାଇ ଆଚି, ମୁଇ ତମର୍ ଟାନେ ଆଇଲାବେଲେ, ମନ୍ ନ କର୍ବା ଚଲାଚଲ୍ତି ତମର୍ ବିତ୍ରେ ଦେକ୍ବି ମିସା । ସେନ୍ତାରି ଅଇଲେ, ମୁଇ ତମ୍କେ ଦମ୍କାଇବାକେ ପଡ୍ସି ଆରି ସେଟା ତମେ ମନ୍ ନ କରାସ୍ । ତେଇ କେତେଟା ଜୁଜିଆଲ୍ମନ୍, ଇଁସ୍ଲିଆମନ୍, ଦାପ୍ରେ ରିସା ଅଉମନ୍, ନିଜର୍ ବିସଇ ଦେକାଇ ଅଉମନ୍, ତାର୍ ବାଇମନ୍କେ ନିନ୍ଦା କରୁମନ୍, ତିପ୍ଲିଆମନ୍, ବଡ୍ପନିଆମନ୍, ଆରି ବିସ୍ବାସିମନ୍ ଗଟେକ୍ ମନ୍ ନ ଅଇଲାଟା ଦେକ୍ବି ।
ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ ।
ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ କୁଟ୍ କାତା କୁଆ ନାଇ । ଜଦି ବିସ୍ବାସି ବାଇମନର୍ ବିରୁଦେ କୁଟ୍ କାତା କଇ ତାକେ ଦସ୍ ଦେଇସା, ତମେ ପର୍ମେସରର୍ ନିୟମ୍ ବିରୁଦେ କାତା ଅଇଲାସ୍ନି । ଆରି ତାର୍ ନିୟମ୍କେ ବିଚାର୍ କଲାସ୍ନି । ପର୍ମେସରର୍ ନିୟମ୍ ବିଚାର୍ କଲେ, ତମେ ତାର୍ ଆଦେସ୍ ମାନାସ୍ ନାଇ । ମାତର୍ ବିଚାର୍କାରିଆ ଇସାବେ ରଇଲାସ୍ନି ।