15 ଜେ ମିସା ଜିସୁକେ ପର୍ମେସରର୍ ପଅ ବଲି ନାମ୍ଲେ, ପର୍ମେସର୍ ସେ ଲକର୍ ସଙ୍ଗ୍ ମିସିରଇସି । ଆରି ସେ ମିସା ପର୍ମେସରର୍ ସଙ୍ଗ୍ ରଇସି ।
“ଜେ ମକେ ସବୁର୍ ମୁଆଟେ ‘ମର୍ ଲକ୍’ ବଲି ନାମ୍ସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ସେମନ୍କେ ‘ମର୍ ଲକ୍’ ବଲି କଇବି ।
“ଆରି ମୁଇ ତମ୍କେ କଇଲିନି, ଜେ ଜଦି ମକେ ଲକ୍ମନର୍ ମୁଆଟେ ନାମ୍ସି ଆରି ବିସ୍ବାସ୍ କର୍ସି, ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ମିସା ପର୍ମେସରର୍ ଦୁତ୍ମନର୍ ମୁଆଟେ ତାକେ ନାମ୍ବି ।
ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି, ସେ ମର୍ଟାନେ ରଇସି ଆରି ମୁଇ ତାର୍ଟାନେ ରଇବି ।
“ଇତି ପାନି ଆଚେ, କାଇ ଅସୁବିଦା ନ ରଇଲେ ମକେ ଡୁବନ୍ ଦିଆ ।”
ଜଦି ଉଁ, କିରିସ୍ଟସେ ମାପ୍ରୁ ବଲି କଇଲାସ୍ନି ଆରି ଉଁ, ପରମେସର୍ ତାକେ ମଲାତେଇଅନି ଉଟାଇଲା ଆଚେ ବଲି ମନେ ମନେ ବିସ୍ବାସ୍ କଲାସ୍ନି, ସେନ୍ତାର୍ ଆଲେ ତମେ ମୁକ୍ତି ପାଇସା ।
ଆରି ସବୁ ଲକ୍ ଜିସୁକିରିସ୍ଟସେ ମାପ୍ରୁ ବଲି ମାନିଅଇବାଇ । ଏନ୍ତାରି ଅଇଲେ ବାବା ପର୍ମେସର୍ ଡାକ୍ପୁଟା ପାଇସି ।
ଜେ ଜଦି ପର୍ମେସରର୍ ପଅକେ ନାମେ ନାଇ, ସେ ବାବା ପର୍ମେସର୍କେ ମିସା ନାମେ ନାଇ, ଜେ ପର୍ମେସରର୍ ପଅକେ ନାମ୍ସି, ସେ ବାବା ପର୍ମେସର୍କେ ମିସା ନାମ୍ସି ।
ତମେ କିରିସ୍ଟର୍ ସଙ୍ଗ୍ ଜିବାକେ ଆରାମ୍ ଅଇଲାତେଇଅନି ଜନ୍ କବର୍ ସୁନିଆଚାସ୍, ସେଟା ସବୁବେଲେ ମନେ ପାକାଆ । ଜଦି ସେ କବର୍ ତମର୍ ମନେ ରଇସି, ସେନ୍ତାର୍ଆଲେ ତମେ ବାବା ପର୍ମେସର୍ ସଙ୍ଗ୍ ଆରି ତାର୍ ପଅର୍ ସଙ୍ଗ୍ ମିସିକରି ରଇସା ।
ଆରି ଏଟା ଅଇଲାନି ତାର୍ ଆଦେସ୍ । ତାର୍ ପଅ ଜିସୁକିରିସ୍ଟକେ ବିସ୍ବାସ୍ କର୍ବାର୍ ଆରି ଜିସୁ ତିଆର୍ଲାପାରା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ।
ଜେତ୍କି ଲକ୍ ତାର୍ ଆଦେସ୍ ମାନ୍ବାଇ, ସେମନ୍ ସବୁ ପର୍ମେସରର୍ ସଙ୍ଗ୍ ମିସ୍ଲାଇ ଆଚତ୍ । ଆରି ସେ ମିସା ସେନ୍ତାରିସେ । ସେ ଆମର୍ ବତିରେ ଆଚେ ବଲି ଏନ୍ତାରି ଆମେ ଜାନ୍ଲୁନି । ଜନ୍ ସୁକଲ୍ଆତ୍ମା ପର୍ମେସର୍ ଆମର୍ ବିତ୍ରେ ରଇବାକେ ଦେଲାର୍ପାଇ ।
କେ ମିସା ପର୍ମେସର୍କେ ଦେକତ୍ ନାଇତା । ମାତର୍ ଆମେ ଜଦି ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କଲେ, ପର୍ମେସର୍ ଆମର୍ ସଙ୍ଗ୍ ମିସିଆଚେ । ସେ ଆମର୍ଟାନେ ତାର୍ ଆଲାଦ୍ ସିଦ୍ କର୍ସି ।
ଗଟେକ୍ ଲକର୍ଟାନେ ପର୍ମେସରର୍ ଆତ୍ମା ଆଚେ କି ନାଇ ବଲି ଏନ୍ତାରି ତମେ ଜାନ୍ସା । ଜେ ଜିସୁକିରିସ୍ଟ ନର୍ରୁପ୍ ଦାରି ଏ ଜଗତେ ଆଇଲା ବଲି କଇଲେ, ତାର୍ଟାନେ ପର୍ମେସରର୍ ଆତ୍ମା ଆଚେ ।
ଜେ କି ଜିସୁକେ ମସିଅ ବଲି ବିସ୍ବାସ୍ କର୍ସି, ସେ ପର୍ମେସରର୍ ପିଲା । ଆରି ଜେ କି ବାବାକେ ଆଲାଦ୍ କର୍ସି, ସେ ତାର୍ ପିଲାକେ ମିସା ଆଲାଦ୍ କର୍ସି ।
ଏ ଜଗତ୍କେ କେ ଆରାଇପାର୍ସି ? ଜିସୁକେ ପର୍ମେସରର୍ ପଅ ବଲି ଜେ ବିସ୍ବାସ୍ କର୍ସି, ସେ ଏ ଜଗତ୍କେ ଆରାଇସି ।
କାଇକେ ବଇଲେ ମୁଇ ଏନ୍ତିବଲି କଇଲିନିଜେ ସତ୍ ନ ରଇବା ବିସଇ ସିକାଇକରି ଲକ୍ମନ୍କେ ନାଡାଇବା ବେସି ଲକ୍ ଗୁଲାଇବାଟେ ଆଚତ୍ । ଜିସୁକିରିସ୍ଟ ନର୍ରୁପ୍ ଦାରି ଏ ଜଗତେ ଆସେନାଇ ବଲି ସେମନ୍ କଇବାଇ । ଜଦି କେ ମିସା ସେନ୍ତାରି କଇଲେ, ସେ ଲକ୍ମନ୍କେ ନାଡାଇବା କିରିସ୍ଟର୍ ବିରଦି ।