11 ଏ ମର୍ ଆଲାଦର୍ ମଇତର୍ମନ୍, ଜେନ୍ତିକି ପର୍ମେସର୍ ଆମ୍କେ ଏତେକ୍ ଆଲାଦ୍ କଲାର୍ପାଇ, ଆମେମିସା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ସେନ୍ତାରି ଆଲାଦ୍ କର୍ବାର୍ ଆଚେ ।
ସାସ୍ତର୍ ସିକାଉ କଇଲା, “ଜନ୍ ଲକ୍ ତାକେ ଦୟାକଲା, ସେ ଆକା ।” ଜିସୁ ତାକେ କଇଲା, “ଜା ତୁଇ ମିସା ସେନ୍ତାରି କର୍ ।”
ମୁଇ ତମ୍କେ ଗଟେକ୍ ନୁଆ ଆଦେସ୍ ଦେଲିନି, ତମେ ତମର୍ ନିଜର୍ ନିଜର୍ ବିତ୍ରେ ଆଲାଦ୍ କରା । ମୁଇ ଜେନ୍ତି ତମ୍କେ ଆଲାଦ୍ କଲିଆଚି, ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ କର୍ବାର୍ଆଚେ ।
ସବୁ ରକାମର୍ କୁଟ୍ କାତା ଚିନ୍ତା କର୍ବାଟା, ରିସା ଅଇବାଟା,କିରଜାଟି କର୍ବାଟା, ନିନ୍ଦା କାତା କଇବାଟା, ଇଁସା ତଲା ଅଇବାଟା, ଏ ସବୁଜାକ ତମର୍ଟାନେ ଅନି ଦୁରିକେ ସଙ୍ଗୁଆ ।
ତମର୍ ତମର୍ ବିତ୍ରେ ଦସ୍ ଦାରାଦାରି ଅଇ ବୁଲ୍କଲେ କେମା ଦିଆଦିଇ ଉଆ । ବିନ୍ ଲକର୍ ବିରଦ୍ କାତା ରଇଲେ ମୁର୍ଚିକରି କେମା ଦିଆଦିଇ ଉଆ । ମାପ୍ରୁ ତମ୍କେ କେମା ଦେଲାପାରା ତମର୍ ବିତ୍ରେ କେମା କରାକରି ଉଆ ।
ଏ ମର୍ ଆଲାଦର୍ ମଇତର୍ମନ୍, ମୁଇଁ ତମର୍ ଲଗେ କାଇମିସା ନୁଆ ଆଦେସ୍ ଲେକିନାଇ । ତମେ ଜିସୁର୍ ସଙ୍ଗ୍ ଜିବାକେ ଆରାମ୍ କଲାବେଲେଅନି, ଏ ସମାନ୍ ଆଦେସ୍ ତମେ ଜାନିଆଚାସ୍ । ସେ ପୁର୍ନା ଆଦେସ୍ ସୁନି ସାରାଇଆଚାସ୍ ।
ଏ କବର୍ ତମେ ଆଗ୍ତୁଅନି ସୁନିଆସିଆଚାସ୍ । ସେଟା ଅଇଲାନି, ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ଆଚେ ।
ଆରି ଏଟା ଅଇଲାନି ତାର୍ ଆଦେସ୍ । ତାର୍ ପଅ ଜିସୁକିରିସ୍ଟକେ ବିସ୍ବାସ୍ କର୍ବାର୍ ଆରି ଜିସୁ ତିଆର୍ଲାପାରା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ।
ଏ ମର୍ ଆଲାଦର୍ ମଇତର୍ମନ୍, ଆମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରାକରି ଅଉଁ । କାଇକେବଇଲେ ଆଲାଦ୍ କର୍ବାକେ ପର୍ମେସର୍ ଆମ୍କେ ସାଇଜ କର୍ସି । ଜେ ଜଦି ବିନ୍ ଲକ୍ମନ୍କେ ଆଲାଦ୍ କର୍ସି, ସେ ପର୍ମେସରର୍ ପିଲା ଆରି ପର୍ମେସର୍କେ ଜାନେ ।
ଏବେ ଆରି ମର୍ ଆଲାଦର୍ ବଇନି, ମୁଇ ତକେ ଗଟେକ୍ ବିସଇ କର୍ବାକେ କଇବି । ଗଟେକ୍ ନୁଆ ଆଦେସ୍ କର୍ ବଲି କଇନାଇ । ମାତର୍ କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ମୁଇ ମାଙ୍ଗ୍ଲିନି ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।