୧ମ କରନ୍ତିୟ 9:24 - ସତିଅର୍ ବାଟ୍ ନୁଆ ନିୟମ୍ 202024 ଆରାଜିତା ଟାନେ ପାଲାଇବା ଲକ୍ ବେସି ଆଚତ୍, ଏଟା ସତ୍ । ମାତର୍ ଗଟେକ୍ ଲକ୍କେସେ ପୁରୁସ୍କାର୍ ମିଲ୍ସି । ଏଟା ତମେ ଜାନିଆଚାସ୍ । ତମେ ମିସା ପୁରୁସ୍କାର୍ ପାଇଲା ପାରା ପାଲାଆ । အခန်းကိုကြည့်ပါ။ |
ନିଜ୍କେ ନିଚ୍କରି ସେମନ୍ ଉପାସନା କଲାପାରା ଦୁତ୍ମନ୍କେ ଉପାସନା କର୍ବାକେ, କାକେମିସା ବାଦିଅ କର୍ବାକେ ଦିଆସ୍ନାଇ । ସେନ୍ତାର୍କଲେ ପର୍ମେସର୍ କାତାଦେଇରଇବା ପୁରୁସ୍କାର୍ ତମ୍କେ ନ ମିଲେ । ସେନ୍ତାରି ସିକାଇବା ଗଟେକ୍ଲକ୍, ପର୍ମେସର୍ଟାନେ ଅନି ଦର୍ସନ୍ ଦେକିଆଚି ବଲିକରି ଅଦିକାର୍ ସଙ୍ଗ୍ ସିକାଇଲାନି । ସେ ତାର୍ ଚାଲାକିସଙ୍ଗ୍ ନିଜେ ତିଆର୍କରିରଇବା ବିସଇର୍ ଲାଗି ବଡ୍ପନ୍ ଅଇସି, ମାତର୍ ସତଇସେ ସେନ୍ତାରି ବଡ୍ପନ୍ ଅଇବାକେ କାଇଟାମିସା ନାଇ ।
ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ ।