40 ମୁଇ ବାବ୍ଲିନି ସେ ବିବା ନ ଅଇ ସେନ୍ତିସେ ରଇଲେ ଅଦିକ୍ ସୁକ୍ ମିଲ୍ସି । ଆରି ଏଟା ପରମେସରର୍ ସୁକଲ୍ ଆତ୍ମାର୍ ମନ୍ କଲାଟା ବଲି ମୁଇ ବାବ୍ଲିନି ।
ଏବେ ତମେ ଲେକ୍ଲାଟାନେ ଜନ୍ ସବୁ ବିସଇ ଆଚେ, ସେ ସବୁର୍ ଉତର୍ ମୁଇ ଦେବି । ତମେ ପାଚାରିରଇଲାସ୍ ବିସ୍ବାସିମନ୍ ବିବା ନ ଅଇବାଟା ନିକ କି ?
ଏ କାତା ମୁଇ ତମ୍କେ ନିଜର୍ ମଙ୍ଗଲର୍ ପାଇ କଇଲିନି । ତମ୍କେ ଆଦେସ୍ ମାନ୍ବାକେ ଦେଇ ନାଇ ମାତର୍ ତମେ ଜେନ୍ତିକି ସତ୍ ବାବେ ଚଲାଚଲ୍ତି କରି ଏନେତେନେ ଚିନ୍ତା ନ ଅଇକରି ପୁରାପୁରୁନ୍ ବାବେ ମାପ୍ରୁକେ ସର୍ପି ଅଇବାକେ କଇଲିନି ।
ଏ ବିସଇ ମୁଇ ତମ୍କେ ଜେତ୍କି କଇଲି ଆଚି, ସେଟା ଆଦେସ୍ ଦେଲା ପାରା କଇନାଇ, ମାତର୍ ତମର୍ ଦୁର୍ବଲ୍ ଜାନିକରି ଉପଦେସ୍ ଦେଲା ପାରା କଇଲିନି ।
ଏବେ ମୁଇ ବିବା ନ ଅଇରଇବା, ଆରି ରାଣ୍ଡି ମାଇଜିମନ୍କେ କଇଲିନି, ତମେ ମର୍ ପାରା ଏକ୍ଲା ରଇଲେ ତମର୍ପାଇ ନିକ ଅଇସି ।
ନିଜେ ବଡ୍ ଅଇବାକେ ମୁଇ ବକୁଆ ଲକର୍ ପାରା ଅଇଲିନି । ମାତର୍ ମୁଇ ତମ୍କେ ଦସ୍ ଦେଲିନି । କାଇକେବଇଲେ ତମେ ଜଦି ମକେ ସନ୍ମାନ୍ ଦେଇତାସ୍, ମୁଇ ଏନ୍ତାରି ନ କର୍ତି । ମୁଇ କାଇ କାମେ ନାଇ, ବଲି କେତେଲକ୍ କଇଲେ ମିସା ତମର୍ ସେ ପେରିତ୍ମନର୍ ଟାନେ ଅନି ଉନା ନଇ ।
ମୁଇ କଇବାଟା ଏ ସବୁ କିରିସ୍ଟର୍ ଆଦେସେ ଅନି ଆଚେବଲି ଜାନ୍ବାକେ ଚିନ୍ ମାଙ୍ଗ୍ଲାସ୍ନି । ମୁଇ ତମ୍କେ ଡଣ୍ଡ୍ ଦେଲାବେଲେ ସେ ଚିନ୍ ବିସଇ ଜାନ୍ସା । କିରିସ୍ଟ ତମର୍ ବିତ୍ରେ କାଇ କାମ୍ କଲେ ମିସା ବପୁର୍ ସଙ୍ଗ୍ କର୍ସି, ଦୁର୍ବଲ୍ ଅଇକରି ନାଇ ।
ସାଇଜ କର୍ବାକେ ତମେସେ ଆଗ୍ତୁ ଅଇଲାସ୍ ଆରି ପରୁ ଅନି ଆରାମ୍ କରିଆଚାସ୍ । ଏବେ ମୁଇ ବାବ୍ଲିନି, ସେଟା ତମେ ସାରାଇଦେବାଟା ନିକ । ଉଜେ କାମ୍କର୍ବାଟାସେ ନାଇ, ମାତର୍ କାମ୍କର୍ବାକେ ମନ୍ କରି କର୍ବାକେ ତମେ ପର୍ତୁମ୍ ଆଚାସ୍ ।
ତେବେ ଜେ ଆମର୍ ଏ ସିକିଆ ନ ନାମେ, ସେ ଅବ୍କା ମୁନୁସ୍କେ ନ ନାମେ । ମାତର୍ ଜନ୍ ପର୍ମେସର୍ ତମର୍ ବିତ୍ରେ ସୁକଲ୍ଆତ୍ମା ଦେଇସି, ତାକେ ନ ନାମେ ।