୧ମ କରନ୍ତିୟ 5:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ଆରି ତମର୍ ବିତ୍ରେଅନି ଗଟେକ୍ ଲକ୍ ଏନ୍ତାରି କାମ୍ କଲାଆଚେ, ତେବେ ତମେ କାଇକେ ବଡ୍ପନ୍ ଦେକାଇଲାସ୍ନି ? ସେ କରିରଇବା ପାପ୍ କାମର୍ ଲାଗି ଲାଜ୍ ଅଇକରି ସେନ୍ତାରି ଲକ୍କେ ତମର୍ ବିତ୍ରେଅନି ବାର୍କରାଇ ଦେବାର୍ ରଇଲା । အခန်းကိုကြည့်ပါ။ |
ମୁଇ ବେସି ଚିନ୍ତାଇ ଆଚି, ମୁଇ ତମର୍ ଟାନେ ଆଇଲାବେଲେ, ମନ୍ ନ କର୍ବା ଚଲାଚଲ୍ତି ତମର୍ ବିତ୍ରେ ଦେକ୍ବି ମିସା । ସେନ୍ତାରି ଅଇଲେ, ମୁଇ ତମ୍କେ ଦମ୍କାଇବାକେ ପଡ୍ସି ଆରି ସେଟା ତମେ ମନ୍ ନ କରାସ୍ । ତେଇ କେତେଟା ଜୁଜିଆଲ୍ମନ୍, ଇଁସ୍ଲିଆମନ୍, ଦାପ୍ରେ ରିସା ଅଉମନ୍, ନିଜର୍ ବିସଇ ଦେକାଇ ଅଉମନ୍, ତାର୍ ବାଇମନ୍କେ ନିନ୍ଦା କରୁମନ୍, ତିପ୍ଲିଆମନ୍, ବଡ୍ପନିଆମନ୍, ଆରି ବିସ୍ବାସିମନ୍ ଗଟେକ୍ ମନ୍ ନ ଅଇଲାଟା ଦେକ୍ବି ।
ମୁଇ ଚିନ୍ତାଇ ଆଚି ଜେ, ମୁଇ ଆରିତରେକ୍ ଆଇଲାବେଲେ, ତମର୍ ମୁଆଟେ ମକେ ପର୍ମେସର୍ ଲାଜ୍ କରାଇସି । ଆରି ମୁଇ ବେସି ଦୁକ୍ ଅଇବି । କାଇକେବଇଲେ, ଆଗେ ଜେତ୍କି ଲକ୍ ପାପ୍ କରି ଆଚତ୍ ବଲି ମୁଇ ଜାନିଆଚି । ସେମନ୍ ଏବ୍କେ ଜାକ ତାକର୍ କାରାପ୍ ଚଲାଚଲ୍ତିର୍ ଲାଗି ମାନି ଅଅତ୍ ନାଇ । ଜନ୍ଟାକି ନିଜର୍ କାରାପ୍ ମନ୍ କଲା ଇସାବେ ବଁଚ୍ବାଟା ଆରି ବେସିଆ କାମ୍ କର୍ବାଟା ।