12 ବିସ୍ବାସ୍ ନ କର୍ବା ଲକ୍ମନ୍କେ ବିଚାର୍ କର୍ବାକେ ମୁଇ କେ ? ପର୍ମେସର୍ ସେମନ୍କେ ବିଚାର୍ କର୍ସି । ଜନ୍ ଲକ୍ମନ୍ ମଣ୍ଡଲିତେଇ ରଇବାଇ, ସେମନ୍କେ ବିଚାର୍ କର୍ବାଟା ଆମର୍ କାମ୍ ।
ଜିସୁ ସେମନ୍କେ କଇଲା, “ପର୍ମେସରର୍ ରାଇଜେ ଲୁଚିକରି ରଇଲା ବିସଇ ତମେ ବୁଜିପାର୍ଲାସ୍ନି, ମାତର୍ ବାଇରେ ରଇବା ବିନ୍ ଲକ୍ମନ୍କେ ଉଦାଅରନ୍ ଦେଇ କୁଆ ଅଇଲାନି ।”
ଏଟା ସୁନି ଜିସୁ ତାକେ କଇଲା, “ଏ ମଇତର୍, ତମର୍ ବିତ୍ରେ ନିଆଇ କର୍ବାକେ ଆରି ଦନ୍ସଁପତି ବାଗ୍ବାଟା କରିଦେବାକେ ମକେ କେ ଅଦିକାର୍ ଦେଲାଆଚେ ?”
ଜିସୁ କଇଲା “ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ପାରା ନଏଁ । ଜଦି ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ ପାରା ଅଇତା, ସେନ୍ତାର୍ଆଲେ ମର୍ ସିସ୍ମନ୍ ମର୍ବାଟେ ଅଇ ଜୁଇଦ୍ କର୍ତାଇ । ଆରି ମକେ ଜିଉଦି ନେତାମନର୍ ଟାନେ ସର୍ପି ନ ଦେଇତାଇ । ମାତର୍ ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ପାରା ନଏଁ ।”
ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନର୍ତେଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କରା । ତମେ ମିଲାଇରଇବା ସବୁ ବେଲା ବୁଦିର୍ ସଙ୍ଗ୍ କରା ।
ଏନ୍ତାରି କଲେ ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତମ୍କେ ନାମ୍ବାଇ । ଆରି କାଇଟା ମିସା ଅବାବ୍ ନ ଅଏ । ତମ୍କେ ଦର୍କାର୍ ରଇବା ବିସଇପାଇ ବିନ୍ଲକ୍କେ ଆସା କର୍ବାକେ ନ ପଡେ ।
ତାର୍ ଚଲାଚଲ୍ତି ଦେକି ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତାକେ ଗଟେକ୍ ସନ୍ମାନର୍ ଲକ୍ ପାରା ନାମ୍ବାର୍ ଆଚେ । ଜେନ୍ତିକି ଲକ୍ମନ୍ ତାକେ ନିନ୍ଦା ନ କରି ସଇତାନର୍ ପାନ୍ଦେ ନ ଲାଗେ ।