୧ମ କରନ୍ତିୟ 4:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ସେଟାର୍ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍ କରାନାଇ । କାଇକେବଇଲେ ବିଚାର୍ନା କର୍ବାକେ ବେଲା ଅଏ ନାଇତା । ମାପ୍ରୁ ବିଚାର୍ନା କର୍ବାକେ ଆଇବାଜାକ ଜାଗା । ମାପ୍ରୁ ଆଇଲେ ଆକା ସାରାସାରି ବିଚାର୍ନା ଅଇସି । ସେ ଆନ୍ଦାର୍ ବିତ୍ରେ ଲୁଚ୍ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍ମନର୍ ମନ୍ ବିତ୍ରର୍ କାତା ସବୁ ଦେକାଇ ଦେଇସି । ସେଡ୍କି ବେଲେ ସବୁଲକ୍ ପର୍ମେସରର୍ ଟାନେଅନି ଲାଡ୍ ପାଇବାଇ । အခန်းကိုကြည့်ပါ။ |
ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ ।
ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ କୁଟ୍ କାତା କୁଆ ନାଇ । ଜଦି ବିସ୍ବାସି ବାଇମନର୍ ବିରୁଦେ କୁଟ୍ କାତା କଇ ତାକେ ଦସ୍ ଦେଇସା, ତମେ ପର୍ମେସରର୍ ନିୟମ୍ ବିରୁଦେ କାତା ଅଇଲାସ୍ନି । ଆରି ତାର୍ ନିୟମ୍କେ ବିଚାର୍ କଲାସ୍ନି । ପର୍ମେସରର୍ ନିୟମ୍ ବିଚାର୍ କଲେ, ତମେ ତାର୍ ଆଦେସ୍ ମାନାସ୍ ନାଇ । ମାତର୍ ବିଚାର୍କାରିଆ ଇସାବେ ରଇଲାସ୍ନି ।
ତମର୍ ଜିବନେ ଆଇଲା ଦୁକ୍କସ୍ଟ ସବୁ ତମର୍ ବିସ୍ବାସ୍ ସତ୍ଆଚେ କି ନାଇ ବଲି ପରିକା କର୍ବାକେସେ । ସୁନାର୍ ବିସଇ ବାବିଦେକା, ଏ ଜଗତର୍ ସବୁ ବିସଇର୍ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍ଟା ବଲି ଜାନ୍ବାକେ ଜଇଟାନେ ସିଲାଇବାଇ । ତମର୍ ବିସ୍ବାସ୍ ସୁନାଟାନେଅନି ଅଦିକ୍ ମୁଲିଅ । ସେନ୍ତାର୍ଆଲେ ତମର୍ ବିସ୍ବାସ୍ ନିକଟା କି ନାଇ ବଲି ପରିକା କର୍ବାର୍ ଆଚେ । ତମର୍ ବିସ୍ବାସ୍ ଜଦି ନିକଟା, ଜିସୁ କିର୍ସଟ୍ ଦେକା ଅଇବା ସେ ଦିନେ ତମେ ଡାକ୍ପୁଟା ଆରି ମଇମା ପାଇସା ।