20 ପରମେସରର୍ ରାଇଜ୍, ଅବ୍କା କାତା ଅଇବା ବିସଇ ନଏଁ, ମାତର୍ ବପୁର୍ ସଙ୍ଗ୍ ରଇବା ବିସଇ ।
ସେ ସୁବ୍ କବର୍ଟାନେ ମର୍ ପୁରାପୁରୁନ୍ ଆସାଆଚେ, ସେଟା ସିଗ୍ ପର୍ତମେ ଜିଉଦି ଲକ୍ମନର୍ ପାଇ ଆରି ତାର୍ ପଚେ ବିସ୍ବାସ୍ କର୍ବା ଜିଉଦି ନଇଲା ଲକ୍ମନର୍ ପାଇ ପରମେସରର୍ ବଡ୍ ବପୁ ।
ପରମେସରର୍ ରାଇଜର୍ ସାସନ୍ ଅବ୍କା ନ କାଇବା କାଦିପିଦିର୍ ନିଅମର୍ପାଇ ନାଇ । ମାତର୍ ତାର୍ ମୁଆଟେ ଦରମ୍ ବଲାଇଅଇବାଟା, ବିନ୍ ଲକ୍ମନର୍ ସଙ୍ଗ୍ ମିସି ସୁକ୍ସାନ୍ତିସଙ୍ଗ୍ ରଇବାଟା, ଆରି ସୁକଲ୍ଆତ୍ମା ଦେଇରଇବା ସାର୍ଦା ବିସଇ ଆଚେ ।
ଚିନର୍ ଲାଗି, କାବାଅଇଜିବା କାମର୍ଲାଗି ଆରି ସୁକଲ୍ଆତ୍ମାର୍ ବପୁର୍ଲାଗି ଏଟା ସବୁ କଲାଆଚେ । ସେଟାର୍ ପାଇ ମୁଇ ଜିରୁସାଲମେଅନି ଇଲିରିକମ୍କେ ଗାଲାବେଲେ ବାଟେ କିରିସ୍ଟର ସୁବ୍କବର୍ ପୁରାପୁରୁନ୍ ଜାନାଇଲି ଆଚି ।
ମାତର୍ ଜିଉଦି ଅଅତ୍, କି ଜିଉଦି ନଇଲା ଲକ୍ ଅଅତ୍, ଜନ୍ ଲକ୍ମନ୍ ବାଚି ଅଇଆଚତ୍, ସେମନର୍ ପାଇ କିରିସ୍ଟ ପର୍ମେସରର୍ ବପୁ ଆରି ପର୍ମେସରର୍ ଗିଆନ୍ ପାରା ଆଚେ ।
ଜେନ୍ତିକି ତମର୍ ବିସ୍ବାସ୍ ମୁନୁସର୍ ଗିଆନ୍ ଉପ୍ରେ ନ ରଇକରି ପର୍ମେସରର୍ ବପୁ ଉପ୍ରେ ବାନ୍ଦିଅଇ ରଅ ।
ତମର୍ ଉପ୍ରେ ଆମର୍ ଅଦିକାର୍ ଆଚେ । ସେଟା ପର୍ମେସର୍ ଆମ୍କେ ଦେଇରଇଲା । ମାତର୍ ସେ ଅଦିକାରର୍ ବିସଇନେଇ ଜଦି ମୁଇ ବେସି ବଡ୍ପନ୍ ଅଇଲିଆଚି, ସେଟାର୍ପାଇ ମକେ ଲାଜ୍ ନ ଲାଗେ । ତମ୍କେ ନସ୍ଟ କର୍ବା ଅଦିକାର୍ ସେ ମକେ ଦେଏନାଇ, ମାତର୍ ଜେନ୍ତି କି ତମର୍ ବିସ୍ବାସ୍ ଡାଁଟ୍ କରାଇବି ।
ଜେଡେବେଲେ ଆମେ ତମ୍କେ ଏ ସୁବ୍ କବର୍ ଜାନାଇରଇଲୁ, ସେଟା ଅବ୍କା କାତାଇ ନ ରଇଲା, ମାତର୍ ସୁକଲ୍ଆତ୍ମାର୍ ବପୁ ସଙ୍ଗ୍ ଆରି ସେଟା ସତ୍ ବଲି ପୁରାପୁରୁନ୍ ବିସ୍ବାସର୍ ସଙ୍ଗ୍ ରଇଲା । ତମେ ଜାନାସ୍, ତମର୍ ସଙ୍ଗ୍ ରଇଲାବେଲେ ଆମେ କେନ୍ତି ରକାମେ ଜିଉନାକାଉନା କର୍ତେରଇଲୁ, ଜେନ୍ତିକି ତମର୍ ମଙ୍ଗଲ୍ ଅ ବଲି ଆମର୍ ବାବ୍ନା ରଇଲା ।