12 ଆବଡ୍ କାମ୍ କରି ଆମେ ଦିନ୍କେ ଦିନ୍ ଜୁଲିସୁକି ଗାଲୁନି । କେ ଆମ୍କେ ସାଇପ୍ ଦେଲେ ତାକେ ଆମେ ଆସିର୍ବାଦ୍ କଲୁନି, ଆରି ଉଡା ସୁନିକରି ମିସା ମୁର୍ଚି କରି ରଇଲୁନି ।
“ମକେ ବିସ୍ବାସ୍ କର୍ବାର୍ ଲାଗି ତମ୍କେ ଲକ୍ମନ୍ ନିନ୍ଦା ଆରି କସ୍ଟ ଦେବାଇ, ଆରି ଚୁଚାଇ ତମର୍ ବିରୁଦେ ମିଚ୍ କାତା କଇବାଇ, ନିଜ୍କେ କେଡେ କରମର୍ ଲକ୍ ବଲି ମନେ କରା ।
ମାତର୍ ମୁଇ ତମ୍କେ କଇଲିନି, ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ ତମ୍କେ କସ୍ଟ ଦେଲାଇନି, ତାକର୍ପାଇ ପାର୍ତନା କରା ।
ସେବେଲା ଜିସୁ କଇଲା, “ଏ ବାବା ଏମନ୍କେ କେମା କରିଦିଆସ୍, କାଇକେ ବଇଲେ ଏମନ୍ କାଇଟା କଲାଇନି ସେଟା ନାଜାନତ୍ ।” ସେମନ୍ ଜିସୁର୍ ପଚିଆ ନେଇ କାକେ ମିଲ୍ସି ବଲି କେଡ୍ ପୁଟାଇଲାଇ ।
ଜନ୍ ଲକ୍ମନ୍ ତମ୍କେ ସାଇପ୍ ଦେବାଇ, ସେମନ୍କେ ଆସିର୍ବାଦ୍ କରା । ଜନ୍ ଲକ୍ମନ୍ ତମ୍କେ ଇଜତ୍ ଜିକ୍ବାଇ, ସେମନର୍ପାଇ ପାର୍ତନା କରା ।
ମୁଇ ଜନ୍ଟା କଇରଇଲି ଏତାଇଦେକା, ଗତିଦାଙ୍ଗ୍ଡା ତାର୍ ସାଉକାର୍ତେଇଅନି ବଡ୍ ନଏଁ ବଲି ମୁଇ ତମ୍କେ କଇରଇଲି । ସେମନ୍ ମକେ ସାଦି ଆଚତ୍ ଆରି ତମ୍କେ ମିସା ସାଦ୍ବାଇ । ଜଦି ସେମନ୍ ମର୍ ସିକିଆ ମାନିଆଚତ୍ ବଇଲେ ତମର୍ କାତା ମିସା ମାନ୍ବାଇ ।
ପାଉଲ୍ ସେମନ୍କେ ବେଟ୍ ଅଇବାକେ ଜାଇ ସେମନର୍ ସଙ୍ଗ୍ ରଇଲା । କାଇକେବଇଲେ ସେ ମିସା ସେମନର୍ ପାରା ତୁମ୍ ତିଆର୍ କରି ଜିଉନାକାଉନା କର୍ତେରଇଲା ।
ମର୍ ଏ ଦୁଇଟା ଆତେ କସ୍ଟ କରି, ମର୍ ପାଇ ଆରି ମର୍ସଙ୍ଗ୍ ରଇବାଲକର୍ ପାଇ, ଦର୍କାର୍ ରଇଲାଟା ପୁରାପୁରୁନ୍ କଲିଆଚି ଏଟା ତମେ ଜାନିଆଚାସ୍ ।
ତିପାନ୍ ମାଣ୍ଡିକୁଟା ଦେଇ ଆକ୍ମାରି କଇଲା, “ମାପ୍ରୁ, ଏମନର୍ ବିରଦେ ଏ ପାପ୍ ଆରି ଏତାଆ ନାଇ କି ଡଣ୍ଡ୍ ଦିଆସ୍ନାଇ ।” ଏତ୍କି କଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।
ଜନ୍ଲକ୍ମନ୍ ତମ୍କେ ନିନ୍ଦା କର୍ବାଇ, ସେମନ୍କେ ପରମେସର୍ ଆସିର୍ବାଦ୍ କରବଲି ପାର୍ତନା କରା । ସେମନ୍କେ ଆସିର୍ବାଦ୍ କରା, ସାଇପ୍ ଦିଆସ୍ ନାଇ ।
ଏଲେ ସାସ୍ତରର୍ ଲେକା ଇସାବେ “ତମର୍ ସତ୍ରୁ ବୁକେ ରଇଲେ, ତାକେ କାଇବାକେ ଦିଆସ୍, ସସେ ରଇଲେ, ପାନି କୁଆ । ଏନ୍ତାର୍କଲେ ସେ ତମ୍କେ କରିରଇବା ଅନିଆଇର୍ ଲାଗି ବେସି ଲାଜ୍ ଅଇଜାଇସି ।”
ସେନ୍ତାର୍ଆଲେ ତେବେ କେ ମିସା ଆମ୍କେ କିରିସ୍ଟର୍ ଆଲାଦେଅନି ବେଗ୍ଲାଇ ନାପାରତ୍ । ଦୁକେ ରଇଲେ ମିସା, କସ୍ଟ ପାଇକରି ରଇଲେ ମିସା, ନିନ୍ଦା ପାଇକରି ରଇଲେ ମିସା, କାକୁର୍ତି ଅଇକରି ରଇଲେ ମିସା, ବୁକେ ରଇଲେ ମିସା, ବିପଦେ ରଇଲେ ମିସା କି ମରାଇଲେ ମିସା ଏ ସବୁ ବେଗ୍ଲାଇ ନାପାରେ ।
ଅବ୍କା ଜିଇବା କାଇବାକେ ମୁଇ ଆରି ବର୍ନବା ଆବଡ୍ କାମ୍ କର୍ତେ ରଇବୁ କି ?
ମୁଇ ତମର୍ ବିତ୍ରେ ସେବା କାମ୍ କଲାବେଲେ, ବିନ୍ ମଣ୍ଡଲିର୍ ଲକ୍ମନ୍ ମର୍ପାଇ କର୍ଚ ଅଇଲାଟା ଦେଲାଇ । ତମ୍କେ ସାଇଜ କର୍ବାକେ ତାର୍ଟାନେଅନି ମୁଇ ଚରାଇକରି କଲାପାରା ଅଇଲା ।
ଜେ ଚରାଇତେ ରଇଲା, ସେ ଆରି ନ ଚର୍ ଅଅ । ମାତର୍ ନିଜେ ତାର୍ ଜିଉନା କାଉନାର୍ ପାଇ କାଇଆଲେ ନିକ କାମ୍ କର । ସେନ୍ତାର୍ଆଲେ ଅର୍କିତ୍ ଲକ୍ମନ୍କେ ଦେବାକେ ତାର୍ଟାନେ କାଇଟା ମିସା ରଇସି ।
ଏ ବାଇବଇନିମନ୍ ଆମେ ଆବଡ୍ ଅଇ ଗାଗ୍ଡେ ବାଦିଜାଇରଇଲେ ମିସା ମାନିଅଇ କାମ୍ କଲାଟା ତମ୍କେ ମନେରଇସି । ଆମେ ଜେନ୍ତିକି ତମର୍ ଉପ୍ରେ ବଜ୍ ନ ଅଇକରି, ଏଟାର୍ପାଇ ଦିନ୍ ରାତି କସ୍ଟ ପାଇ ପର୍ମେସରର୍ ସୁବ୍କବର୍ ତମ୍କେ ଜାନାଇରଇଲୁ ।
କାର୍ ଗରେ ମିସା ଉଜେ ଉଜେ ମାଙ୍ଗି ନ କାଇତେରଇଲୁ । ତମର୍ ବିତ୍ରେ କାର୍ମିସା ବଜ୍ ପାରା ନ ଅଇ ରଇକରି କସ୍ଟ ପାଇ, ଆବଡ୍ ପାଇଟି କରି ଦିନ୍ରାତି କାମ୍ କର୍ତେରଇଲୁ ।
ଆମେ ପର୍ମେସର୍କେ ବିସ୍ବାସ୍ କଲାର୍ପାଇ କସ୍ଟ ଅଇ କାମ୍ କରି ଏଟା ଆସା କଲୁନି । ସେ ସତଇସେ ବଁଚିଆଚେ । ସେ ଗୁଲାଇ ମନସ୍ ଜାତିର୍ ଉଦାର୍କାରିଆ, ଜେତ୍କି ସବୁ ତାକେ ବିସ୍ବାସ୍ କଲାଇନି, ତାକର୍ପାଇ ଅଦିକ୍ ।
ଲକ୍ମନ୍ ତାକେ କିଜାଇଲାବେଲେ ସେ ନିନ୍ଦା କାତାକଇ ଟଣ୍ଡ୍ ଲାଗାଏ ନାଇ । ତାକେ ଦୁକ୍ କସ୍ଟ ଦେଲାକେ ସେ ଦମ୍କାଏ ନାଇ । ମାତର୍ କାଇ ଅନିଆଇ ନ କର୍ବା ପର୍ମେସର୍କେ ସବୁ ବିସଇ ଚାଡିଦେଲା ।
ସତ୍ କାମ୍ କରି ମୁର୍ଚି ରଇଲେ ତମେ କେଡେକ୍ କରମର୍ ଲକ୍ । ଜନ୍ ଲକ୍ମନ୍ ତମ୍କେ କସ୍ଟ ଦେଲାଇନି, ସେମନ୍କେ ଡରିକରି ଚିନ୍ତା କରାନାଇ ।
ତମର୍ ବିରୁଦେ କେ କାରାପ୍ କାମ୍ କଲେ ତାକେ ବେର୍ଦାରି ରୁଆନାଇ । ନିନ୍ଦାକାତା କଇଲେ ଟଣ୍ଡ୍ ଲାଗାଆ ନାଇ । ତାର୍ ବାଦୁଲେ ପର୍ମେସର୍ ସେମନ୍କେ ଦୟା ଦେକାଇବାକେ ପାର୍ତନା କରା । କାଇକେବଇଲେ ସେ ତମ୍କେ ଡାକ୍ଲାବେଲେ ମୁଇ ତମ୍କେ ଆସିର୍ବାଦ୍ କର୍ବି । ବଲି କାତା ଦେଇରଇଲା ।
ତେବର୍ପାଇ ପର୍ମେସର୍ ମନ୍ କଲାକେ ତମେ ଜଦି ଦୁକ୍ କସ୍ଟ ମୁର୍ଚିକରି ଆଚାସ୍, ସେନ୍ତାର୍ ଆଲେ ନିକ କାମ୍ କର୍ବାକେ ଲାଗିରୁଆ ଆରି ନିଜେ ତାକେ ସର୍ପିଉଆ । ସେ କାତା ଦେଇରଇଲାଟା ସିଦ୍ କର୍ସିଆକା ।
ମୁକିଅ ଦୁତ୍ ମିକାଏଲ୍ ମିସା ମସାର୍ ମଲା ଗାଗଡ୍ ନେଇକରି ତପ୍ବାକେ କାର୍ ଅଦିକାର୍ ଆଚେ ବଲିକରି ସଇତାନର୍ ସଙ୍ଗ୍ ଦଦାପେଲା କର୍ତେରଇଲା । ସେଡ୍କିବେଲେ ପର୍ମେସରର୍ ଜାଗାଇ ରଇ, ସଇତାନ୍କେ ବିଚାର୍ କର୍ବା ଅଦିକାର୍ ନେବାକେ ସେ ସାଆସ୍ କରେନାଇ । ତାର୍ ବାଦୁଲେ ମାପ୍ରୁ ତକେ ଡଣ୍ଡ୍ ଦେଇସି ବଲି କଇଲା ।