19 କାଇକେବଇଲେ ଏ ଜଗତର୍ ଗିଆନ୍ ପର୍ମେସରର୍ ମୁଆଟେ କାଇ ଲଡାକେ ନ ଆସେ । ଜେନ୍ତିକି ସାସ୍ତରେ ଲେକା ଆଚେ, ଗିଆନ୍ ରଇଲା ଲକ୍ମନ୍କେ ତାକର୍ ଚାଲାକିତେଇସେ ପର୍ମେସର୍ ଦାର୍ସି ।
ଏଲେମିସା ଆମେ ଜେଡେବଲ୍ ଆତ୍ମାଇ ବଡିରଇବା ବିସ୍ବାସିମନର୍ ସଙ୍ଗ୍ ରଇଲାବେଲେ ଗିଆନର୍ କାତା କଇଲୁନି । ମାତର୍ ସେଟା ଏ ଜୁଗର୍ ଗିଆନ୍ ନଏଁ କି ଏ ଜୁଗର୍ ନସ୍ଟ ଅଇଜାଇରଇବା ନେତାମନର୍ ଗିଆନ୍ ନଏଁ ।
ଏ ବାଇବଇନିମନ୍, ମୁଇ ଏ ସବୁ କାତା ତମେ ସିକା ବଲି, ମର୍ ବିସଇ ଆରି ଆପଲର୍ ବିସଇ ଉଦାଅରନ୍ ଦେଇ କଇଲି । ଜେନ୍ତିକି ସାସ୍ତରେ ଲେକାଅଇଲାଟାନର୍ ଅରତ୍ ତମେ ସିକ୍ସା । ସାସ୍ତରେ ଜେତ୍କି ସବୁ ଲେକା ଅଇଲାଆଚେ, ତାର୍ଟାନେଅନି ଅଦିକ୍ କରାନାଇ । ସେନ୍ତାରି କଲେ କାକେ ମିସା ନେଇକରି ବଡ୍ପନ୍ ନ ଉଆସ୍, ଆରି କାକେ ମିସା ଇନ୍ ନ କରାସ୍ ।
ତେବେ ଆମେ ସାନ୍ ପିଲାମନର୍ ପାରା ନ ଅଇ କରି, ଜଗତର୍ ମନସ୍ମନର୍ ସିକିଆଇ ଆରି ତାକର୍ ଦଦାପେଲା ଅଇବା ପାରା ବିଚାର୍ନା ଇସାବର୍ ବିନ୍ ବିନ୍ ସିକିଆଇ, ଗାଡର୍ ଲଅଡି ଆରି ମାର୍ବା ପବନ୍ ଜେନ୍ତାରି ଡଙ୍ଗାକେ ଏନେତେନେ କର୍ସି, ସେନ୍ତାରି ତାକର୍ ସିକିଆ ସୁନିକରି ଏନେତେନେ ନ ଅଉଁ ।
ଏନ୍ତାରି ଗିଆନ୍ ପର୍ମେସରର୍ ଟାନେଅନି ନ ଆସେ । ସେଟା ଜଗତେଅନି ଆଇସି । ପର୍ମେସରର୍ ଆତ୍ମା ନ ରଇବାଟାନେ ଅନି ଆଇସି । ଆରି ସେଟା ସଇତାନର୍ ଗିଆନେ ଅନି ଆଇସି ।