34 ତମେ ମଣ୍ଡଲି ଇସାବେ ରୁଣ୍ଡ୍ଲା ବେଲେ, ମାଇଜିମନ୍ ଚୁପ୍ଚାପ୍ ଅଇରଇବାର୍ ଆଚେ । ତେଇ ସେମନ୍ କାତା କଇବାକେ ସେମନ୍କେ ଆଦେସ୍ ମିଲେନାଇ । ଜିଉଦି ନିୟମ୍ ଇସାବେ ସେମନ୍ ମନସ୍ ପିଲାର୍ ତଲିଆ ରଇବାର୍ ଆଚେ ।
କନ୍ଟା ନିକ ବଲି ତମେ ନିଜେ ନିଜେ ବିଚାର୍ କରା । ଜଦି ଗଟେକ୍ ମାଇଜି ମଣ୍ଡଲିତେଇ ସବୁର୍ ମୁଆଟେ ମୁଣ୍ଡେ ଅଡ୍ନା ନ ପାକାଇ ପାର୍ତନା କଲେ ସେଟା ସୁନ୍ଦର୍ କି ? ନାଇ ସୁନ୍ଦର୍ ନାଇ ।
କିରିସ୍ଟ ସବୁ ମୁନୁସ୍ ପିଲାମନର୍ ନେତା, ଆରି ମୁନୁସ୍ ମାଇଜିର୍ ନେତା, ଆରି ପର୍ମେସର୍ କିରିସ୍ଟର୍ ନେତା । ଏଟା ତମେ ଜାନିରୁଆ ବଲି ମୁଇ ମନ୍ କଲିନି ।
ସେନ୍ତାରିସେ ଗଟେକ୍ ମାଇଜି ପାର୍ତନା କଲାନି, କି ପର୍ମେସରର୍ କାତା ଜାନାଇଲାନି, ସେ ତାର୍ ମୁଣ୍ଡେ ଅଡ୍ନା ପାକାଇବାର୍ ଆଚେ । ସେନ୍ତାର୍ ନ କଲେ ସେ ମୁନୁସ୍କେ ଲାଜ୍ କରାଇସି । ସେ ଗଟେକ୍ ମୁଣ୍ଡ୍ରି ମାଇଜିର୍ ପାରା ରଇସି ।
ସାସ୍ତରେ ଲେକାଆଚେ, ମାପ୍ରୁ କଇଲାନି, ବିନ୍ ବାସା କଇବା ଲକ୍ମନର୍ ବାଟେଅନି ଏ ଲକର୍ ସଙ୍ଗ୍ ମୁଇ କାତା ଅଇବି । ନାଜାନ୍ବା ବାସା କଇବା ଲକର୍ ଟଣ୍ଡେଅନି ମୁଇ ଏ ଜାତିସଙ୍ଗ୍ କାତା ଅଇବି, ଏଲେ ମିସା ସେମନ୍ ମର୍ କାତା ନ ସୁନତ୍ ।
ସେମନ୍ ଜଦି କାଇ ବିସଇ ବୁଜ୍ବାକେ ମନ୍ କଲାଇନି, ଗରେ ଜାଇ କରି ନିଜର୍ ମୁନୁସ୍କେ ପାଚାର । କାଇକେବଇଲେ ମଣ୍ଡଲିଟାନେ କାତା କଇବାଟା ମାଇଜିମନର୍ ପାଇ ଗଟେକ୍ ଲାଜର୍ କାତା ।
ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।
ଏ ମାଇଜିମନ୍, ତମେ ନିଜର୍ ନିଜର୍ ମୁନୁସ୍ମନର୍ କାତା ମାନିକରି ରୁଆ । ଜିସୁ କିରିସ୍ଟର୍ ସଙ୍ଗ୍ ମିସିରଇଲାର୍ ପାଇ ଏନ୍ତାରି କର୍ବାଟା ନିକ ।
ନିଜେ ଜାଗ୍ରତ୍ ଅଇକରି ମୁନୁସ୍ମନ୍କେ ସୁକଲ୍ ଚଲାଚଲ୍ତି କରି, ନିଜର୍ ଗର୍ଦୁଆର୍ ଚାଲାଇକରି, ବିନ୍ ଲକ୍ମନ୍କେ ଦୟା ଦେକାଇକରି ଆରି ନିଜର୍ ମୁନୁସର୍ କାତା ମାନିକରି ରଇବାକେ ସିକା । ସେନ୍ତାର୍ କଲେ ପର୍ମେସର୍ ଆମ୍କେ ସର୍ପି ଦେଲା କବର୍ କେ ମିସା ନିନ୍ଦା ନ କରତ୍ ।