୧ମ କରନ୍ତିୟ 13:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ସେନ୍ତାରି ମକେ ମାପ୍ରୁର୍ ବାକିଅ ବୁଜାଇବା ବପୁ ରଇଲେ ମିସା, କି ମୁଇ ସବୁ ବିସଇ ଜାନିରଇଲେ ମିସା, ଟିକି ନିକି ବିସଇ ବୁଜିରଇଲେ ମିସା ଆରି ମର୍ ବିସ୍ବାସ୍ ଏଡେକ୍ ଡାଟ୍ ଆଚେ ଜେ, ଡଙ୍ଗର୍ ଉଟ୍କାଇବା ପାରା ମର୍ ଡାଁଟର୍ ବିସ୍ବାସ୍ ରଇଲେ ମିସା ବାଇମନର୍ ପାଇ ଆଲାଦ୍ ନାଇ ବଇଲେ ମୁଇ ଚୁଚାଇସେ । အခန်းကိုကြည့်ပါ။ |
ଏ ବାଇବଇନିମନ୍, ଏ ବିସଇଟାନେ ଗଟେକ୍ ଲୁଚିରଇଲା ସତ୍ ତମେ ବୁଜା ବଲି ମୁଇ ମନ୍ କଲିନି । ଆମେ ଜିଉଦିମନର୍ ଟାନେଅନି ବଡ୍ ଆଚୁ ବଲି ତମେ ବଡ୍ପନ୍ ନ ଅଇବାକେ, ଏଟା ତମ୍କେ ବୁଜାଇଲିନି । ଜିଉଦିମନର୍ କାତା ନ ମାନ୍ବାଟା, ବେସିଦିନ୍ ଜାକ ନ ରଏ । ମାତର୍ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନ୍ ବିସ୍ବାସ୍ କର୍ବାଜାକ ସେଟା ରଇସି ।
କିରିସ୍ଟର୍ ଏ ଗାଗ୍ଡେ ପର୍ମେସର୍ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ କାମ୍ ଦେଲାଆଚେ । ପର୍ତୁମ୍ ପେରିତ୍ ଇସାବେ ବାଚ୍ଲା ଲକ୍, ତାର୍ ପଚେ ବବିସତ୍ କାତା କଇବା ଲକ୍ମନ୍କେ, ସିକାଉମନ୍କେ, କାବାଅଇଜିବା କାମ୍ କର୍ବା ଲକ୍କେ, ନିକ କର୍ବା ଲକ୍ମନ୍କେ, ସାଇଜ କର୍ବା ଲକ୍ମନ୍କେ, ନେତା ଇସାବେ ଦାଇତ୍ ନେବାକେ, ଆରି ନାଜାନ୍ଲା ବାସାଇ କାତା କଇବା ଲକ୍ମନ୍କେ ବାଚ୍ଲା ଆଚେ ।
ଆମର୍ ବିସ୍ବାସ୍ଟାନେ କେ ନାଜାନ୍ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍ । “ ଜିସୁକିରିସ୍ଟ ନର୍ ରୁପ୍ ଦାରି ଆଇଲା । ସେ ନିଜେ ପର୍ମେସରର୍ ପଅ ବଲି ସୁକଲ୍ ଆତ୍ମା କାତାଦେଲା ଆଚେ । ଦୁତ୍ମନ୍ ତାକେ ଦେକ୍ଲାଇ । ତାର୍ ବିସଇର୍ ସତ୍ କବର୍ ଗୁଲାଇ ରାଇଜେ ଜାନାଇଲାଇ । ସବୁ ଜାଗାର୍ କେତେକ୍ କେତକ୍ ଲକ୍ମନ୍ ତାକେ ବିସ୍ବାସ୍ କଲାଇ । ପର୍ମେସର୍ ତାକେ ସର୍ଗେ ନେଲା ।”