Biblia Todo Logo
Bib sou entènèt

- Piblisite -




ଯିଖରୀୟ 8:3 - ଓଡିଆ ବାଇବେଲ

3 ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ସିୟୋନକୁ ଫେରି ଆସିଅଛୁ ଓ ଯିରୂଶାଲମ ମଧ୍ୟରେ ବାସ କରିବା; ଆଉ, ଯିରୂଶାଲମ ସତ୍ୟନଗରୀ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କର ପର୍ବତ ପବିତ୍ର ରୂପେ ବିଖ୍ୟାତ ହେବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ସିୟୋନକୁ ଫେରି ଆସିଅଛୁ ଓ ଯିରୂଶାଲମ ମଧ୍ୟରେ ବାସ କରିବା; ଆଉ, ଯିରୂଶାଲମ ସତ୍ୟନଗରୀ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କର ପର୍ବତ ପବିତ୍ର ପର୍ବତଜ ରୂପେ ବିଖ୍ୟାତ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ସିୟୋନକୁ ଫେରି ଆସିଅଛୁ ଓ ଯିରୂଶାଲମ ମଧ୍ୟରେ ବାସ କରିବା; ଆଉ, ଯିରୂଶାଲମ ସତ୍ୟନଗରୀ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କର ପର୍ବତ ପବିତ୍ର ରୂପେ ବିଖ୍ୟାତ ହେବ।

Gade chapit la Kopi

ପବିତ୍ର ବାଇବଲ

3 ସଦାପ୍ରଭୁ ପୁଣି କୁହନ୍ତି, “ଆମ୍ଭେ ସିୟୋନକୁ ଫେରି ଆସିଛୁ ଏବଂ ଯିରୁଶାଲମ ମଧ୍ୟରେ ବାସ କରିବା। ଯିରୁଶାଲମ ‘ସତ୍ୟର ନଗରୀ’ ବୋଲି କୁହାଯିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର ବୋଲି କୁହାଯିବ।”

Gade chapit la Kopi




ଯିଖରୀୟ 8:3
39 Referans Kwoze  

ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ଦୟା ସହିତ ଯିରୂଶାଲମ ପ୍ରତି ଫେରିବୁ; ତହିଁ ମଧ୍ୟରେ ଆମ୍ଭ ଗୃହ ନିର୍ମିତ ହେବ ଓ ଯିରୂଶାଲମ ସୂତା ଦ୍ୱାରା ମପା ହେବ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।


ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ,


କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ତ୍ୱ ଦେହବନ୍ତ ହୋଇ ବାସ କରେ,


ପ୍ରତିମା ସହିତ ଈଶ୍ୱରଙ୍କ ମନ୍ଦିରର କି ସମ୍ବନ୍ଧ ? କାରଣ ଆମ୍ଭେମାନେ ଜୀବିତ ଈଶ୍ୱରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ୱର କହିଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ୱର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ ।


ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି କେହି ମୋତେ ପ୍ରେମ କରେ, ତାହାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି, ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା ।


ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି, ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ ।


“ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ ଓ ଆପଣା ପବିତ୍ର ପର୍ବତ ସିୟୋନରେ ବାସ କରୁ, ଏହା ତୁମ୍ଭେମାନେ ଜାଣିବ; ତହିଁରେ ଯିରୂଶାଲମ ପବିତ୍ର ହେବ ଓ ବିଦେଶୀୟମାନେ ତହିଁ ମଧ୍ୟଦେଇ ଆଉ ଗମନାଗମନ କରିବେ ନାହିଁ।


ସେହି ସକଳ ଦିନରେ ଯିହୁଦା ପରିତ୍ରାଣ ପାଇବ ଓ ଯିରୂଶାଲମ ନିରାପଦରେ ବାସ କରିବ, ଆଉ ‘ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ,’ ଏହି ନାମରେ ସେ ବିଖ୍ୟାତ ହେବେ।”


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: “ଆମ୍ଭେ ଯେଉଁ ସମୟରେ ସେମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ସେସମୟରେ ଯିହୁଦା ଦେଶରେ ଓ ତହିଁର ନଗରସକଳରେ ସେମାନେ ପୁନର୍ବାର ଏହି କଥା ବ୍ୟବହାର କରିବେ, ‘ହେ ଧର୍ମନିବାସ, ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।’


ପୁଣି, ସଦାପ୍ରଭୁ କହନ୍ତି, “ଇସ୍ରାଏଲର ସନ୍ତାନଗଣ ଯେପରି ଶୁଚି ପାତ୍ରରେ ସଦାପ୍ରଭୁଙ୍କ ଗୃହକୁ ଉପହାର ଆଣନ୍ତି, ସେହିପରି ସେମାନେ ତୁମ୍ଭମାନଙ୍କର ଭ୍ରାତା ସମସ୍ତଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ନିମନ୍ତେ, ସର୍ବଦେଶୀୟମାନଙ୍କ ମଧ୍ୟରୁ ସେମାନଙ୍କୁ ଅଶ୍ୱ, ରଥ ଓ ଚୌଦଳ, ଖଚର ଓ ଦ୍ରୁତଗାମୀ ପଶୁମାନଙ୍କ ଉପରେ ଆମ୍ଭର ପବିତ୍ର ପର୍ବତ ଯିରୂଶାଲମକୁ ଆଣିବେ।”


ଆଉ, ଆମ୍ଭେ ପୂର୍ବ କାଳ ପରି ତୁମ୍ଭର ବିଚାରକର୍ତ୍ତୃଗଣଙ୍କୁ ଓ ଆଦ୍ୟ ସମୟ ପରି ତୁମ୍ଭ ମନ୍ତ୍ରୀଗଣଙ୍କୁ ପୁନଃସ୍ଥାପନ କରିବା; ତହିଁ ଉତ୍ତାରୁ ତୁମ୍ଭେ ଧର୍ମପୁରୀ, ବିଶ୍ୱସ୍ତ ନଗରୀ ବୋଲି ବିଖ୍ୟାତ ହେବ।


କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ ।


ସେଥିରେ ସେ ମୋତେ ଆତ୍ମାରେ ଗୋଟିଏ ବୃହତ୍ ଓ ଉଚ୍ଚ ପର୍ବତକୁ ଘେନିଯାଇ ପବିତ୍ର ନଗରୀ ଯିରୂଶାଲମକୁ ଦେଖାଇଲେ, ତାହା ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରୁଥିଲା ଏବଂ ଈଶ୍ୱରଙ୍କ ଗୌରବ ବିଶିଷ୍ଟ ଥିଲା;


ପୁଣି, ଆମ୍ଭେ ସେମାନଙ୍କର ଯେଉଁ ରକ୍ତକୁ ନିର୍ଦ୍ଦୋଷ କରି ନାହୁଁ, ତାହା ନିର୍ଦ୍ଦୋଷ କରିବା।” କାରଣ ସଦାପ୍ରଭୁ ସିୟୋନରେ ବାସ କରନ୍ତି।


ଚତୁର୍ଦ୍ଦିଗ ଅଠର ହଜାର ଦଣ୍ଡ ପରିମିତ ହେବ, ଆଉ “ସଦାପ୍ରଭୁ ତହିଁ ବିଦ୍ୟମାନ,” ସେହି ଦିନଠାରୁ ନଗରର ଏହି ନାମ ହେବ।


କେନ୍ଦୁଆ ବାଘ ଓ ମେଣ୍ଢାଛୁଆ ଏକତ୍ର ଚରିବେ ଓ ସିଂହ ଗୋରୁ ପରି ନଡ଼ା ଖାଇବ; ପୁଣି, ଧୂଳି ସର୍ପର ଖାଦ୍ୟ ହେବ। ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ,” ସଦାପ୍ରଭୁ ଏହା କହନ୍ତି।


ଆଉ, ଯେଉଁମାନେ ତୁମ୍ଭକୁ କ୍ଲେଶ ଦେଲେ, ସେମାନଙ୍କର ସନ୍ତାନଗଣ ନତ ହୋଇ ତୁମ୍ଭ ନିକଟକୁ ଆସିବେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କଲେ, ସେମାନେ ସମସ୍ତେ ତୁମ୍ଭ ପଦ ତଳେ ପ୍ରଣାମ କରିବେ; ଆଉ, ସେମାନେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ, ଇସ୍ରାଏଲର ଧର୍ମସ୍ୱରୂପଙ୍କର ସିୟୋନ ବୋଲି ସମ୍ବୋଧନ କରିବେ।


ହେ ସିୟୋନ ନିବାସିନୀ, ତୁମ୍ଭେ ଉଚ୍ଚ ସ୍ୱର କରି ଆନନ୍ଦଧ୍ୱନି କର; କାରଣ ଯେ ଇସ୍ରାଏଲର ଧର୍ମସ୍ୱରୂପ, ସେ ତୁମ୍ଭ ମଧ୍ୟରେ ମହାନ ଅଟନ୍ତି।”


ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ; କାରଣ ସମୁଦ୍ର ଯେପରି ଜଳରେ ଆଚ୍ଛନ୍ନ, ପୃଥିବୀ ସେହିପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ।


ବିଶ୍ୱସ୍ତ ନଗରୀ କିପରି ବେଶ୍ୟା ହୋଇଅଛି ! ସେ ନ୍ୟାୟବିଚାରରେ ପୂର୍ଣ୍ଣା ଥିଲା। ଧର୍ମ ତାହା ମଧ୍ୟରେ ବାସ କଲା, ମାତ୍ର ଏବେ ହତ୍ୟାକାରୀମାନେ ଅଛନ୍ତି।


ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ, ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ।


ଦେଖ, ମୁଁ ଓ ସଦାପ୍ରଭୁଙ୍କ ଦ୍ୱାରା ମୋତେ ଦତ୍ତ ସନ୍ତାନଗଣ ସିୟୋନ ପର୍ବତନିବାସୀ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଇସ୍ରାଏଲ ମଧ୍ୟରେ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ୱରୂପ ଅଟୁ।


ସେତେବେଳେ ପ୍ରାନ୍ତରରେ ନ୍ୟାୟ ବିଚାର ବାସ କରିବ ଓ ଉର୍ବରା କ୍ଷେତ୍ରରେ ଧାର୍ମିକତା ବସତି କରିବ।


“ଯିହୁଦାର ରାଜା ହିଜକୀୟର ସମୟରେ ମୋରେଷ୍ଟୀୟ ମୀଖା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା; ଆଉ, ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା, ‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ସିୟୋନ କ୍ଷେତ୍ର ତୁଲ୍ୟ ଚଷା ଯିବ ଓ ଯିରୂଶାଲମ ଢିପି ହେବ, ପୁଣି ଯେଉଁ ପର୍ବତରେ ମନ୍ଦିର ଅଛି, ତାହା ବନସ୍ଥ ଉଚ୍ଚସ୍ଥଳୀର ସମାନ ହେବ।’


ହେ ପ୍ରଭୁ, ବିନୟ କରେ, ତୁମ୍ଭର ସମସ୍ତ ଧାର୍ମିକତାନୁସାରେ, ତୁମ୍ଭର ନଗର ଯିରୂଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ; କାରଣ ଆମ୍ଭମାନଙ୍କର ପାପ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣର ଅଧର୍ମ ସକାଶୁ ଯିରୂଶାଲମ ଓ ତୁମ୍ଭର ଲୋକମାନେ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକଙ୍କର ନିନ୍ଦାର ପାତ୍ର ହୋଇଅଛନ୍ତି।


ମାତ୍ର ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ଗୋଷ୍ଠୀଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ।


ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନେ ଅଧର୍ମ କରିବେ ନାହିଁ, କିଅବା ମିଥ୍ୟା କହିବେ ନାହିଁ; ଅଥବା ପ୍ରତାରକ ଜିହ୍ୱା ସେମାନଙ୍କ ମୁଖରେ ଦେଖାଯିବ ନାହିଁ; କାରଣ ସେମାନେ ଚରିବେ ଓ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ।


ତୁମ୍ଭମାନଙ୍କୁ ଏହିସବୁ କାର୍ଯ୍ୟ କରିବାକୁ ହେବ। ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ନିକଟରେ ସତ୍ୟ କୁହ; ଆପଣା ଆପଣା ନଗର-ଦ୍ୱାରରେ ସତ୍ୟ ଓ ଶାନ୍ତିଜନକ ବିଚାର ସାଧନ କର;


ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଚତୁର୍ଥ ମାସର ଉପବାସ ଓ ପଞ୍ଚମ ମାସର ଉପବାସ ଓ ସପ୍ତମ ମାସର ଉପବାସ ଓ ଦଶମ ମାସର ଉପବାସ ଯିହୁଦା-ବଂଶ ପ୍ରତି ଆନନ୍ଦ ଓ ଆହ୍ଲାଦଜନକ ଓ ଆମୋଦଜନକ ଉତ୍ସବ ହେବ; ଏଥିପାଇଁ ତୁମ୍ଭେମାନେ ସତ୍ୟ ଓ ଶାନ୍ତି ଭଲ ପାଅ।”


ସେହି ଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ୱରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ୱରୂପ କରିବା ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାର୍ଶ୍ଵସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେ; ଆଉ, ଯିରୂଶାଲମ ପୁନର୍ବାର ସ୍ୱସ୍ଥାନରେ, ଅର୍ଥାତ୍‍, ଯିରୂଶାଲମରେ ବାସ କରିବ।


ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ବାସ କରି ସେମାନଙ୍କର ପରମେଶ୍ୱର ହେବା।


ମାତ୍ର ମୁଁ ଆପଣା ରାଜାଙ୍କୁ ଆପଣା ପବିତ୍ର ପର୍ବତ ସିୟୋନରେ ସ୍ଥାପନ କରିଅଛି।


ତୁମ୍ଭେ କାହିଁକି ବିସ୍ମିତ ମନୁଷ୍ୟ ତୁଲ୍ୟ କିଅବା ଉଦ୍ଧାର କରିବାକୁ ଅସମର୍ଥ ବୀର ତୁଲ୍ୟ ହେବ; ତଥାପି ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଛ ଓ ଆମ୍ଭେମାନେ ତୁମ୍ଭ ନାମରେ ଖ୍ୟାତ ଅଟୁ। ଆମ୍ଭମାନଙ୍କୁ ପରିତ୍ୟାଗ କର ନାହିଁ।


ଗେବାଠାରୁ ଯିରୂଶାଲମର ଦକ୍ଷିଣସ୍ଥ ରିମ୍ମୋନ୍‍ ପର୍ଯ୍ୟନ୍ତ ସମସ୍ତ ଦେଶ ଆରବା ତୁଲ୍ୟ ପରିବର୍ତ୍ତିତ ହେବ; ଆଉ, ନଗର ଉନ୍ନତ ହୋଇ ବିନ୍ୟାମୀନ୍‍ର ଦ୍ୱାରଠାରୁ ପ୍ରଥମ ଦ୍ୱାରର ସ୍ଥାନ, ଅର୍ଥାତ୍‍, କୋଣର ଦ୍ୱାର ପର୍ଯ୍ୟନ୍ତ ଓ ହନନେଲର ଦୁର୍ଗଠାରୁ ରାଜାର ଦ୍ରାକ୍ଷାଯନ୍ତ୍ର ପର୍ଯ୍ୟନ୍ତ ଆପଣା ସ୍ଥାନରେ ବାସ କରିବ।


Swiv nou:

Piblisite


Piblisite