Biblia Todo Logo
Bib sou entènèt

- Piblisite -




ଯିଖରୀୟ 5:5 - ଓଡିଆ ବାଇବେଲ

5 ଏଉତ୍ତାରେ ମୋ’ ସଙ୍ଗେ ଯେଉଁ ଦୂତ କଥା କହୁଥିଲେ, ସେ ବାହାରେ ଆସି ମୋତେ କହିଲେ, “ଏବେ ତୁମ୍ଭେ ଉର୍ଦ୍ଧ୍ୱକୁ ଦୃଷ୍ଟି କର, ଏହି ଯାହା ଅାସୁଅଛି, ତାହା କଅଣ ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏଉତ୍ତାରେ ମୋʼ ସଙ୍ଗେ ଯେଉଁ ଦୂତ କଥା କହୁଥିଲେ, ସେ ବାହାରେ ଆସି ମୋତେ କହିଲେ, ଏବେ ତୁମ୍ଭେ ଚକ୍ଷୁ ଟେକି ଦେଖ, ଏହି ଯାହା ବାହାରକୁ ଯାଉଅଛି, ତାହା କଅଣ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏଉତ୍ତାରେ ମୋʼ ସଙ୍ଗେ ଯେଉଁ ଦୂତ କଥା କହୁଥିଲେ, ସେ ବାହାରେ ଆସି ମୋତେ କହିଲେ, “ଏବେ ତୁମ୍ଭେ ଊର୍ଦ୍ଧ୍ୱକୁ ଦୃଷ୍ଟି କର, ଏହି ଯାହା ଆସୁଅଛି, ତାହା କଅଣ?”

Gade chapit la Kopi

ପବିତ୍ର ବାଇବଲ

5 ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ବାହାରକୁ ଆସିଲେ। ମୋତେ କହିଲେ, “ଦେଖ, କ’ଣ ଆସୁଥିବାର ଦେଖୁଛ?”

Gade chapit la Kopi




ଯିଖରୀୟ 5:5
6 Referans Kwoze  

ଏଥିରେ ମୁଁ କହିଲି, “ହେ ମହାଶୟ, ଏସବୁ କଅଣ ?” ତହିଁରେ ମୋ’ ସଙ୍ଗରେ କଥା କହୁଥିବା ଦୂତ ମୋତେ କହିଲେ, “ଏସବୁ କଅଣ, ଏହା ଆମ୍ଭେ ତୁମ୍ଭଙ୍କୁ ଜଣାଇବା।”


ସେତେବେଳେ ଯେଉଁ ଦୂତ ମୋ’ ସଙ୍ଗରେ କଥା କହୁଥିଲେ, ସେ ମୋତେ ଉତ୍ତର କରି କହିଲେ, “ଏସବୁର ଅର୍ଥ କଅଣ, ତାହା କି ତୁମ୍ଭେ ଜାଣି ନାହଁ ?” ପୁଣି, ତହିଁରେ ମୁଁ କହିଲି, “ହେ ମହାଶୟ, ଜାଣି ନାହିଁ।”


ଆଉ ଦେଖ, ମୋ’ ସଙ୍ଗେ କଥା କହୁଥିବା ଦୂତ ବାହାର ହେଲେ ଓ ଆଉ ଜଣେ ଦୂତ ତାଙ୍କ ସଙ୍ଗେ ସାକ୍ଷାତ କରିବା ପାଇଁ ବାହାରିଲେ,


ତହିଁରେ ମୋ’ ସଙ୍ଗେ କଥା କହୁଥିବା ଦୂତଙ୍କୁ ମୁଁ କହିଲି, “ଏହିସବୁ କଅଣ ?” ତହୁଁ ସେ ମୋତେ ଉତ୍ତର କଲେ, “ଏହିସବୁ ଶୃଙ୍ଗ ଯିହୁଦା, ଇସ୍ରାଏଲ ଓ ଯିରୂଶାଲମକୁ ଛିନ୍ନଭିନ୍ନ କରିଅଛନ୍ତି।”


ତହିଁରେ ମୋ’ ସଙ୍ଗେ କଥା କହୁଥିବା ଦୂତ ମୋତେ କହିଲେ, “ତୁମ୍ଭେ ଘୋଷଣା କରି କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି ଆମ୍ଭେ ଯିରୂଶାଲମ ଓ ସିୟୋନ ପକ୍ଷରେ ମହା ଈର୍ଷାରେ ଈର୍ଷାନ୍ୱିତ ଅଛୁ।’”


ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏବେ ଚକ୍ଷୁ ଖୋଲି ଉତ୍ତର ଦିଗର ପଥ ପ୍ରତି ଅନାଅ।” ତହୁଁ ମୁଁ ଚକ୍ଷୁ ଖୋଲି ଉତ୍ତର ଦିଗସ୍ଥ ପଥ ଆଡ଼େ ଅନାଇଲି, ଆଉ ଦେଖ, ଯଜ୍ଞବେଦିର ଉତ୍ତର ଦିଗସ୍ଥ ଦ୍ୱାରର ପ୍ରବେଶ ସ୍ଥାନରେ ସେହି ପ୍ରତିମା ଥିଲା, ଯାହା ପରମେଶ୍ୱରଙ୍କୁ କ୍ରୋଧ ଓ ଈର୍ଷାପରାୟଣ କରିଥିଲା।


Swiv nou:

Piblisite


Piblisite