Biblia Todo Logo
Bib sou entènèt

- Piblisite -




ଯିଖରୀୟ 12:7 - ଓଡିଆ ବାଇବେଲ

7 ଆହୁରି, ଦାଉଦ-ବଂଶର ଗୌରବ ଓ ଯିରୂଶାଲମ ନିବାସୀଗଣର ଗୌରବ ଯେପରି ଯିହୁଦା-ବଂଶର ଉପରେ ଉନ୍ନତ ନ ହୁଏ, ଏଥିପାଇଁ ସଦାପ୍ରଭୁ ପ୍ରଥମରେ ଯିହୁଦାର ତମ୍ବୁସବୁକୁ ଉଦ୍ଧାର କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆହୁରି, ଦାଉଦ-ବଂଶର ଗୌରବ ଓ ଯିରୂଶାଲମ ନିବାସୀଗଣର ଗୌରବ ଯେପରି ଯିହୁଦା-ବଂଶର ଉପରେ ଉନ୍ନତ ନ ହୁଏ, ଏଥିପାଇଁ ସଦାପ୍ରଭୁ ପ୍ରଥମରେ ଯିହୁଦାର ତମ୍ଵୁସବୁକୁ ଉଦ୍ଧାର କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆହୁରି, ଦାଉଦ-ବଂଶର ଗୌରବ ଓ ଯିରୂଶାଲମ ନିବାସୀଗଣର ଗୌରବ ଯେପରି ଯିହୁଦା ବଂଶର ଉପରେ ଉନ୍ନତ ନ ହୁଏ, ଏଥିପାଇଁ ସଦାପ୍ରଭୁ ପ୍ରଥମରେ ଯିହୁଦାର ତମ୍ବୁସବୁକୁ ଉଦ୍ଧାର କରିବେ।

Gade chapit la Kopi

ପବିତ୍ର ବାଇବଲ

7 ସଦାପ୍ରଭୁ ସର୍ବପ୍ରଥମେ ଯିହୁଦାର ତମ୍ବୁଗୁଡ଼ିକୁ ରକ୍ଷା କରିବେ। ସେ ଏପରି କରିବେ ଯଦ୍ଦ୍ୱାରା ଦାଉଦଙ୍କ ଗୃହର ସମ୍ମାନ ଏବଂ ଯିରୁଶାଲମର ପରାକ୍ରମ ଯିହୁଦାର ଗୌରବଠାରୁ ଅଧିକ ହେବ ନାହିଁ।

Gade chapit la Kopi




ଯିଖରୀୟ 12:7
20 Referans Kwoze  

ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଯାକୁବର ତମ୍ବୁସକଳର ବନ୍ଦୀତ୍ୱ ପରିବର୍ତ୍ତନ କରିବା ଓ ତାହାର ସକଳ ବାସସ୍ଥାନ ପ୍ରତି ଦୟା କରିବା; ତହିଁରେ ନଗର ଆପଣାର ଉପପର୍ବତ ଉପରେ ପୁନର୍ବାର ନିର୍ମିତ ହେବ ଓ ରାଜଗୃହ ତହିଁର ରୀତିମତେ ରହିବ।


ତେବେ ଗର୍ବ କେଉଁଠାରେ ? ତାହା ଦୂରୀକୃତ ହେଲା । କେଉଁ ପ୍ରକାର ବ୍ୟବସ୍ଥା ଦ୍ୱାରା ? କ୍ରିୟାକର୍ମ ଦ୍ୱାରା ? ନୁହେଁ, କିନ୍ତୁ ବିଶ୍ୱାସର ବ୍ୟବସ୍ଥା ଦ୍ୱାରା ।


ଆଉ, ତାହା ସେହି ଦିନ ଭଗ୍ନ ହେଲା; ତହିଁରେ ପଲର ଯତ୍ନ ଯେଉଁମାନେ ନିଅନ୍ତି ମୋ’ କଥାରେ ମନୋଯୋଗ କଲେ; ସେମାନେ ତାହା ଯେ ସଦାପ୍ରଭୁଙ୍କର ବାକ୍ୟ, ଏହା ଜାଣିଲେ।


ତହିଁରେ ସେ ମୋତେ ଉତ୍ତର କରି କହିଲେ, “ଏହା ଯିରୁବ୍ବାବିଲ୍‍ଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା, ପରାକ୍ରମ ଦ୍ୱାରା ନୁହେଁ, କିଅବା ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।”


“ସେଦିନ ଆମ୍ଭେ ଦାଉଦର ପତିତ ତମ୍ବୁ ପୁନର୍ବାର ଉତ୍‍ଥାପନ କରିବା ଓ ତହିଁର ଫଟା ସ୍ଥାନ ସବୁ ବନ୍ଦ କରିବା; ପୁଣି, ତାହାର ଉଜାଡ଼ ସ୍ଥାନ ସବୁ ପୁନର୍ବାର ଉଠାଇବା ଓ ପୂର୍ବକାଳର ନ୍ୟାୟ ତାହା ନିର୍ମାଣ କରିବା;


ସୈନ୍ୟାଧିପତି ସଦାପ୍ରଭୁ ତାହାର ଭୂଷଣର ଅହଙ୍କାର ଅଶୁଚି କରିବା ଓ ପୃଥିବୀର ସମ୍ଭ୍ରାନ୍ତ ଲୋକସମସ୍ତଙ୍କୁ ତୁଚ୍ଛନୀୟ କରିବା ନିମନ୍ତେ ଏହି ମନ୍ତ୍ରଣା କରିଅଛନ୍ତି।


କାରଣ କୌଣସି ଶତ୍ରୁ ମୋତେ ତିରସ୍କାର କଲା ନାହିଁ; କଲେ ତାହା ମୁଁ ସହ୍ୟ କରି ପାରନ୍ତି; କିଅବା ମୋହର ଘୃଣାକାରୀ ମୋ’ ବିରୁଦ୍ଧରେ ଦର୍ପ କଲା ନାହିଁ, କଲେ ତାହାଠାରୁ ମୁଁ ଆପଣାକୁ ଲୁଚାନ୍ତି;


କାରଣ ମୁଁ କହିଲି, କେଜାଣି ମୋହର ଶତ୍ରୁମାନେ ମୋ’ ଉପରେ ଆନନ୍ଦ କରିବେ; ମୋ’ ପାଦ ଖସିଗଲା ବେଳେ ସେମାନେ ମୋ’ ପ୍ରତିକୂଳରେ ଦର୍ପ କରନ୍ତି।


ଯେଉଁମାନେ ମୋ’ ବିପଦରେ ଆନନ୍ଦ କରନ୍ତି, ସେମାନେ ଏକତ୍ର ଲଜ୍ଜିତ ଓ ବିବ୍ରତ ହେଉନ୍ତୁ; ଯେଉଁମାନେ ମୋ’ ବିରୁଦ୍ଧରେ ଦର୍ପ କରନ୍ତି, ସେମାନେ ଲଜ୍ଜା ଓ ଅପମାନ ପରିଧାନ କରନ୍ତୁ।


ଯଦି ତୁମ୍ଭେମାନେ ନିତାନ୍ତ ମୋ’ ଉପରେ ଆପଣାମାନଙ୍କୁ ବଡ଼ କରିବ ଓ ମୋ’ ବିରୁଦ୍ଧରେ ମୋ’ ଗ୍ଳାନିର ପ୍ରତିବାଦ କରିବ;


କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ର‌ରେ ଉକ୍ତ ଅଛି, "ଈଶ୍ୱର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି'' ।


ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଈଶ୍ୱର କ'ଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ, ପୁଣି, ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରି ନାହାଁନ୍ତି ?


ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, ପିତା ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏଥି ନିମନ୍ତେ ତୁମ୍ଭର ପ୍ରଶଂସା କରୁଅଛି; ହଁ, ପିତା, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା ।


Swiv nou:

Piblisite


Piblisite