Biblia Todo Logo
Bib sou entènèt

- Piblisite -




ପରମ ଗୀତ 1:6 - ଓଡିଆ ବାଇବେଲ

6 ମୁଁ କୃଷ୍ଣବର୍ଣ୍ଣା, ସୂର୍ଯ୍ୟ ମୋତେ ବିବର୍ଣ୍ଣା କରିଅଛି ବୋଲି ମୋ’ ପ୍ରତି କୁଦୃଷ୍ଟି କର ନାହିଁ। ମୋ’ ମାତାର ସନ୍ତାନଗଣ ମୋ’ ପ୍ରତି କୁପିତ ହେଲେ, ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ରସମୂହର ରକ୍ଷିକା କଲେ; ମାତ୍ର ମୁଁ ନିଜ ଦ୍ରାକ୍ଷାକ୍ଷେତ୍ର ରକ୍ଷା କରି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ମୁଁ କୃଷ୍ଣବର୍ଣ୍ଣା, ସୂର୍ଯ୍ୟ ମୋତେ ବିବର୍ଣ୍ଣା କରିଅଛି ବୋଲି ମୋʼ ପ୍ରତି କୁଦୃଷ୍ଟି କର ନାହିଁ। ମୋʼ ମାତାର ସନ୍ତାନଗଣ ମୋʼ ପ୍ରତି କୁପିତ ହେଲେ, ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ରସମୂହର ରକ୍ଷିକା କଲେ; ମାତ୍ର ମୁଁ ନିଜ ଦ୍ରାକ୍ଷାକ୍ଷେତ୍ର ରକ୍ଷା କରି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ମୁଁ କୃଷ୍ଣବର୍ଣ୍ଣା, ସୂର୍ଯ୍ୟ ମୋତେ ବିବର୍ଣ୍ଣା କରିଅଛି ବୋଲି ମୋʼ ପ୍ରତି କୁଦୃଷ୍ଟି କର ନାହିଁ। ମୋʼ ମାତାର ସନ୍ତାନଗଣ ମୋʼ ପ୍ରତି କୁପିତ ହେଲେ, ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ରସମୂହର ରକ୍ଷିକା କଲେ; ମାତ୍ର ମୁଁ ନିଜ ଦ୍ରାକ୍ଷାକ୍ଷେତ୍ର ରକ୍ଷା କରି ନାହିଁ।

Gade chapit la Kopi

ପବିତ୍ର ବାଇବଲ

6 ମୋତେ ଦେଖ ନାହିଁ କାରଣ ସୂର୍ଯ୍ୟ ମୋତେ କଳା କରିଅଛି। ମୋର ମାତାର ସନ୍ତାନଗଣ ମୋ’ ଉପରେ ରାଗିଥିଲେ। ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କଲେ। ମାତ୍ର ମୁଁ ମୋର ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନେଇ ପାରିଲି ନାହିଁ।

Gade chapit la Kopi




ପରମ ଗୀତ 1:6
15 Referans Kwoze  

ମୁଁ ଆପଣା ଭ୍ରାତୃଗଣ ପ୍ରତି ଅଜଣା ଓ ମାତୃସନ୍ତାନଗଣ ପ୍ରତି ବିଦେଶୀ ହୋଇଅଛି।


ମୋହର ଚର୍ମ କୃଷ୍ଣବର୍ଣ୍ଣ ହୋଇ ମୋ’ଠାରୁ ଝଡ଼ି ପଡ଼ୁଅଛି ଓ ମୋ’ ଅସ୍ଥିସବୁ ଉତ୍ତାପରେ ଦଗ୍ଧ ହେଉଅଛି।


କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ, ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ, ତାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି ।


ପୁଣି, ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ ।


କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା ।


ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ପରି ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ । ସେମାନେ ଯେବେ ଗୃହ କର୍ତ୍ତାଙ୍କୁ ବାଲ୍‌ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ ।


ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।


କାରଣ ପୁତ୍ର ପିତାକୁ ଅମାନ୍ୟ କରେ, କନ୍ୟା ଆପଣା ମାତାର ବିରୁଦ୍ଧରେ, ପୁତ୍ରବଧୂ ଆପଣା ଶାଶୁର ବିରୁଦ୍ଧରେ ଉଠେ; ଆପଣା ପରିବାରର ଲୋକେ ମନୁଷ୍ୟର ଶତ୍ରୁ ହୁଅନ୍ତି।


ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳା ବର୍ଣ୍ଣ; ସେମାନେ ଦାଣ୍ଡରେ ଚିହ୍ନା ଯା’ନ୍ତି ନାହିଁ; ସେମାନଙ୍କର ଚର୍ମ ଅସ୍ଥିରେ ଲାଗି ରହିଅଛି; ତାହା କାଷ୍ଠ ପରି ଶୁଷ୍କ ହୋଇଅଛି,


କାରଣ ତୁମ୍ଭର ଭାଇମାନେ ଓ ପିତୃବଂଶ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛନ୍ତି; ସେମାନେ ତୁମ୍ଭ ପଛେ ପଛେ ଉଚ୍ଚରେ ଡାକ ପକାଇ ଅଛନ୍ତି; ସେମାନେ ତୁମ୍ଭକୁ ମିଷ୍ଟ କଥା କହିଲେ ହେଁ ସେମାନଙ୍କୁ ବିଶ୍ୱାସ କର ନାହିଁ।


ମୁଁ ଆପଣା ଲୋକମାନଙ୍କ କନ୍ୟାର ଦୁଃଖ ସକାଶୁ ଦୁଃଖିତ; ମୁଁ ମଳିନ; ବିସ୍ମୟତା ମୋତେ ଆକ୍ରାନ୍ତ କରିଅଛି।


Swiv nou:

Piblisite


Piblisite