Biblia Todo Logo
Bib sou entènèt

- Piblisite -




ରୋମୀୟ 8:25 - ଓଡିଆ ବାଇବେଲ

25 କିନ୍ତୁ ଆମ୍ଭେମାନେ ଯାହା ଦେଖୁ ନାହୁଁ, ଯଦି ତାହା ନିମନ୍ତେ ଭରସା କରୁ, ତାହାହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 କିନ୍ତୁ ଆମ୍ଭେମାନେ ଯାହା ଦେଖୁ ନାହୁଁ, ଯଦି ତାହା ନିମନ୍ତେ ଭରସା କରୁ, ତାହାହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

25 କିନ୍ତୁ ଆମେ ଯଦି ଅଦୃଶ୍ୟ ବିଷୟ ପାଇଁ ଭରସା କରୁ, ତେବେ ଆମକୁ ଧୈର୍ଯ୍ୟ ସହକାରେ ଅପେକ୍ଷା କରିବାକୁ ପଡ଼ିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 କିନ୍ତୁ ଆମ୍ଭେମାନେ ଯାହା ଦେଖୁ ନାହୁଁ, ଯଦି ତାହା ନିମନ୍ତେ ଭରସା କରୁ, ତାହାହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ।

Gade chapit la Kopi

ପବିତ୍ର ବାଇବଲ

25 କିନ୍ତୁ ଯାହା ଆମ୍ଭ ପାଖରେ ଏବେ ସୁଦ୍ଧା ନାହିଁ ତା’ ପାଇଁ ଆମ୍ଭେ ଭରସାରେ ଅଛୁ। ଆମ୍ଭେ ଏହା ପାଇଁ ଧୈର୍ଯ୍ୟପୁର୍ବକ ଅପେକ୍ଷା କରି ରହିଛୁ।

Gade chapit la Kopi




ରୋମୀୟ 8:25
26 Referans Kwoze  

ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ;


ଯେଣୁ ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇ ପାର, ଏଥି ନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ ।


ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର; ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।


ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛୁ;


ଏବଂ ସର୍ବ ବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା ନିମନ୍ତେ ତାହାଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହୁଅ,


ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ ।


ହେ ସଦାପ୍ରଭୁ, ମୁଁ ତୁମ୍ଭ ପରିତ୍ରାଣର ଅପେକ୍ଷାରେ ଅଛି।


ଆଉ ପ୍ରଭୁ ତୁମ୍ଭମାନଙ୍କ ହୃଦୟକୁ ଈଶ୍ୱରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ସହିଷ୍ଣୁତା ରୂପ ପଥରେ କଢାଉନ୍ତୁ ।


ପୁଣି, ସେହି ଦିନ ଏହି କଥା କୁହାଯିବ, “ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ; ଏ ସଦାପ୍ରଭୁ ଅଟନ୍ତି; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ, ଆମ୍ଭେମାନେ ତାହାଙ୍କ କୃତ ପରିତ୍ରାଣରେ ଆନନ୍ଦିତ ହୋଇ ଉଲ୍ଲାସ କରିବୁ।”


ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ, ଅର୍ଥାତ୍‍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ ।


ମୁଁ ଯୋହନ, ତୁମ୍ଭମାନଙ୍କ ଭାଇ ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ, ମୁଁ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ଵୀପରେ ଥିଲି ।


ଯେପରି ତୁମ୍ଭେମାନେ ଶିଥିଳ ନ ହୋଇ, ଯେଉଁମାନେ ବିଶ୍ୱାସ ଓ ଧୈର୍ଯ୍ୟ ଦ୍ୱାରା ପ୍ରତିଜ୍ଞାସମୂହର ଅଧିକାରୀ, ବରଂ ସେମାନଙ୍କର ଅନୁକାରୀ ହୁଅ ।


ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ,


ଆଉ, ଉତ୍ତମ ଭୂମିରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଆଉ, ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି ।


ହେ ସଦାପ୍ରଭୁ, ଆମ୍ଭେମାନେ ତୁମ୍ଭ ଶାସନ ମାର୍ଗରେ ତୁମ୍ଭ ଅପେକ୍ଷାରେ ରହିଅଛୁ; ତୁମ୍ଭର ନାମ ଓ ତୁମ୍ଭର ସ୍ମରଣ ଚିହ୍ନ ପ୍ରତି ଆମ୍ଭମାନଙ୍କର ପ୍ରାଣର ଆକାଂକ୍ଷା ଅଛି।


ମୋହର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା କରେ; ତାହାଙ୍କଠାରୁ ମୋହର ପରିତ୍ରାଣ ଆସେ।


ଏଠାରେ ସାଧୁମାନଙ୍କର, ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ ।


କେହି ଯଦି ବନ୍ଦୀ କରିନିଏ, ତାହାହେଲେ ସେ ବନ୍ଦୀ ହୋଇଯିବ; କେହି ଯଦି ଖଡ଼୍ଗ ଦ୍ୱାରା ବଧ କରେ, ତାହାହେଲେ ତାହାକୁ ନିଶ୍ଚୟ ଖଡ଼୍ଗ ଦ୍ୱାରା ବଧ କରାଯିବ । ଏହି ସ୍ଥଳରେ ସାଧୁମାନଙ୍କର ଧୖେର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ ।


ଆଉ ଏହି ପ୍ରକାରେ ଦୀର୍ଘସହିଷ୍ଣୁୁ ହୋଇ ଅବ୍ରହାମ ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇଥିଲେ ।


Swiv nou:

Piblisite


Piblisite