Biblia Todo Logo
Bib sou entènèt

- Piblisite -




ରୋମୀୟ 15:8 - ଓଡିଆ ବାଇବେଲ

8 କାରଣ ମୁଁ କହେ, ଖ୍ରୀଷ୍ଟ, ଈଶ୍ୱରଙ୍କ ସତ୍ୟ ନିମନ୍ତେ ସୁନ୍ନତିପ୍ରାପ୍ତ ଲୋକମାନଙ୍କର ସେବକ କରାଯାଇଅଛନ୍ତି, ଯେପରି ସେ ପିତୃପୁରୁଷମାନଙ୍କୁ ପ୍ରଦତ୍ତ ପ୍ରତିଜ୍ଞାସକଳ ସ୍ଥିର କରନ୍ତି,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 କାରଣ ମୁଁ କହେ, ଖ୍ରୀଷ୍ଟ ଈଶ୍ଵରଙ୍କ ସତ୍ୟ ନିମନ୍ତେ ସୁନ୍ନତି ଲୋକମାନଙ୍କର ସେବକ କରାଯାଇଅଛନ୍ତି, ଯେପରି ସେ ପିତୃପୁରୁଷମାନଙ୍କୁ ପ୍ରଦତ୍ତ ପ୍ରତିଜ୍ଞାସକଳ ସ୍ଥିର କରନ୍ତି,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 କାରଣ ଖ୍ରୀଷ୍ଟଙ୍କ ସେବାର ଜୀବନ ଇହୁଦୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସେମାନଙ୍କୁ ସେ ଦେଖାଇବାକୁ ଚାହୁଁଥିଲେ ଯେ ଈଶ୍ୱର ବିଶ୍ୱସ୍ତ, ଇହୁଦୀ ଜାତିର ପୂର୍ବପୁରୁଷମାନଙ୍କୁ ଦେଇଥିବା ତାଙ୍କ ପ୍ରତିଜ୍ଞାସବୁ ସେ ପାଳନ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 କାରଣ ମୁଁ କହେ, ଖ୍ରୀଷ୍ଟ, ଈଶ୍ବରଙ୍କ ସତ୍ୟ ନିମନ୍ତେ ସୁନ୍ନତିପ୍ରାପ୍ତ ଲୋକମାନଙ୍କର ସେବକ କରାଯାଇଅଛନ୍ତି, ଯେପରି ସେ ପିତୃପୁରୁଷମାନଙ୍କୁ ପ୍ରଦତ୍ତ ପ୍ରତିଜ୍ଞାସକଳ ସ୍ଥିର କରନ୍ତି,

Gade chapit la Kopi

ପବିତ୍ର ବାଇବଲ

8 ଏହି କର୍ମ ପରମେଶ୍ୱରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ୱର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସେବକ ହେଲେ।

Gade chapit la Kopi




ରୋମୀୟ 15:8
29 Referans Kwoze  

କିନ୍ତୁ ଯୀଶୁ ଉତ୍ତର ଦେଲେ, ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇ ନାହିଁ ।


ସେ ଆପଣା ରାଜ୍ୟକୁଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ ।


ଯେଣୁ ଈଶ୍ୱରଙ୍କର ଯେତେ ପ୍ରତିଜ୍ଞା, ସେସମସ୍ତର ହଁ ତାହାଙ୍କଠାରେ ଅଛି; ଏଥିସକାଶେ ମଧ୍ୟ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ ଆମ୍ଭେମାନେ ଆମେନ୍‍ କହିଥାଉ ।


ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ ।


କାରଣ ଅଣଯିହୂଦୀମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ୱରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥି ନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ୱରଙ୍କ ସୁସମାଚାରର ଯାଜକତ୍ତ୍ୱ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦିଆଯାଇଅଛି ।


ତେବେ କ'ଣ ? ଯଦି ଯିହୁଦୀମାନଙ୍କ ମଧ୍ୟରୁ କେହି କେହି ଅବିଶ୍ୱସ୍ତ ହେଲେ, ସେମାନଙ୍କର ଅବିଶ୍ୱସ୍ତତା କ'ଣ ଈଶ୍ୱରଙ୍କ ବିଶ୍ୱସ୍ତତାକୁ ନିଷ୍ଫଳ କରିବ ?


ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ଇସ୍ରାଏଲର ପ୍ରଜାସତ୍ୱରହିତ , ଭରସାହୀନ ଓ ଈଶ୍ୱର ବିହୀନ ହୋଇଥିଲ, ଏହା ସ୍ମରଣ କର ।


ଯେଣୁ ତୁମ୍ଭେମାନେ ଯେପରି ପୂର୍ବେ ଈଶ୍ୱରଙ୍କ ଅନାଜ୍ଞାବହ ଥିଲ, କିନ୍ତୁ ଏବେ ସେମାନଙ୍କ ଅନାଜ୍ଞାବହତା ଦ୍ୱାରା ଦୟା ପ୍ରାପ୍ତ ହୋଇଅଛ,


ଅତଏବ, ଈଶ୍ୱରଙ୍କ ଦୟା ଓ କଠୋରତା ବୁଝ; ଯେଉଁମାନେ ପତିତ ହେଲେ, ସେମାନଙ୍କ ପ୍ରତି କଠୋରତା, କିନ୍ତୁ ତୁମ୍ଭେ ଯଦି ଈଶ୍ୱରଙ୍କ ଦୟାର ଶରଣାପନ୍ନ ହୋଇ ରହିଥାଅ, ତାହାହେଲେ ତୁମ୍ଭ ପ୍ରତି ତାହାଙ୍କ ଦୟା; ନୋହିଲେ ତୁମ୍ଭେ ମଧ୍ୟ କଟାଯିବ ।


ଏଣୁ ଏହି ପ୍ରତିଜ୍ଞା ବିଶ୍ୱାସ ହେତୁ ପ୍ରାପ୍ତ ହୁଏ, ଯେପରି ତାହା ଅନୁଗ୍ରହ ଅନୁସାରେ ହୁଏ, ଆଉ ତଦ୍ୱାରା ସମସ୍ତ ବଂଶ ପକ୍ଷରେ, କେବଳ ମୋଶାଙ୍କ ବ୍ୟବସ୍ଥାବଲମ୍ବୀ ବଂଶ ପକ୍ଷରେ ନୁହେଁ, ମାତ୍ର ଅବ୍ରହାମଙ୍କ ବିଶ୍ୱାସାବଲମ୍ବୀ ବଂଶ ପକ୍ଷରେ ସୁଦ୍ଧା ସେହି ପ୍ରତିଜ୍ଞା ଅଟଳ ରହେ;


ପୁଣି, ବର୍ତ୍ତମାନ କାଳରେ ଆପଣା ଧାର୍ମିକତା ପ୍ରକାଶ କରିବା ନିମନ୍ତେ ସେ ଏହା କରିଅଛନ୍ତି, ଯେପରି ସେ ସ୍ୱୟଂ ଧାର୍ମିକ ଓ ଯୀଶୁଙ୍କଠାରେ ବିଶ୍ୱାସୀକୁ ଧାର୍ମିକ ଗଣନାକାରୀ ବୋଲି ପ୍ରକାଶିତ ହୁଅନ୍ତି ।


ସେଥିରେ ପାଉଲ ଓ ବର୍ଣ୍ଣବ୍ବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା; ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ, ଦେଖନ୍ତୁ, ଆମ୍ଭେମାନେ ଅଣଯିହୂଦୀମାନଙ୍କ ନିକଟକୁ ଯାଉଅଛୁ,


ତୁମ୍ଭେ ପୂର୍ବକାଳଠାରୁ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପ୍ରତି ଯାହା ଶପଥ କରିଅଛ, ଯାକୁବ ପ୍ରତି ସେହି ସତ୍ୟ ଓ ଅବ୍ରହାମ ପ୍ରତି ସେହି ଦୟା ପାଳନ କରିବ।


ହେ ଭାଇମାନେ, ମୁଁ ଏହା କହୁଅଛି, ରକ୍ତମାଂସ ଈଶ୍ୱରଙ୍କ ରାଜ୍ୟ ଅଧିକାର କରି ପାରେ ନାହିଁ, କିମ୍ବା କ୍ଷୟ ଅକ୍ଷୟତାକୁ ଅଧିକାର କରେ ନାହିଁ ।


ତୁମ୍ଭ ନିଜ ବିବେକ ସକାଶେ ବୋଲି ମୁଁ କହୁ ନାହିଁ, ମାତ୍ର ତା'ର ବିବେକ ସକାଶେ । ମୋହର ସ୍ୱାଧୀନତା କାହିଁକି ଅନ୍ୟର ବିବେକ ଦ୍ୱାରା ବିଚାରିତ ହୁଏ ?


ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାଁନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ପାଇଁ ମୁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି ।


ତେବେ ଦେବପ୍ରସାଦ ବୋଲି ଯେ କିଛି ଅଛି ବା ପ୍ରତିମା ବୋଲି ଯେ କିଛି ଅଛି, ଏହା କି ମୁଁ କହୁଅଛି ?


ମୋ' କଥାର ଭାବ ଏହି, ତୁମ୍ଭମାନଙ୍କ ମଧ୍ୟରୁ କେହି କେହିି କହନ୍ତି, ମୁଁ ପାଉଲଙ୍କର, କେହି କେହି କହନ୍ତି, ମୁଁ ଆପଲ୍ଲଙ୍କର, କେହି କେହି କହନ୍ତି, ମୁଁ କୈଫାଙ୍କର , ଆଉ କେହି କେହି କହନ୍ତି, ମୁଁ ଖ୍ରୀଷ୍ଟଙ୍କର ।


ଯେହେତୁ ମୋହର ମୁଖ ସତ୍ୟ କହିବ, ଦୁଷ୍ଟତା ମୋ’ ଓଷ୍ଠାଧରର ଘୃଣାର ବିଷୟ।


Swiv nou:

Piblisite


Piblisite