Biblia Todo Logo
Bib sou entènèt

- Piblisite -




ରୋମୀୟ 12:6 - ଓଡିଆ ବାଇବେଲ

6 ଆଉ, ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ; ଏଣୁ ସେହି ଦାନ ଯଦି ଭାବବାଣୀ ହୁଏ, ଆସ, ଆମ୍ଭେମାନେ ବିଶ୍ୱାସର ପରିମାଣ ଅନୁସାରେ ଭାବବାଣୀ କହୁ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆଉ, ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ; ଏଣୁ ସେହି ଦାନ ଯଦି ଭାବବାଣୀ ହୁଏ, ଆସ, ଆମ୍ଭେମାନେ ବିଶ୍ଵାସର ପରିମାଣ ଅନୁସାରେ ଭାବବାଣୀ କହୁ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ତେଣୁ ଆମ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଅନୁଯାୟୀ ତାଙ୍କଠାରୁ ପ୍ରାପ୍ତ ବିଭିନ୍ନ ଶକ୍ତିଗୁଡ଼ିକୁ ଆମେ ଯଥାର୍ଥ ଭାବରେ ଉପଯୋଗ କରିବାକୁ ହେବ। ଆମେ ଯଦି ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ପାଇଁ ଈଶ୍ୱରଦତ୍ତ ଶକ୍ତି ପାଇଛୁ, ଆମ ବିଶ୍ୱାସର ଦୃଢ଼ତା ଅନୁଯାୟୀ ସେ କାର୍ଯ୍ୟ ସମ୍ପାଦନ କରିବାକୁ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆଉ, ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ; ଏଣୁ ସେହି ଦାନ ଯଦି ଭାବବାଣୀ ହୁଏ, ଆସ, ଆମ୍ଭେମାନେ ବିଶ୍ୱାସର ପରିମାଣ ଅନୁସାରେ ଭାବବାଣୀ କହୁ;

Gade chapit la Kopi

ପବିତ୍ର ବାଇବଲ

6 ଏହିଭଳି ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହରୁ, ବିଭିନ୍ନ ସବୁ ଅନୁଗ୍ରହ ଦାନମାନ ମିଳିଛି। ଜଣେ ତା'ଠାରେ ଥିବା ବିଶ୍ୱାସ ଅନୁସାରେ ତାହାକୁ ବ୍ୟବହାର କରୁ। ଯଦି କାହାକୁ ଭବିଷ୍ୟ‌ଦ୍‌ବାଣୀର ଦାନ ମିଳିଛି, ତା'ହେଲେ ସେ ନିଜର ବିଶ୍ୱାସ ଅନୁସାରେ ଭବିଷ୍ୟ‌ଦ୍‌ବାଣୀ କରୁ।

Gade chapit la Kopi




ରୋମୀୟ 12:6
31 Referans Kwoze  

ତଥାପି, ଯେପରି ସବୁ ଲୋକ ମୋହରି ପରି ହୁଅନ୍ତି, ଏହା ମୋହର ଇଚ୍ଛା । ମାତ୍ର କେହି ଏପ୍ରକାର, କେହି ସେପ୍ରକାର, ପ୍ରତ୍ୟେକ ଜଣ ଈଶ୍ୱରଙ୍କଠାରୁ ଦାନ ପାଇଅଛି ।


କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ୍, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ୱର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର ।


ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇ ପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି,


ଆଉ, ଯଦି ମୋହର ଭାବବାଣୀ କହିବାର ଶକ୍ତି ଥାଏ ଏବଂ ମୁଁ ସମସ୍ତ ନିଗୂଢ଼ତତ୍ତ୍ୱ ଓ ସମସ୍ତ ଜ୍ଞାନରେ ପାରଦର୍ଶୀ ହୋଇଥାଏ, ପୁଣି, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ନୁହେଁ ।


ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି,


ପ୍ରେମର ଅନୁସରଣ କର, ପୁଣି, ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥି ନିମନ୍ତେ ଏକାନ୍ତ ଚେଷ୍ଟା କର ।


କାରଣ ଯଦି ଆଗ୍ରହଭାବ ଥାଏ, ତେବେ ତାହା ଜଣକର ଅଭାବାନୁସାରେ ସୁଗ୍ରାହ୍ୟ ନୁହେଁ, ବରଂ ତାହାର ଯାହା ଅଛି, ତଦନୁସାରେ ସୁଗ୍ରାହ୍ୟ ହୁଏ ।


ଭାବବାଣୀ ତୁଚ୍ଛ କର ନାହିଁ;


ଆଉ, ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି, ଅନ୍ୟମାନେ ବିଚାର କରନ୍ତୁ ।


ପୁଣି, ଯିହୂଦା ଓ ଶୀଲା ନିଜେ ନିଜେ ମଧ୍ୟ ଭାବବାଦୀ ଥିବାରୁ ଅନେକ କଥା ଦ୍ୱାରା ଭାଇମାନଙ୍କୁ ଉତ୍ସାହ ଦେଇ ସେମାନଙ୍କୁ ସୁସ୍ଥିର କଲେ ।


ଈଶ୍ୱର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଅାମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ପୁଣି, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ ।


ଅତଏବ, ଆସ, ଆମ୍ଭେମାନେ ଯେତେ ଲୋକ ସିଦ୍ଧ, ଏହିପରି ଭାବ ଧାରଣ କରୁ, ଆଉ ଯଦି କୌଣସି ବିଷୟରେ ତୁମ୍ଭମାନଙ୍କର ଭାବ ଭିନ୍ନ ପ୍ରକାରଥାଏ, ତେବେ ଏହା ମଧ୍ୟ ଈଶ୍ୱର ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ;


ସେହି ନିଗୂଢ଼ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବ କାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା,


ସେତେବେଳେ ଆନ୍ତିୟଖିଆସ୍ଥିତ ମଣ୍ଡଳୀରେ ବର୍ଣ୍ଣବ୍ବା, ଶିମିୟୋନ, ଯାହାଙ୍କୁ ନିଗର ବୋଲି କହନ୍ତି, କୂରୀଣୀୟ ଲୂକୀୟ, ସାମନ୍ତରାଜା ହେରୋଦଙ୍କ ସହପାଳିତ ମନହେମ୍ ଓ ଶାଉଲ, ଏହିପରି ଭାବବାଦୀ ଓ ଶିକ୍ଷକମାନେ ଥିଲେ ।


ତେଣୁ ଈଶ୍ୱର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପଠାଇବୁ; ସେମାନଙ୍କ ମଧ୍ୟରୁ କାହା କାହାକୁ ସେମାନେ ବଧ କରିବେ ଓ କାହା କାହାକୁ ତାଡ଼ନା କରିବେ,


ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପଠାଉଅଛି; ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହା କାହାକୁ ତୁମ୍ଭମାନଙ୍କ ସମାଜଗୃହରେ କୋରଡ଼ା ମାରିବ ଓ ନଗରକୁନଗର ତାଡ଼ନା କରିବ,


କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ପୁଣି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ, ତେବେ ସେ ସମସ୍ତଙ୍କ ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୁଏ, ସମସ୍ତଙ୍କ ଦ୍ୱାରା ବିଚାରିତ ହୁଏ,


ତାହାଙ୍କର ଚାରି ଜଣ କୁମାରୀ କନ୍ୟା, ଭାବବାଦିନୀ ଥିଲେ ।


ଆପଲ୍ଲ କିଏ ? ପାଉଲ ବା କିଏ ? ସେମାନେ ତ ସେବକମାତ୍ର, ଯେଉଁମାନଙ୍କ ଦ୍ୱାରା, ପ୍ରତ୍ୟେକକୁ ପ୍ରଭୁ ଯେପରି ଦେଇଅଛନ୍ତି, ତଦନୁସାରେ ତୁମ୍ଭେମାନେ ବିଶ୍ୱାସ କରିଅଛ ।


କିନ୍ତୁ ଈଶ୍ୱର ଅଙ୍ଗପ୍ରତ୍ୟଙ୍ଗକୁ ଗୋଟି ଗୋଟି କରି ଶରୀରରେ ଆପଣା ଇଚ୍ଛାନୁସାରେ ଖଞ୍ଜିଅଛନ୍ତି ।


ପ୍ରଥମରେ ଏହା ଜ୍ଞାତ ହୁଅ ଯେ, ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ,


ପୁଣି, ଯେ ଦୁଇ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ଦୁଇ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ଦୁଇ ତୋଡ଼ା ଲାଭ କରିଛି ।


Swiv nou:

Piblisite


Piblisite