Biblia Todo Logo
Bib sou entènèt

- Piblisite -




ରୋମୀୟ 11:9 - ଓଡିଆ ବାଇବେଲ

9 ପୁଣି, ଦାଉଦ କହନ୍ତି, "ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ହେଉ, ପୁଣି, ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧସ୍ୱରୂପ ହେଉ ।'

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି ଦାଉଦ କହନ୍ତି, “ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ହେଉ, ପୁଣି, ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧ ସ୍ଵରୂପ ହେଉ।”

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ସେମାନଙ୍କ ସମ୍ପର୍କରେ ଦାଉଦ ଲେଖିଛନ୍ତି: “ସେମାନେ ଉତ୍ସବ କରବା ବେଳେ ଫାନ୍ଦରେ ପଡ଼ନ୍ତୁ। ପତିତ ହୋଇ ଦଣ୍ଡଭୋଗ କରନ୍ତୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି, ଦାଉଦ କହନ୍ତି, “ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ହେଉ, ପୁଣି, ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧ ସ୍ୱରୂପ ହେଉ।

Gade chapit la Kopi

ପବିତ୍ର ବାଇବଲ

9 ଦାଉଦ କୁହନ୍ତି: “ସେ ଲୋକମାନେ ନିଜର ଭୋଜନରେ ଚ୍ଛନ୍ଦି ଓ ବାନ୍ଧି ହୋଇ ଯାଆନ୍ତୁ, ତାହାଙ୍କର ପତନ ହେଉ ଓ ସେମାନଙ୍କୁ ଦଣ୍ଡ ମିଳୁ।

Gade chapit la Kopi




ରୋମୀୟ 11:9
18 Referans Kwoze  

ସେମାନଙ୍କ କର୍ମାନୁସାରେ ଓ ସେମାନଙ୍କ କ୍ରିୟାର ଦୁଷ୍ଟତାନୁସାରେ ସେମାନଙ୍କୁ ପ୍ରତିଫଳ ଦିଅ; ସେମାନଙ୍କ ହସ୍ତର କର୍ମାନୁରୂପ ଫଳ ସେମାନଙ୍କୁ ଦିଅ; ସେମାନଙ୍କୁ ସମୁଚିତ ଫଳ ଭୋଗ କରାଅ।


କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଆଉ ପ୍ରତ୍ୟେକ ଆଜ୍ଞାଲଙ୍ଘନ ଓ ଅବାଧ୍ୟତା ଯଥାର୍ଥ ଦଣ୍ଡ ପାଇଲା,


କିନ୍ତୁ ଈଶ୍ୱର ତାହାକୁ କହିଲେ, ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ତୋଠାରୁ ନିଆଯିବ; ସେଥିରେ ତୁ ଯାହା ଯାହା ସଞ୍ଚୟ କରିଅଛୁ, ସେହି ସବୁ କାହାର ହେବ ?


ସଦାପ୍ରଭୁ କହନ୍ତି, “ଆମ୍ଭେ ପ୍ରସବ କାଳ ଉପସ୍ଥିତ କରି କି ପ୍ରସବ କରାଇବା ନାହିଁ ?” ତୁମ୍ଭର ପରମେଶ୍ୱର କହନ୍ତି, “ପ୍ରସବ କରାଉ ଯେ ଆମ୍ଭେ, ଆମ୍ଭେ କି ଗର୍ଭ ରୋଧ କରିବା ?”


ସେମାନଙ୍କର କର୍ମ ପ୍ରମାଣେ ସେ ଆପଣା ବିପକ୍ଷମାନଙ୍କୁ ପ୍ରଚଣ୍ଡ କୋପରୂପ ପ୍ରତିଦାନ ଓ ଆପଣା ଶତ୍ରୁମାନଙ୍କୁ ପ୍ରତିଫଳ ଦେବେ; ଦ୍ୱୀପସମୂହକୁ ପ୍ରତିଫଳ ଦାନ କରିବେ।


ହଁ, ନିର୍ବୋଧମାନଙ୍କର ବିପଥ-ଗମନ ସେମାନଙ୍କୁ ବିନାଶ କରିବ ଓ ଅଜ୍ଞାନମାନଙ୍କର ଆତ୍ମତୃପ୍ତି ସେମାନଙ୍କୁ ସଂହାର କରିବ।


ସେମାନଙ୍କ ପାଦ ଖସି ପଡ଼ିବା ବେଳେ ସମୁଚିତ ଦଣ୍ଡ ଓ ପ୍ରତିଫଳ ଦେବା ଆମ୍ଭର କର୍ମ; କାରଣ ସେମାନଙ୍କ ବିପଦର ଦିନ ସନ୍ନିକଟ ଓ ସେମାନଙ୍କ ପାଇଁ ଯାହା ନିରୂପିତ, ତାହା ଶୀଘ୍ର ଆସୁଅଛି।


କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ ।


ଏଣୁ ଆସ, ଆମ୍ଭେମାନେ ଆଉ ପରସ୍ପରର ବିଚାର ନ କରୁ; ମାତ୍ର କେହି ଯେପରି ଆପଣା ଭାଇର ବାଟରେ ବାଧାଜନକ କିମ୍ବା ବିଘ୍ନଜନକ ବିଷୟ ନ ରଖେ, ଏହା ତୁମ୍ଭେମାନେ ବିଚାର କର ।


ତାହା ପାଇଁ ଫାଶ ଭୂମିରେ ଗୁପ୍ତ ଅଛି ଓ ପଥରେ ତାହା ପାଇଁ ଯନ୍ତା ଅଛି।


Swiv nou:

Piblisite


Piblisite