Biblia Todo Logo
Bib sou entènèt

- Piblisite -




ରୋମୀୟ 1:18 - ଓଡିଆ ବାଇବେଲ

18 କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହେଉଅଛି

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ଵର୍ଗରୁ ଈଶ୍ଵରଙ୍କ କ୍ରୋଧ ପ୍ରକାଶିତ ହେଉଅଛି,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

18 ଯେଉଁ ପାପୀ ଦୁରାଚାରୀ ଲୋକମାନେ ନିଜର ଭ୍ରଷ୍ଟାଚାରଣ ଦ୍ୱାରା ସତ୍ୟର ପ୍ରତିରୋଧ କରନ୍ତି, ସେମାନଙ୍କ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶ ପାଏ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ବରଙ୍କ କ୍ରୋଧ ପ୍ରକାଶିତ ହେଉଅଛି

Gade chapit la Kopi

ପବିତ୍ର ବାଇବଲ

18 ପରମେଶ୍ୱରଙ୍କ କ୍ରୋଧ ସ୍ୱର୍ଗରୁ ପ୍ରକାଶିତ ହୋଇଛି। ଲୋକମାନଙ୍କ ଦ୍ୱାରା ପରମେଶ୍ୱରଙ୍କ ବିରୁଦ୍ଧରେ କରାଯାଇଥିବା ପ୍ରତ୍ୟେକ କୁକର୍ମ ଓ ମନ୍ଦକର୍ମ ପାଇଁ ପରମେଶ୍ୱର କ୍ରୋଧ କରନ୍ତି। ସେମାନଙ୍କ ପାଖରେ ସତ୍ୟ ଅଛି, କିନ୍ତୁ ସେମାନେ ନିଜର ମନ୍ଦ ଜୀବନ ଦ୍ୱାରା ତାହା ଲୁଗ୍ଭନ୍ତି।

Gade chapit la Kopi




ରୋମୀୟ 1:18
19 Referans Kwoze  

କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ ।


ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ୱରଙ୍କର ଏହି ବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି ।


ଏହି ସବୁ ହେତୁରୁ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ


କାରଣ ପରିତ୍ରାଣ ପାଇବା ନିମନ୍ତେ ସେମାନେ ସତ୍ୟ ପ୍ରତି ପ୍ରେମ ପାଇନାହାଁନ୍ତି ।


କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲା ପରି ଆପଣା ଆପଣାକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କର, ପୁଣି, ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ୱରଙ୍କ ନିକଟରେ ସମର୍ପଣ କର ।


ଅତଏବ, ଏହା ଆହୁରି ସୁନିଶ୍ଚିତ ଯେ, ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା ।


କାରଣ ମୋଶାଙ୍କ ବ୍ୟବସ୍ଥା କ୍ରୋଧ ଜନ୍ମାଏ, କିନ୍ତୁ ଯେଉଁଠାରେ ମୋଶାଙ୍କ ବ୍ୟବସ୍ଥା ନାହିଁ, ସେଠାରେ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ମଧ୍ୟ ନାହିଁ ।


ଆଉ, ଯେପରି ସେମାନେ ଈଶ୍ୱର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, ସେହିପରି ଈଶ୍ୱର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ ।


ଆଉ, ହେ ମନୁଷ୍ୟ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କର ବିଚାର କରି ଆପେ ସେହି ପ୍ରକାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଈଶ୍ୱରଙ୍କ ବିଚାରରୁ ପଳାୟନ କରି ପାର ବୋଲି କ'ଣ ମନେ କରୁଅଛ ?


ଯେଣୁ ଈଶ୍ୱରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ୱର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି ।


କାରଣ ଯେତେବେଳେ ଆମ୍ଭେମାନେ ନିରୂପାୟ ଥିଲୁ, ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ।


ମିଥ୍ୟା ବିଷୟରୁ ଆପଣାକୁ ଦୂରରେ ରଖ; ପୁଣି, ନିର୍ଦ୍ଦୋଷକୁ ଓ ଧାର୍ମିକକୁ ନଷ୍ଟ କର ନାହିଁ; ଯେହେତୁ ଆମ୍ଭେ ଦୁଷ୍ଟକୁ ନିର୍ଦ୍ଦୋଷ କରିବା ନାହିଁ।


ତେବେ କ'ଣ ? ଆମ୍ଭେମାନେ କି ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ? ନା, କୌଣସି ପ୍ରକାରେ ନୁହେଁ, କାରଣ ଯିହୂଦୀ ଓ ଗ୍ରୀକ୍‍ ସମସ୍ତେ ଯେ ପାପର ଅଧିନ, ଆମ୍ଭେମାନେ ପୂର୍ବରେ ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ,


ଆଉ ସେ ନିରୂୂପିତ ସମୟରେ ପ୍ରକାଶିତ ହେବା ନିମନ୍ତେ କ'ଣ ବାଧା ଦେଉଅଛି, ତାହା ତ ତୁମ୍ଭେମାନେ ଜାଣ ।


Swiv nou:

Piblisite


Piblisite