Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 22:8 - ଓଡିଆ ବାଇବେଲ

8 ମୁଁ ଯୋହନ ସ୍ୱୟଂ ଏହି ସମସ୍ତ ଶ୍ରବଣ ଓ ଦର୍ଶନ କରିବା ପରେ, ଯେଉଁ ଦୂତ ମୋତେ ଏହି ସମସ୍ତ ଦର୍ଶନ କରାଇଲେ, ମୁଁ ତାହାଙ୍କ ପାଦ ତଳେ ପ୍ରଣାମ କରିବା ନିମନ୍ତେ ଉବୁଡ଼ ହେଲି ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ମୁଁ ଯୋହନ ସ୍ଵୟଂ ଏହିସମସ୍ତ ଶ୍ରବଣ ଓ ଦର୍ଶନ କଲି। ଶ୍ରବଣ ଓ ଦର୍ଶନ କରିବା ପରେ, ଯେଉଁ ଦୂତ ମୋତେ ଏହିସମସ୍ତ ଦର୍ଶନ କରାଇଲେ, ମୁଁ ତାହାଙ୍କ ପାଦ ତଳେ ପ୍ରଣାମ କରିବା ନିମନ୍ତେ ଉବୁଡ଼ ହେଲି।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ମୁଁ ଯୋହନ, ଏହିସବୁ ବିଷୟ ନିଜେ ଶୁଣିଛି ଓ ଦେଖିଛି। ସବୁ ଶୁଣି ଏବଂ ଦେଖି ସାରିବା ପରେ, ଯେଉଁ ଦୂତ ମୋ’ ନିକଟରେ ତାହା ପ୍ରକାଶ କଲେ, ମୁଁ ତାଙ୍କ ପାଦ ତଳେ ପଡ଼ି ତାଙ୍କୁ ଆରାଧନା କରିବାକୁ ଯାଉଥିଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ମୁଁ ଯୋହନ ସ୍ୱୟଂ ଏହି ସମସ୍ତ ଶ୍ରବଣ ଓ ଦର୍ଶନ କରିବା ପରେ, ଯେଉଁ ଦୂତ ମୋତେ ଏହି ସମସ୍ତ ଦର୍ଶନ କରାଇଲେ, ମୁଁ ତାହାଙ୍କ ପାଦ ତଳେ ପ୍ରଣାମ କରିବା ନିମନ୍ତେ ଉବୁଡ଼ ହେଲି।

Gade chapit la Kopi

ପବିତ୍ର ବାଇବଲ

8 ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି।

Gade chapit la Kopi




ପ୍ରକାଶିତ 22:8
6 Referans Kwoze  

ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି । ସେଥିରେ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭାଇଗଣ, ସେମାନଙ୍କର ସହଦାସ; ଈଶ୍ୱରଙ୍କୁ ପ୍ରଣାମ କର । ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ସାର ।


ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ; ଅବିଳମ୍ବରେ ଯାହା ଯାହା ନିଶ୍ଚୟ ଘଟିବ, ସେହି ସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ୱର ଏହା ଯୀଶୁଙ୍କ ନିକଟରେ ସମର୍ପଣ କଲେ, ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ ।


ପରେ ମୁଁ ପଶୁକୁ ଏବଂ ପୃଥିବୀର ରାଜାମାନଙ୍କୁ ଓ ସେମାନଙ୍କର ସୈନ୍ୟବାହିନୀକୁ ସେହି ଅଶ୍ୱାରୋହୀ ଓ ତାହାଙ୍କ ସୈନ୍ୟବାହିନୀଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଏକତ୍ର ହୋଇଥିବାର ଦେଖିଲି ।


ସେତେବେଳେ ରାଜା ନବୂଖଦ୍‍ନିତ୍ସର ମୁହଁ ମାଡ଼ି ପଡ଼ି ଦାନିୟେଲଙ୍କୁ ପ୍ରଣାମ କଲା ଓ ଲୋକମାନେ ଯେପରି ତାଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବେ, ଏହା ଆଜ୍ଞା କଲା।


କିନ୍ତୁ ପିତର ତାହାଙ୍କୁ ଉଠାଇ କହିଲେ, ଠିଆ ହୁଅ; ମୁଁ ମଧ୍ୟ ଜଣେ ମନୁଷ୍ୟ ।


ଯୋହନ ଆସିଆରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ


Swiv nou:

Piblisite


Piblisite