Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 18:11 - ଓଡିଆ ବାଇବେଲ

11 ଆଉ ପୃଥିବୀର ବଣିକମାନେ ତାହା ନିମନ୍ତେ କ୍ରନ୍ଦନ ଓ ଶୋକ କରିବେ, କାରଣ କେହି ସେମାନଙ୍କ ବାଣିଜ୍ୟଦ୍ରବ୍ୟ ଆଉ କ୍ରୟ କରିବ ନାହିଁ ଯଥା,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆଉ, ପୃଥିବୀର ବଣିକମାନେ ତାହା ନିମନ୍ତେ କ୍ରନ୍ଦନ ଓ ଶୋକ କରିବେ, କାରଣ କେହି ସେମାନଙ୍କ ବାଣିଜ୍ୟଦ୍ରବ୍ୟ ଆଉ କ୍ରୟ କରିବ ନାହିଁ, ଯଥା,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11-13 ପୁଣି ପୃଥିବୀର ବ୍ୟବସାୟୀମାନେ ତା’ ପାଇଁ ଶୋକ କରିବେ, କାରଣ ଆଉ କେହି ସେମାନଙ୍କର ପଣ୍ୟଦ୍ରବ୍ୟ କିଣିବେ ନାହିଁ। ସେମାନଙ୍କର ସୁବର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ସେମାନଙ୍କର ସୂକ୍ଷ୍ମ କାର୍ପାସ ବସ୍ତ୍ର, କୃଷ୍ଣ ଲୋହିତ ବର୍ଣ୍ଣ ପଟ୍ଟବସ୍ତ୍ର ଓ ସିନ୍ଦୁର ବର୍ଣ୍ଣ ବସ୍ତ୍ର ର୍; ସମସ୍ତ ପ୍ରକାର ଦୁର୍ଲଭ କାଷ୍ଠ; ହସ୍ତୀଦନ୍ତ ଓ ମୂଲ୍ୟବାନ କାଷ୍ଠନିର୍ମିତ ପଦାର୍ଥ; ପିତ୍ତଳ, ଲୌହ ଓ ମର୍ମର ପ୍ରସ୍ତରନିର୍ମିତ ବସ୍ତୁ; ଦାରୁଚିନି ଓ ଅନ୍ୟାନ୍ୟ ମସଲା ଦ୍ରବ୍ୟ; ଧୂପ, ସୁଗନ୍ଧି ଲେପ୍ୟ ଦ୍ରବ୍ୟ, କୁନ୍ଦୁରୁ, ମଦ୍ୟ, ତୈଳ, ମଇଦା, ଗହମ, ଗୋରୁ, ମେଷ, ଅଶ୍ୱ, ରଥ, ଏପରି କି କ୍ରୀତଦାସ ତଥା ଆତ୍ମାବିଶିଷ୍ଟ ମନୁଷ୍ୟମାନଙ୍କୁ ମଧ୍ୟ କିଣିବା ପାଇଁ କେହି କ୍ରେତା ବାହାରିବେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 “ଆଉ ପୃଥିବୀର ବଣିକମାନେ ତାହା ନିମନ୍ତେ କ୍ରନ୍ଦନ ଓ ଶୋକ କରିବେ, କାରଣ କେହି ସେମାନଙ୍କ ବାଣିଜ୍ୟ-ଦ୍ରବ୍ୟ ଆଉ କ୍ରୟ କରିବ ନାହିଁ,

Gade chapit la Kopi

ପବିତ୍ର ବାଇବଲ

11 “ଏହି ଜଗତର ବ୍ୟବସାୟୀମାନେ ତା’ ପାଇଁ ବିଳାପ ଓ ଦୁଃଖ କରିବେ। ସେମାନେ ଦୁଃଖ ଅନୁଭବ କରିବେ, କାରଣ ସେମାନଙ୍କର ବାଣିଜ୍ୟଦ୍ରବ୍ୟ ଏହା ପରେ କେହି କିଣିବେ ନାହିଁ।

Gade chapit la Kopi




ପ୍ରକାଶିତ 18:11
18 Referans Kwoze  

କାରଣ ଜାତିସମୂହ ତାହାର ବ୍ୟଭିଚାର କାମରୂପ ସୁରା ପାନ କରିଅଛନ୍ତି, ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସିତାରେ ଧନୀ ହୋଇଅଛନ୍ତି ।


ପ୍ରଦୀପର ଆଲୋକ ତୋ ମଧ୍ୟରେ ଆଉ କେବେ ହେଁ ପ୍ରଜ୍ଜ୍ୱଳିତ ହେବ ନାହିଁ, ପୁଣି, ବର କନ୍ୟାଙ୍କ ଶବ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ; କାରଣ ତୋହର ବଣିକମାନେ ପୃଥିବୀରେ ମହାନ ଥିଲେ, ଆଉ ତୋହର ମାୟାରେ ଜାତିସମୂହ ଭ୍ରାନ୍ତ ହୋଇଥିଲେ,


ହେ ସ୍ଵର୍ଗ, ହେ ସାଧୁବୃନ୍ଦ, ହେ ପ୍ରେରିତବର୍ଗ, ହେ ଭାବବାଦୀ ସମସ୍ତେ, ତୁମ୍ଭେମାନେ ତାହାର ପତନରେ ଆନନ୍ଦ କର, ଈଶ୍ୱର ତୁମ୍ଭମାନଙ୍କ ସକାଶେ ତାହାଠାରୁ ପ୍ରତିଶୋଧ ନେଇଛନ୍ତି ।


ଏହି ସମସ୍ତ ଦ୍ରବ୍ୟର ଯେଉଁ ବଣିକମାନେ ତାହା ଦ୍ୱାରା ଧନୀ ହୋଇଥିଲେ, ସେମାନେ ତାହାର ଯନ୍ତ୍ରଣାର ଭୟ ହେତୁ ଦୂରରେ ଠିଆ ହୋଇ କ୍ରନ୍ଦନ ଓ ଶୋକ କରି କହିବେ,


ହେ ମକ୍ତେଶ ନିବାସୀଗଣ, ତୁମ୍ଭେମାନେ ହାହାକାର କର, କାରଣ କିଣାନର ଲୋକ ସମସ୍ତେ ବିନଷ୍ଟ ହୋଇଅଛନ୍ତି ଓ ରୌପ୍ୟ ବାହକ ସମସ୍ତେ ଉଚ୍ଛିନ୍ନ ହୋଇଅଛନ୍ତି।


ପୃଥିବୀର ଯେ ସମସ୍ତ ରାଜା ତାହା ସଙ୍ଗରେ ବ୍ୟଭିଚାର କରି ବିଳାସିତାରେ କାଳ କାଟିଅଛନ୍ତି, ସେମାନେ ତାହା ଅଗ୍ନିର ଧୂମ ଦେଖି ତାହା ନିମନ୍ତେ କ୍ରନ୍ଦନ ଓ ବିଳାପ କରିବେ;


ସେମାନେ ଧନଲୋଭରେ ଛଳବାକ୍ୟ ଦ୍ୱାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ।


ପୁଣି, ସଦାପ୍ରଭୁଙ୍କ କ୍ରୋଧର ଦିନରେ ସେମାନଙ୍କର ରୂପା କିଅବା ସେମାନଙ୍କର ସୁନା ସେମାନଙ୍କୁ ଉଦ୍ଧାର କରି ପାରିବ ନାହିଁ; ମାତ୍ର ତାହାଙ୍କର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ଦେଶ ଗ୍ରାସିତ ହେବ; କାରଣ ସେ ଦେଶନିବାସୀ ସମସ୍ତଙ୍କୁ ନିଃଶେଷ କରିବେ, ହଁ, ଭୟାନକ ରୂପେ ନିଃଶେଷ କରିବେ।


ଯେଉଁ ଯେଉଁ ବିଷୟରେ ତୁମ୍ଭେ ପରିଶ୍ରମ କରିଅଛ, ସେହି ସବୁ ତୁମ୍ଭ ପ୍ରତି ଏହିପରି ହେବ; ତୁମ୍ଭର ଯୌବନରୁ ଯେଉଁମାନେ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି, ସେମାନଙ୍କର ପ୍ରତ୍ୟେକେ ଏଣେତେଣେ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ, ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ।


କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ,


ଆଉ, ସେ କାପ୍ତା ବ୍ୟବସାୟୀମାନଙ୍କୁ କହିଲେ, ଏଗୁଡ଼ାକ ଏଠାରୁ ଘେନିଯାଅ, ମୋହର ପିତାଙ୍କର ଗୃହକୁ ବାଣିଜ୍ୟର ଗୃହ କର ନାହିଁ ।


ଯେହେତୁ ରୂପାର ବାଣିଜ୍ୟଠାରୁ ତାହାର ବାଣିଜ୍ୟ ଉତ୍ତମ, ପୁଣି ଶୁଦ୍ଧ ସୁବର୍ଣ୍ଣଠାରୁ ତାହାର ଲାଭ ଶ୍ରେଷ୍ଠ।


ପୁଣି, ରାଜ୍ୟସମୂହର ଗୌରବ ସ୍ୱରୂପ ଓ କଲ୍‍ଦୀୟମାନଙ୍କ ଦର୍ପର ଲାବଣ୍ୟ ସ୍ୱରୂପ ଯେ ବାବିଲ, ତାହା ପରମେଶ୍ୱରଙ୍କ ଦ୍ୱାରା ଉତ୍ପାଟିତ ସଦୋମ ଓ ହମୋରାର ତୁଲ୍ୟ ହେବ।


ତୁମ୍ଭର ମଧ୍ୟବର୍ତ୍ତୀ ଗବାଲର ପ୍ରାଚୀନବର୍ଗ ଓ ତହିଁର ଜ୍ଞାନୀମାନେ ତୁମ୍ଭର ନୌକା ବଟାଳିବା ଲୋକ ହୋଇଥିଲେ; ସମୁଦ୍ରର ଯାବତୀୟ ଜାହାଜ ଓ ସେମାନଙ୍କର ନାବିକଗଣ ବାଣିଜ୍ୟ ଦ୍ରବ୍ୟ ଧରିବା ନିମନ୍ତେ ତୁମ୍ଭ ମଧ୍ୟରେ ଥିଲେ।


Swiv nou:

Piblisite


Piblisite