Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 1:20 - ଓଡିଆ ବାଇବେଲ

20 ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ଅର୍ଥ ଏହି, ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ (ପାଳକ/ପ୍ରାଚୀନ) ଓ ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀ ଅଟନ୍ତି ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ନିଗୂଢ଼ତତ୍ତ୍ଵ ଏହି, ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ତଳୀର ଦୂତଗଣ ଓ ସପ୍ତ ପ୍ରଦୀପ ସପ୍ତ ମଣ୍ତଳୀ ଅଟନ୍ତି।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

20 ମୋର ଡ଼ାହାଣ ହାତରେ ଥିବା ସପ୍ତ ନକ୍ଷତ୍ର ଓ ଏହି ସପ୍ତ ସୁବର୍ଣ୍ଣ ପ୍ରଦୀପର ରହସ୍ୟ ହେଉଛି, ନକ୍ଷତ୍ରମାନେ ସପ୍ତ ମଣ୍ଡଳୀର ଦେବଦୂତ ଏବଂ ପ୍ରଦୀପଗୁଡ଼ିକ ସପ୍ତ ମଣ୍ଡଳୀ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ଅର୍ଥ ଏହି, ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ ଓ ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀ ଅଟନ୍ତି।”

Gade chapit la Kopi

ପବିତ୍ର ବାଇବଲ

20 ମୋର ଡାହାଣ ହାତରେ ଯେଉଁ ସାତୋଟି ନକ୍ଷତ୍ର ଦେଖିଲ, ତାହାର ଓ ସାତୋଟି ସୁନାର ଦୀପରୂଖାର ନିଗୂଢ଼ ଅର୍ଥ ଏହିପରି ଅଟେ: ସାତ ଦୀପରୂଖା ହେଉଛି ସାତୋଟି ମଣ୍ଡଳୀ। ସାତ ନକ୍ଷତ୍ର ହେଉଛନ୍ତି ସାତୋଟି ମଣ୍ଡଳୀର ଦୂତ।”

Gade chapit la Kopi




ପ୍ରକାଶିତ 1:20
24 Referans Kwoze  

ଏଫିସ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରନ୍ତି ଓ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ଗମନାଗମନ କରନ୍ତି, ସେ ଏହା କହନ୍ତି,


ସାର୍ଦ୍ଦୀ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ନାମରେ ଜୀବିତ, ମାତ୍ର ପ୍ରକୃତରେ ମୃତ ।


ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା ।


ପୁଣି, ସେ ମୋତେ କହିଲେ, “ତୁମ୍ଭେ କଅଣ ଦେଖୁଅଛ ?” ତହିଁରେ ମୁଁ କହିଲି, “ମୁଁ ଦେଖିଅଛି, ଆଉ ଦେଖ, ସମ୍ପୂର୍ଣ୍ଣ ସୁବର୍ଣ୍ଣମୟ ଏକ ଦୀପବୃକ୍ଷ, ତହିଁର ଉପରେ ତୈଳାଧାର ଓ ତହିଁ ଉପରେ ସାତ ପ୍ରଦୀପ ଅଛି ଓ ତହିଁର ଉପରି ଭାଗରେ ପ୍ରତ୍ୟେକ ପ୍ରଦୀପର ନିମନ୍ତେ ସାତଟି ନଳ ଅଛି।


ଫିଲାଦେଲ୍‌ଫିଆ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ପବିତ୍ର ଓ ସତ୍ୟ, ଯାହାଙ୍କ ହସ୍ତରେ ଦାଉଦଙ୍କର ଚାବି ଅଛି, ଯେ ଫିଟାଇଲେ କେହି ବନ୍ଦ କରି ନ ପାରେ, ଆଉ ବନ୍ଦ କଲେ କେହି ଫିଟାଇ ନ ପାରେ,


ଲାଅଦିକୀଆ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ୱରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି,


ଥୁୟତୀରା ମଣ୍ଡଳୀର ଦୂତ ନିକଟକୁ ଲେଖ:- ଈଶ୍ୱରଙ୍କ ଯେଉଁ ପୁତ୍ରଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ ଓ ପାଦ ଉଜ୍ଜ୍ୱଳ ପିତ୍ତଳ ତୁଲ୍ୟ, ସେ ଏହା କହନ୍ତି,


ପର୍ଗମ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯାହାଙ୍କର ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ଅଛି, ସେ ଏହା କହନ୍ତି,


ସ୍ମୁର୍ଣ୍ଣା ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁନର୍ଜୀବିତ ହେଲେ,


ସେଥିରେ ସେ କହିଲେ, ଈଶ୍ୱରଙ୍କ ରାଜ୍ୟର ରହସ୍ୟ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ଅନ୍ୟମାନଙ୍କୁ ଦୃଷ୍ଟାନ୍ତରେ କୁହାଯାଏ, ଯେପରି ସେମାନେ ଦେଖୁ ଦେଖୁ ଦେଖିବେ ନାହିଁ ଓ ଶୁଣୁ ଶୁଣୁ ବୁଝିବେ ନାହିଁ ।


ସେ ଉତ୍ତର ଦେଲେ, କାରଣ ସ୍ୱର୍ଗରାଜ୍ୟର ନିଗୂଢ଼ ତତ୍ତ୍ୱସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇ ନାହିଁ ।


କାରଣ ଯାଜକର ଓଷ୍ଠାଧର ଜ୍ଞାନ ରକ୍ଷା କରିବାର ଉପଯୁକ୍ତ ଓ ତାହାର ମୁଖରୁ ବ୍ୟବସ୍ଥା ଅନ୍ୱେଷଣ କରିବାର ଲୋକମାନଙ୍କର ଉପଯୁକ୍ତ; କାରଣ ସେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବାର୍ତ୍ତାବାହକ।


ଆଉ, ତୁମ୍ଭେ ତହିଁ ପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ; ତହିଁରେ ଲୋକମାନେ ସେହି ପ୍ରଦୀପ ଜ୍ୱଳାଇଲେ, ତହିଁର ସମ୍ମୁଖରେ ଆଲୁଅ ହେବ


ଆଉ, ସେ ତହିଁ ପାଇଁ ସପ୍ତ ପ୍ରଦୀପ, ଚିମୁଟା ଓ ଅଙ୍ଗାରଧାନୀ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ।


କାରଣ, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର ଏଥି ନିମନ୍ତେ ତୁମ୍ଭେମାନେ ଯେ ଏହି ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋହର ଇଚ୍ଛା ନୁହେଁ, ଅର୍ଥାତ୍‍, ଯେପର୍ଯ୍ୟନ୍ତ ଅଣଯିହୂଦୀମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରି ନାହାଁନ୍ତି, ସେପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି;


ଯୋହନ ଆସିଆରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ


ତୁମ୍ଭେ ଯାହା ଦର୍ଶନ କରୁଅଛ, ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତ ମଣ୍ଡଳୀ, ଅର୍ଥାତ୍ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟତୀରା, ସାର୍ଦ୍ଦୀ, ଫିଲାଦେଲ୍‌ଫିଆ ଓ ଲାଅଦିକୀଆ ନିକଟକୁ ପ୍ରେରଣ କର ।


ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି, ତାହା ସ୍ମରଣ କରି ମନପରିବର୍ତ୍ତନ କର ଓ ଆଦ୍ୟ କର୍ମସବୁ କର; ନୋହିଲେ ଯେବେ ମନପରିବର୍ତ୍ତନ ନ କର, ତେବେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇଦେବୁ ।


ତାହାର କପାଳରେ ଏହି ନିଗୂଢ଼ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ୍, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟ ବିଷୟର ମାତା ।


ସେଥିରେ ଦୂତ ମୋତେ କହିଲେ, କାହିଁକି ଆଶ୍ଚର୍ଯ୍ୟାନ୍ୱିତ ହେଲ ? ମୁଁ ତୁମ୍ଭକୁ ସେହି ସ୍ତ୍ରୀଲୋକର ଓ ତାହାର ବାହନ ସପ୍ତ ମସ୍ତକ ଓ ଦଶ ଶିଙ୍ଗ ବିଶିଷ୍ଟ ଯେଉଁ ପଶୁ, ତାହାର ନିଗୁଢ଼ତତ୍ତ୍ୱ ବୁଝାଇଦେବି ।


Swiv nou:

Piblisite


Piblisite