Biblia Todo Logo
Bib sou entènèt

- Piblisite -




ଗୀତସଂହିତା 7:5 - ଓଡିଆ ବାଇବେଲ

5 ତେବେ ଶତ୍ରୁ ମୋହର ପ୍ରାଣ ପଛେ ଦୌଡ଼ି ତାହାକୁ ଧରୁ; ଆହୁରି, ସେ ମୋ’ ଜୀବନକୁ ଭୂମିରେ ଦଳି ପକାଉ, ପୁଣି, ମୋ’ ଗୌରବକୁ ଧୂଳିସାତ୍‍ କରୁ। [ସେଲା]

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତେବେ ଶତ୍ରୁ ମୋହର ପ୍ରାଣ ପଛେ ଦୌଡ଼ି ତାହାକୁ ଧରୁ; ଆହୁରି, ସେ ମୋʼ ଜୀବନକୁ ଭୂମିରେ ଦଳି ପକାଉ, ପୁଣି ମୋʼ ଗୌରବକୁ ଧୂଳିସାତ୍ କରୁ। [ସେଲା

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତେବେ ଶତ୍ରୁ ମୋହର ପ୍ରାଣ ପଛେ ଦୌଡ଼ି ତାହାକୁ ଧରୁ; ଆହୁରି, ସେ ମୋʼ ଜୀବନକୁ ଭୂମିରେ ଦଳି ପକାଉ, ପୁଣି, ମୋʼ ଗୌରବକୁ ଧୂଳିସାତ୍‍ କରୁ। [ସେଲା]

Gade chapit la Kopi

ପବିତ୍ର ବାଇବଲ

5 ଏହା ଯଦି ସତ୍ୟ ନୁହେଁ ତାହାହେଲେ ମୋତେ ଶାସ୍ତି ଦିଅ। ମୋର ଶତ୍ରୁ ମୋ’ ପଛରେ ଗୋଡ଼ାଇ ମୋତେ ଧରି ମାରି ଦେଉ। ମୋର ଜୀବନକୁ ଭୂମିରେ ଦଳି ପକାଉ। ମୋର ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ। ସେଲା

Gade chapit la Kopi




ଗୀତସଂହିତା 7:5
17 Referans Kwoze  

“ପୁଣି, ତୁମ୍ଭେମାନେ ଦୁଷ୍ଟମାନଙ୍କୁ ପଦ ତଳେ ଦଳି ପକାଇବ; କାରଣ ଯେଉଁ ଦିନ ଆମ୍ଭେ କାର୍ଯ୍ୟ କରିବା, ସେହି ଦିନ ସେମାନେ ତୁମ୍ଭମାନଙ୍କର ତଳିପାର ଅଧଃସ୍ଥିତ ଭସ୍ମ ହେବେ,” ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି।


ପୁଣି, ସେମାନେ ବୀରଗଣ ତୁଲ୍ୟ ହୋଇ ଯୁଦ୍ଧରେ ଆପଣାମାନଙ୍କର ଶତ୍ରୁଗଣକୁ ବାଟର କାଦୁଅରେ ଦଳି ପକାଇବେ ଓ ସେମାନେ ଯୁଦ୍ଧ କରିବେ, କାରଣ ସଦାପ୍ରଭୁ ସେମାନଙ୍କର ସହବର୍ତ୍ତୀ ଅଟନ୍ତି ଓ ଅଶ୍ୱାରୋହୀମାନେ ଲଜ୍ଜିତ ହେବେ।


ତୁମ୍ଭେ ଆପଣା ଲୋକମାନଙ୍କର ପରିତ୍ରାଣ ନିମନ୍ତେ, ଆପଣା ଅଭିଷେକୀର ପରିତ୍ରାଣ ନିମନ୍ତେ ଯାତ୍ରା କଲ। ତୁମ୍ଭେ ଦୁଷ୍ଟର ଗୃହରୁ ମସ୍ତକ ଚୂର୍ଣ୍ଣ କଲ, ତୁମ୍ଭେ କଣ୍ଠସରିକି ମୂଳଦୁଆ ଅନାବୃତ କଲ। ସେଲା।


ହେ ଇସ୍ରାଏଲର ପ୍ରତ୍ୟାଶାଭୂମି ସଦାପ୍ରଭୁ, ଯେଉଁମାନେ ତୁମ୍ଭଙ୍କୁ ପରିତ୍ୟାଗ କରନ୍ତି, ସେସମସ୍ତେ ଲଜ୍ଜିତ ହେବେ; ଯେଉଁମାନେ ମୋ’ ନିକଟରୁ ପ୍ରସ୍ଥାନ କରନ୍ତି, ସେମାନଙ୍କର ନାମ ଧୂଳିରେ ଲିଖିତ ହେବ, କାରଣ ସେମାନେ ଅମୃତ ଜଳର ନିର୍ଝରସ୍ୱରୂପ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛନ୍ତି।


ଆମ୍ଭେ ଏକାକୀ ଦ୍ରାକ୍ଷାମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲା; ଆମ୍ଭେ ଆପଣା କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ଆପଣା କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ; ଏଣୁ ସେମାନଙ୍କ ପ୍ରାଣରକ୍ତର ଛିଟା ଆମ୍ଭ ବସ୍ତ୍ରରେ ପଡ଼ିଲା ଓ ଆମ୍ଭେ ଆପଣାର ପରିହିତ ବସ୍ତ୍ରସବୁ ଦାଗଯୁକ୍ତ କରିଅଛୁ।


ଆମ୍ଭେ ତାହାକୁ ଲୁଟିତ ଦ୍ରବ୍ୟ ଓ ମୃଗୟା ନେଇ ଯିବା ନିମନ୍ତେ ଓ ଲୋକମାନଙ୍କୁ ବାଟର କାଦୁଅ ତୁଲ୍ୟ ଦଳିତ କରିବା ନିମନ୍ତେ ଧର୍ମହୀନ ଗୋଷ୍ଠୀର ଓ ଆମ୍ଭ କ୍ରୋଧପାତ୍ର ଲୋକମାନଙ୍କ ବିରୁଦ୍ଧରେ ଆଜ୍ଞା ଦେବା।


ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା; ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ।


ମାତ୍ର ମନୁଷ୍ୟ ଐଶ୍ୱର୍ଯ୍ୟରେ ସ୍ଥିର ରହେ ନାହିଁ; ସେ ବିନାଶ୍ୟ ପଶୁ ତୁଲ୍ୟ।


ତୁମ୍ଭ ଦ୍ୱାରା ଆମ୍ଭେମାନେ ବିପକ୍ଷଗଣକୁ ତଳେ ପକାଇବା; ତୁମ୍ଭ ନାମ ଦ୍ୱାରା ଆମ୍ଭେମାନେ ଆପଣା ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କୁ ଦଳି ପକାଇବା।


ଅନେକେ ମୋ’ ପ୍ରାଣ ବିଷୟରେ କହନ୍ତି, “ପରମେଶ୍ୱରଙ୍କ ନିକଟରେ ତାହା ପାଇଁ ପରିତ୍ରାଣ ନାହିଁ।” [ସେଲା]


ମୁଁ ଆପଣା ଚର୍ମ ଉପରେ ଅଖା ସିଁଇଅଛି ଓ ଆପଣା ଶୃଙ୍ଗ ଧୂଳିରେ ରଖିଅଛି।


ଆହୁରି ମୋହର ପିତା, ଦେଖନ୍ତୁ, ହଁ, ମୋର ହାତରେ ଆପଣଙ୍କ ଚୋଗାଧଡ଼ି ଦେଖନ୍ତୁ; ମୁଁ ଯେ ଆପଣଙ୍କ ଚୋଗା ଧଡ଼ି କାଟିଲି, ମାତ୍ର ଆପଣଙ୍କୁ ବଧ ନ କଲି, ଏଥିରୁ ଆପଣ ବୁଝନ୍ତୁ ଓ ଦେଖନ୍ତୁ ଯେ, ମୋ’ ହାତରେ କିଛି ମନ୍ଦ ବା ଅଧର୍ମ ନାହିଁ, ଆପଣ ମୋ’ ପ୍ରାଣକୁ ଧରିବା ପାଇଁ ଅନ୍ୱେଷଣ କଲେ ହେଁ ମୁଁ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ।


ତୁମ୍ଭେ ମୋ’ ପ୍ରତି କିପରି ଉତ୍ତମ ବ୍ୟବହାର କରିଅଛ, ତାହା ଆଜି ପ୍ରକାଶ କରିଅଛ; କାରଣ ସଦାପ୍ରଭୁ ମୋତେ ତୁମ୍ଭ ହସ୍ତରେ ଦେଲେ ହେଁ ତୁମ୍ଭେ ମୋତେ ବଧ କଲ ନାହିଁ।


ଏବେ ଦେଖ, ମୁଁ ଜାଣେ, ତୁମ୍ଭେ ଅବଶ୍ୟ ରାଜା ହେବ ଓ ତୁମ୍ଭ ହସ୍ତରେ ଇସ୍ରାଏଲର ରାଜ୍ୟ ସ୍ଥିର ହେବ।


Swiv nou:

Piblisite


Piblisite