Biblia Todo Logo
Bib sou entènèt

- Piblisite -




ଗୀତସଂହିତା 44:3 - ଓଡିଆ ବାଇବେଲ

3 କାରଣ ସେମାନେ ନିଜ ଖଡ୍ଗ ଦ୍ୱାରା ଦେଶାଧିକାର ପ୍ରାପ୍ତ ହେଲେ ନାହିଁ, କିଅବା ସେମାନଙ୍କ ନିଜ ବାହୁ ସେମାନଙ୍କୁ ଉଦ୍ଧାର କଲା ନାହିଁ; ମାତ୍ର ସେମାନଙ୍କ ପ୍ରତି ତୁମ୍ଭର ଅନୁଗ୍ରହ ଥିବାରୁ ତୁମ୍ଭର ଦକ୍ଷିଣ ହସ୍ତ, ତୁମ୍ଭର ବାହୁ ଓ ତୁମ୍ଭ ମୁଖର ପ୍ରସନ୍ନତା ତାହା କରିଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କାରଣ ସେମାନେ ନିଜ ଖଡ଼୍‍ଗ ଦ୍ଵାରା ଦେଶାଧିକାର ପ୍ରାପ୍ତ ହେଲେ ନାହିଁ, କିଅବା ସେମାନଙ୍କ ନିଜ ବାହୁ ସେମାନଙ୍କୁ ଉଦ୍ଧାର କଲା ନାହିଁ; ମାତ୍ର ସେମାନଙ୍କ ପ୍ରତି ତୁମ୍ଭର ଅନୁଗ୍ରହ ଥିବାରୁ ତୁମ୍ଭର ଦକ୍ଷିଣ ହସ୍ତ ଓ ତୁମ୍ଭର ବାହୁ ଓ ତୁମ୍ଭ ମୁଖର ପ୍ରସନ୍ନତା ତାହା କରିଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କାରଣ ସେମାନେ ନିଜ ଖଡ୍ଗ ଦ୍ୱାରା ଦେଶାଧିକାର ପ୍ରାପ୍ତ ହେଲେ ନାହିଁ, କିଅବା ସେମାନଙ୍କ ନିଜ ବାହୁ ସେମାନଙ୍କୁ ଉଦ୍ଧାର କଲା ନାହିଁ; ମାତ୍ର ସେମାନଙ୍କ ପ୍ରତି ତୁମ୍ଭର ଅନୁଗ୍ରହ ଥିବାରୁ ତୁମ୍ଭର ଦକ୍ଷିଣ ହସ୍ତ, ତୁମ୍ଭର ବାହୁ ଓ ତୁମ୍ଭ ମୁଖର ପ୍ରସନ୍ନତା ତାହା କରିଥିଲା।

Gade chapit la Kopi

ପବିତ୍ର ବାଇବଲ

3 ଆମ୍ଭର ପିତୃପୁରୁଷଙ୍କ ଖ‌ଡ଼୍‌ଗ ଦ୍ୱାରା ଏ ରାଜ୍ୟ ମିଳି ନାହିଁ। ସେମାନଙ୍କର ବଳିଷ୍ଠ ବାହୁ ଯୁଗଳ ସେମାନଙ୍କୁ ବିଜୟୀ କରି ନାହିଁ। ଏହା କେବଳ ସମ୍ଭବ ହୋଇଛି, ଯେହେତୁ ତୁମ୍ଭେ ସେମାନଙ୍କ ସାଙ୍ଗରେ ଥିଲ। ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା। କାରଣ ତୁମ୍ଭେ ସେମାନଙ୍କୁ ଭଲ ପାଉଥିଲ।

Gade chapit la Kopi




ଗୀତସଂହିତା 44:3
27 Referans Kwoze  

ଆଉ ତୁମ୍ଭର ଖଡ୍ଗ କି ତୁମ୍ଭର ଧନୁ ଦ୍ୱାରା ନୁହେଁ, ମାତ୍ର ଆମ୍ଭେ ତୁମ୍ଭମାନଙ୍କ ଆଗେ ଆଗେ ବିରୁଡ଼ି ପଠାଇଲୁ, ଯେ ସେମାନଙ୍କୁ, ଅର୍ଥାତ୍‍, ଇମୋରୀୟମାନଙ୍କ ଦୁଇ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଘଉଡ଼ାଇ ଦେଲା।


ମାତ୍ର ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି, ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥି ନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ;


ତହିଁରେ ସେ ମୋତେ ଉତ୍ତର କରି କହିଲେ, “ଏହା ଯିରୁବ୍ବାବିଲ୍‍ଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା, ପରାକ୍ରମ ଦ୍ୱାରା ନୁହେଁ, କିଅବା ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।”


ତୁମ୍ଭେ ନିଜ ବାହୁରେ ଆପଣା ଲୋକଙ୍କୁ, ଯାକୁବ ଓ ଯୋଷେଫର ସନ୍ତାନଗଣକୁ ମୁକ୍ତ କରିଅଛ।


ଏବେ ମୁଁ ଜାଣୁଅଛି ଯେ, ସଦାପ୍ରଭୁ ଆପଣା ଅଭିଷିକ୍ତକୁ ଉଦ୍ଧାର କରନ୍ତି, ସେ ଆପଣା ଡାହାଣ ହସ୍ତର ତ୍ରାଣ ଶକ୍ତିରେ ନିଜ ପବିତ୍ର ସ୍ୱର୍ଗରୁ ତାହାକୁ ଉତ୍ତର ଦେବେ।


କେବଳ ତୁମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ସ୍ନେହ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆଜି ଦିନ ପରି ସେ ସର୍ବଗୋଷ୍ଠୀୟ ଲୋକମାନଙ୍କଠାରୁ ମନୋନୀତ କଲେ।


ତ୍ରାସ ଓ ଆଶଙ୍କା ସେମାନଙ୍କ ଉପରେ ପଡ଼ୁଅଛି; ହେ ସଦାପ୍ରଭୁ, ଯେପର୍ଯ୍ୟନ୍ତ ତୁମ୍ଭ ଲୋକମାନେ ଚାଲିଯାଇ ନାହାନ୍ତି, ଯେପର୍ଯ୍ୟନ୍ତ ତୁମ୍ଭ କ୍ରୀତ ଲୋକମାନେ ଚାଲିଯାଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭ ବାହୁ ବଳ ଦ୍ୱାରା ସେମାନେ ପ୍ରସ୍ତର ନ୍ୟାୟସ୍ତବ୍‍ଧ ହୋଇ ରହିଅଛନ୍ତି।


ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ ? ପୁଣି, ତୁମ୍ଭେ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛ ? ତୁମ୍ଭେ ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋ’ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି।


ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ ? ତୁ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛୁ ? ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ତାହାଙ୍କ ପ୍ରସନ୍ନତାର ସାହାଯ୍ୟ ସକାଶୁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି।


ସଦାପ୍ରଭୁ ଆପଣା ମହାନାମ ସକାଶୁ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ; କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇଅଛନ୍ତି।


ତୁମ୍ଭେ ଆପଣା ହସ୍ତ, ଆପଣା ଦକ୍ଷିଣ ହସ୍ତ କାହିଁକି ସଂକୋଚି ରଖୁଅଛ ? ଆପଣା ବକ୍ଷଃସ୍ଥଳରୁ ତାହା ବାହାର କରି ସେମାନଙ୍କୁ ସଂହାର କର।


ଆହେ ସ୍ୱଶରଣାଗତମାନଙ୍କୁ ସେମାନଙ୍କ ବିରୁଦ୍ଧରେ ଉତ୍‍ଥିତ ଲୋକଗଣଠାରୁ ସ୍ୱଦକ୍ଷିଣ ହସ୍ତରେ ତ୍ରାଣକାରକ, ତୁମ୍ଭେ ଆପଣା ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କର।


ଅନେକେ କହନ୍ତି, “କିଏ ଆମ୍ଭମାନଙ୍କୁ ମଙ୍ଗଳ ଦେଖାଇବ ?” ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଆପଣା ମୁଖର ତେଜ ପ୍ରକାଶ କର।


ଯଦି ସଦାପ୍ରଭୁ ଆମ୍ଭମାନଙ୍କଠାରେ ସନ୍ତୁଷ୍ଟ ହୁଅନ୍ତି, ତେବେ ସେ ଆମ୍ଭମାନଙ୍କୁ ସେହି ଦେଶକୁ ନେବେ ଓ ତାହା ଆମ୍ଭମାନଙ୍କୁ ଦେବେ; ସେହି ଦେଶ ଦୁଗ୍ଧ ଓ ମଧୁ ପ୍ରବାହୀ ଅଟେ।


ଯେ ମୋଶାଙ୍କ ଡାହାଣରେ ଆପଣାର ପ୍ରତାପାନ୍ୱିତ ବାହୁ ଗମନ କରାଇଲେ, ଯେ ଆପଣା ନିମନ୍ତେ ଅନନ୍ତ କାଳସ୍ଥାୟୀ ନାମ ସ୍ଥାପନାର୍ଥେ, ସେମାନଙ୍କ ସମ୍ମୁଖରେ ଜଳକୁ ବିଭକ୍ତ କଲେ,


ତାହା ଅଗ୍ନିରେ ଦଗ୍ଧ, ତାହା ଛେଦିତ ହୋଇଅଛି; ତୁମ୍ଭ ମୁଖର ତର୍ଜ୍ଜନରେ ଲୋକମାନେ ବିନଷ୍ଟ ହେଉଅଛନ୍ତି।


ଯିହୋଶୂୟ ଆହୁରି କହିଲେ, ଜୀବିତ ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ପୁଣି କିଣାନୀୟ ଓ ହିତ୍ତୀୟ ଓ ହିବ୍ବୀୟ ଓ ପରିଷୀୟ ଓ ଗିର୍ଗାଶୀୟ ଓ ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ଯେ ତୁମ୍ଭମାନଙ୍କ ସମ୍ମୁଖରୁ ନିତାନ୍ତ ତଡ଼ିଦେବେ, ତାହା ତୁମ୍ଭେମାନେ ଏହା ଦ୍ୱାରା ଜାଣି ପାରିବ।


ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି ? ସେମାନଙ୍କୁ ଆପଣା ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ, ଓ ଆପଣା ନାମ କରିବାକୁ ପୁଣି ମିସରରୁ, ନାନା ଗୋଷ୍ଠୀ ଓ ସେମାନଙ୍କ ଦେବଗଣଠାରୁ ତୁମ୍ଭ ଉଦ୍ଦେଶ୍ୟରେ ମୁକ୍ତ ତୁମ୍ଭର ସେହି ଲୋକମାନଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ମହତ୍ କର୍ମ ଓ ତୁମ୍ଭ ଦେଶ ପାଇଁ ଭୟାନକ କର୍ମ କରିବାକୁ ପରମେଶ୍ୱର ଆଗମନ କରିଥିଲେ।


ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କ’ଣ ଆପଣା ଲୋକ ଇସ୍ରାଏଲ ସମ୍ମୁଖରେ ଏହି ଦେଶ ନିବାସୀମାନଙ୍କୁ ତଡ଼ିଦେଇ ଅନନ୍ତ କାଳ ନିମନ୍ତେ ଆପଣା ମିତ୍ର ଅବ୍ରହାମ-ବଂଶକୁ ତାହା ଦେଇ ନାହଁ ?


ଆହୁରି, ସେ ସେମାନଙ୍କ ଆଗରୁ ଗୋଷ୍ଠୀୟବର୍ଗଙ୍କୁ ତଡ଼ି ଦେଲେ ଓ ଅଧିକାରାର୍ଥେ ପରିମାପକ ରଜ୍ଜୁ ଦ୍ୱାରା ସେମାନଙ୍କୁ ବିଭାଗ କରି ଦେଲେ ଓ ଇସ୍ରାଏଲ ଗୋଷ୍ଠୀବର୍ଗକୁ ସେମାନଙ୍କ ତମ୍ବୁରେ ବାସ କରାଇଲେ।


ତୁମ୍ଭେ ତାହା ସମ୍ମୁଖରେ ସ୍ଥାନ ପ୍ରସ୍ତୁତ କଲ, ତହିଁରେ ତାହା ବଦ୍ଧମୂଳ ହୋଇ ଦେଶସାରା ବ୍ୟାପିଗଲା।


ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇ ଅଛନ୍ତି।


Swiv nou:

Piblisite


Piblisite