Biblia Todo Logo
Bib sou entènèt

- Piblisite -




ଗୀତସଂହିତା 24:3 - ଓଡିଆ ବାଇବେଲ

3 କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ ? ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ? ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ? ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ?

Gade chapit la Kopi

ପବିତ୍ର ବାଇବଲ

3 କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ଯାଇପାରିବ? କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରି ପାରିବ?

Gade chapit la Kopi




ଗୀତସଂହିତା 24:3
19 Referans Kwoze  

ହେ ସଦାପ୍ରଭୁ, ତୁମ୍ଭ ଆବାସରେ କିଏ ପ୍ରବାସ କରି ପାରିବ ? ତୁମ୍ଭ ପବିତ୍ର ପର୍ବତରେ କିଏ ବାସ କରି ପାରିବ ?


ଅତଏବ, ଅଟଳ ରାଜ୍ୟ ପ୍ରାପ୍ତ ହେବାରୁ ଆସ, ଆମ୍ଭେମାନେ କୃତଜ୍ଞ ହୋଇ ଭୟ ଓ ଭକ୍ତି ସହକାରେ ଈଶ୍ୱରଙ୍କ ସନ୍ତୋଷଜନକ ଉପାସନା କରୁ ।


ତୁମ୍ଭେ ଯାହାକୁ ତୁମ୍ଭ ପ୍ରାଙ୍ଗଣରେ ବାସ କରିବା ପାଇଁ ମନୋନୀତ କର ଓ ଆପଣା ନିକଟକୁ ଆସିବାକୁ ଦିଅ, ସେ ଲୋକ ଧନ୍ୟ; ଆମ୍ଭେମାନେ ତୁମ୍ଭ ଗୃହର, ଅର୍ଥାତ୍‍, ତୁମ୍ଭ ମନ୍ଦିରର ପବିତ୍ର ସ୍ଥାନର ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହେବା।


“ଦେଖ, ଆମ୍ଭେ ଆପଣା ବାର୍ତ୍ତାବାହକଙ୍କୁ ପ୍ରେରଣ କରୁଅଛୁ ଓ ସେ ଆମ୍ଭ ଆଗରେ ପଥ ପ୍ରସ୍ତୁତ କରିବ; ପୁଣି, ତୁମ୍ଭେମାନେ ଯେଉଁ ପ୍ରଭୁଙ୍କର ଅନ୍ୱେଷଣ କରୁଅଛ, ସେ ଅକସ୍ମାତ୍‍ ଆପଣା ମନ୍ଦିରକୁ ଆସିବେ; ଆଉ, ନିୟମର ଯେଉଁ ବାର୍ତ୍ତାବାହକଠାରେ ତୁମ୍ଭେମାନେ ସନ୍ତୁଷ୍ଟ ଅଟ, ଦେଖ, ସେ ଆସୁଅଛନ୍ତି,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।


ମାତ୍ର ମୁଁ ଆପଣା ରାଜାଙ୍କୁ ଆପଣା ପବିତ୍ର ପର୍ବତ ସିୟୋନରେ ସ୍ଥାପନ କରିଅଛି।


ତୁମ୍ଭେ ଊର୍ଦ୍ଧ୍ୱରେ ଆରୋହଣ କରିଅଛ, ତୁମ୍ଭେ ଆପଣା ବନ୍ଦୀମାନଙ୍କୁ ବନ୍ଦୀସ୍ଥାନକୁ ନେଇଅଛ; ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରେ ଦାନପ୍ରାପ୍ତ ହୋଇଅଛ, ହଁ, ଯେପରି ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ, ଏଥିପାଇଁ ବିଦ୍ରୋହୀମାନଙ୍କ ମଧ୍ୟରେ ହିଁ ଦାନପ୍ରାପ୍ତ ହୋଇଅଛ।


ତହୁଁ ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହିଲେ, ଯେଉଁମାନେ ଆମ୍ଭ ନିକଟକୁ ଆସନ୍ତି, ସେମାନଙ୍କ ମଧ୍ୟରେ ଆମ୍ଭେ ପବିତ୍ର ରୂପେ ମାନ୍ୟ ହେବା; ଓ ସମସ୍ତ ଲୋକଙ୍କ ସମ୍ମୁଖରେ ଆମ୍ଭେ ଗୌରବାନ୍ୱିତ ହେବା।” ତହିଁରେ ହାରୋଣ ମୌନ ହେଲେ।


ଆହୁରି ଦାଉଦ ଆପଣା ପାଇଁ ଦାଉଦ ନଗରେ ଅନେକ ଗୃହ ନିର୍ମାଣ କଲେ; ଆଉ ପରମେଶ୍ୱରଙ୍କ ସିନ୍ଦୁକ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରି ତହିଁ ପାଇଁ ଏକ ତମ୍ବୁ ସ୍ଥାପନ କଲେ।


ଯୀଶୁ ତାଙ୍କୁ କହିଲେ, ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରି ନାହିଁ; କିନ୍ତୁ ମୋର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ, ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା, ମୋହର ଈଶ୍ୱର ଓ ତୁମ୍ଭମାନଙ୍କର ଈଶ୍ୱରଙ୍କ ନିକଟକୁ ଆରୋହଣ କରୁଅଛି ।


ଶିମୋନ ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁଠାକୁ ଯାଉଅଛନ୍ତି ? ଯୀଶୁ ଉତ୍ତର ଦେଲେ, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେ ବର୍ତ୍ତମାନ ମୋହର ପଛେ ପଛେ ସେଠାକୁ ଯାଇ ପାର ନାହିଁ, କିନ୍ତୁ ପରେ ଯିବ ।


ପୁଣି, ସଦାପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ସଦାପ୍ରଭୁଙ୍କ ଗୃହର ସକଳ ବିଧି ଓ ତହିଁର ସକଳ ବ୍ୟବସ୍ଥା ବିଷୟରେ ଯାହା ଯାହା ଆମ୍ଭେ ତୁମ୍ଭକୁ କହିଅଛୁ, ତୁମ୍ଭେ ଉତ୍ତମ ରୂପେ ମନୋଯୋଗ କରି ତାହା ଆପଣା ଚକ୍ଷୁରେ ଦେଖ ଓ ଆପଣା କର୍ଣ୍ଣରେ ଶୁଣ ଓ ଗୃହରେ ପ୍ରବେଶ କରିବାର ଓ ପବିତ୍ର ସ୍ଥାନରୁ ବାହାରିବାର ସକଳ ବିଷୟରେ ଉତ୍ତମ ରୂପେ ମନୋଯୋଗ କର।


ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଯେସକଳ ବିଦେଶୀୟ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅସୁନ୍ନତ ହୃଦୟ ଓ ଅସୁନ୍ନତ ମାଂସବିଶିଷ୍ଟ କୌଣସି ବିଦେଶୀୟ ଲୋକ ଆମ୍ଭ ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ।”


Swiv nou:

Piblisite


Piblisite