Biblia Todo Logo
Bib sou entènèt

- Piblisite -




ଫିଲୀମନ 1:1 - ଓଡିଆ ବାଇବେଲ

1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବନ୍ଦୀ, ଆଉ ଭ୍ରାତା ତୀମଥି, ଆମ୍ଭମାନଙ୍କ ପ୍ରିୟପାତ୍ର ଓ ସହକର୍ମୀ ଫିଲୀମୋନ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ, ଆଉ ଭ୍ରାତା ତୀମଥି, ଆମ୍ଭମାନଙ୍କ ପ୍ରିୟପାତ୍ର ଓ ସହକର୍ମୀ ଫିଲୀମୋନ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ଯୀଶୁ ଖ୍ରୀଷ୍ଟଙ୍କ ଲାଗି କାରାବରଣ କରିଥିବା ପାଉଲ ଓ ଭ୍ରାତା ତୀମଥିଙ୍କଠାରୁ, ବନ୍ଧୁ ଓ ସହକର୍ମୀ ଫିଲୀମନ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବନ୍ଦୀ, ଏବଂ ଭ୍ରାତା ତୀମଥି, ଆମ୍ଭମାନଙ୍କ ପ୍ରିୟପାତ୍ର ଓ ସହକର୍ମୀ ଫିଲୀମୋନଙ୍କୁ,

Gade chapit la Kopi

ପବିତ୍ର ବାଇବଲ

1 ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ ହୋଇଥିବା ପାଉଲ ଓ ଆମ୍ଭର ଭାଇ ତୀମଥିଙ୍କଠାରୁ

Gade chapit la Kopi




ଫିଲୀମନ 1:1
18 Referans Kwoze  

ଏଥି ନିମନ୍ତେ ମୁଁ ପାଉଲ, ଅଣଯିହୂଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ


ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ,


ପାଉଲ, ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା


କିନ୍ତୁ ମୁଁ ମୋହର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରଦିତଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି;


କାରଣ ଆମ୍ଭେମାନେ ଈଶ୍ୱରଙ୍କ ସହକର୍ମୀ ତୁମ୍ଭେମାନେ ଈଶ୍ୱରଙ୍କ କ୍ଷେତ୍ର, ଈଶ୍ୱରଙ୍କ ଗୃହ ।


ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ୱରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର;


ପୁଣି, ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଓ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ, ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଈଶ୍ୱରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ,


ଆଉ, ଯୂସ୍ତ ନାମରେ ଖ୍ୟାତ ଯୀଶୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ସୁନ୍ନତିମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀ ଏମାନେ ମୋହର ସାନ୍ତ୍ୱନାର କାରଣ ହୋଇଅଛନ୍ତି ।


ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍‍ସ୍‍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋ' ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି ।


ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର,


ପାଉଲ, ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା ତୀମଥି, କରିନ୍ଥରେ ଥିବା ଈଶ୍ୱରଙ୍କ ମଣ୍ଡଳୀ, ପୁଣି, ସମୁଦାୟ ଆଖାୟାରେ ଥିବା ସମସ୍ତ ସାଧୁଙ୍କ ନିକଟକୁ ପତ୍ର;


ପାଉଲ, ସିଲ୍ୱାନ ଓ ତୀମଥି ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀୟ ମଣ୍ଡଳୀ ନିକଟକୁ;


ପୁଣି, ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି ।


ପରେ ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ମଧ୍ୟ ଆସିଲେ, ଆଉ ଦେଖ, ସେ ସ୍ଥାନରେ ତୀମଥି ନାମରେ ଜଣେ ଶିଷ୍ୟ ଥିଲେ, ସେ ଜଣେ ବିଶ୍ୱାସିନୀ ଯିହୂଦୀ ମହିଳାର ପୁତ୍ର, କିନ୍ତୁ ତାହାଙ୍କର ପିତା ଜଣେ ଗ୍ରୀକ୍ ଲୋକ ।


କାରଣ ତୁମ୍ଭେମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କର ସନ୍ତାନ ହୋଇଅଛ;


ପାଉଲ ଓ ତୀମଥି, ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପ୍ପୀରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ ପୁଣି, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ;


ଖ୍ରୀଷ୍ଟ ଯୀଶୁଙ୍କ ହେତୁ ମୋହର ସହବନ୍ଦୀ ଏପାଫ୍ରା ଏବଂ ମୋହର ସହକର୍ମୀମାନେ ଯେ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ, ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି ।


Swiv nou:

Piblisite


Piblisite