Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 8:14 - ଓଡିଆ ବାଇବେଲ

14 ଏହିରୂପେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ଲେବୀୟମାନଙ୍କୁ ପୃଥକ୍ କରିବ; ତହିଁରେ ଲେବୀୟମାନେ ଆମ୍ଭର ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏହିରୂପେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ଲେବୀୟମାନଙ୍କୁ ପୃଥକ କରିବ; ତହିଁରେ ଲେବୀୟମାନେ ଆମ୍ଭର ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏହିରୂପେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ଲେବୀୟମାନଙ୍କୁ ପୃଥକ କରିବ; ତହିଁରେ ଲେବୀୟମାନେ ଆମ୍ଭର ହେବେ।

Gade chapit la Kopi

ପବିତ୍ର ବାଇବଲ

14 ଏହିରୂପେ ତୁମ୍ଭେ ଲେବୀୟମାନଙ୍କୁ ଇସ୍ରାଏଲ ସନ୍ତାନମାନଙ୍କଠାରୁ ପୃଥକ୍ କରିବ। ସେମାନେ ମୋର ହେବେ।

Gade chapit la Kopi




ଗଣନା ପୁସ୍ତକ 8:14
13 Referans Kwoze  

ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଦିନ ଆମ୍ଭେ କାର୍ଯ୍ୟ କରିବା, ସେହି ଦିନ ସେମାନେ ଆମ୍ଭର ଲୋକ, ଅର୍ଥାତ୍‍, ଆମ୍ଭର ସଞ୍ଚିତ ଧନ ହେବେ; ପୁଣି, କୌଣସି ମନୁଷ୍ୟ ଯେପରି ଆପଣାର ସେବାକାରୀ ନିଜ ପୁତ୍ର ପ୍ରତି ଦୟା କରେ, ସେହିପରି ଆମ୍ଭେ ସେମାନଙ୍କ ପ୍ରତି ଦୟା କରିବା।”


ଆଉ ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ତୁମ୍ଭମାନଙ୍କର ଭ୍ରାତୃଗଣ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ, ସେମାନେ ସମାଗମ-ତମ୍ବୁର ସେବାକର୍ମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ଦାନ ଅଟନ୍ତି।


“ତୁମ୍ଭେ ଇସ୍ରାଏଲ ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟମାନଙ୍କୁ ଓ ସେମାନଙ୍କ ପଶୁ ବଦଳେ ଲେବୀୟମାନଙ୍କର ପଶୁମାନଙ୍କୁ ଗ୍ରହଣ କର; ଆଉ ଲେବୀୟମାନେ ଆମ୍ଭର ହେବେ; ଆମ୍ଭେ ସଦାପ୍ରଭୁ ଅଟୁ।


କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ ।


କିନ୍ତୁ ଯେ ମୋହର ମାତାଙ୍କ ଉଦରରୁ ମୋତେ ପୃଥକ୍ କରିଥିଲେ ଓ ଆପଣା ଅନୁଗ୍ରହରେ ମୋତେ ଆହ୍ୱାନ କଲେ,


ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୂତ ଜଣେ ପ୍ରେରିତ, ପୁଣି, ଈଶ୍ୱର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ,


ସେହି ସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ, ସଦାପ୍ରଭୁଙ୍କ ସେବା କର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀୟମାନଙ୍କୁ ପୃଥକ କରିଅଛନ୍ତି।


ଯେହେତୁ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ମନୁଷ୍ୟ ଓ ପଶୁ, ଉଭୟର ସମସ୍ତ ପ୍ରଥମଜାତ ଆମ୍ଭର ମିସର ଦେଶର ସମସ୍ତ ପ୍ରଥମଜାତଙ୍କୁ ଆଘାତ କରିବା ଦିନ ଆମ୍ଭେ ସେମାନଙ୍କୁ ଆପଣା ନିମନ୍ତେ ପବିତ୍ର କଲୁ।


“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ହେବା ନିମନ୍ତେ ଯଦି ନାସରୀୟ କୌଣସି ବିଶେଷ ବ୍ରତ କରେ,


“ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଗର୍ଭଫଳ ପରିବର୍ତ୍ତରେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଗ୍ରହଣ କଲୁ, ଏଣୁ ଲେବୀୟମାନେ ଆମ୍ଭର ହେବେ।


ପୁଣି, ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବୀୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।


ଆଉ ତୁମ୍ଭେ ହାରୋଣ ଓ ତାହର ପୁତ୍ରଗଣର ହସ୍ତରେ ଲେବୀୟମାନଙ୍କୁ ସମର୍ପଣ କରିବ; ସେମାନେ ଇସ୍ରାଏଲ ସନ୍ତାନଗଣ ପକ୍ଷରେ ତାହା ପ୍ରତି ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ,


Swiv nou:

Piblisite


Piblisite