Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 33:52 - ଓଡିଆ ବାଇବେଲ

52 ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରି ଦେବ ଓ ସେମାନଙ୍କର ସମସ୍ତ ମୂର୍ତ୍ତିବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ଓ ସେମାନଙ୍କର ଛାଞ୍ଚ-ଢଳା ପ୍ରତିମାସବୁ ବିନଷ୍ଟ କରିବ ଓ ସେମାନଙ୍କର ଉଚ୍ଚସ୍ଥଳୀସବୁ ଉଚ୍ଛିନ୍ନ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

52 ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରି ଦେବ ଓ ସେମାନଙ୍କର ସମସ୍ତ ମୂର୍ତ୍ତିବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ଓ ସେମାନଙ୍କର ଛାଞ୍ଚ-ଢଳା ପ୍ରତିମାସବୁ ବିନଷ୍ଟ କରିବ ଓ ସେମାନଙ୍କର ଉଚ୍ଚସ୍ଥଳୀସବୁ ଉଚ୍ଛିନ୍ନ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

52 ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନଙ୍କର ସମସ୍ତ ମୂର୍ତ୍ତିବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ଓ ସେମାନଙ୍କର ଛାଞ୍ଚ-ଢଳା ପ୍ରତିମାସବୁ ବିନଷ୍ଟ କରିବ ଓ ସେମାନଙ୍କର ଉଚ୍ଚସ୍ଥଳୀସବୁ ଉଚ୍ଛିନ୍ନ କରିବ।

Gade chapit la Kopi

ପବିତ୍ର ବାଇବଲ

52 ତୁମ୍ଭେମାନେ ନିଜ ସମ୍ମୁଖରୁ ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନଙ୍କର ସମସ୍ତ ଖୋଦିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡ଼ିକ ନଷ୍ଟ କରିଦେବା ଉଚିତ୍ ଓ ସେମାନଙ୍କ ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କରିବା ଉଚିତ୍।

Gade chapit la Kopi




ଗଣନା ପୁସ୍ତକ 33:52
18 Referans Kwoze  

“ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଦେବମୂର୍ତ୍ତି ନିର୍ମାଣ କରିବ ନାହିଁ, କିଅବା ଆପଣାମାନଙ୍କ ନିମନ୍ତେ ଖୋଦିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ ଓ ତାହା ନିକଟରେ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶରେ କୌଣସି ଖୋଦିତ ପ୍ରସ୍ତର ରଖିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।


ତୁମ୍ଭେ ସେମାନଙ୍କ ଦେବଗଣକୁ ପ୍ରଣାମ କରିବ ନାହିଁ ଓ ସେମାନଙ୍କର ସେବା କରିବ ନାହିଁ, ପୁଣି, ସେମାନଙ୍କ କ୍ରିୟାନୁସାରେ କ୍ରିୟା କରିବ ନାହିଁ; ମାତ୍ର ସେମାନଙ୍କୁ ସମୂଳେ ଉତ୍ପାଟନ କରିବ ଓ ସେମାନଙ୍କ ସ୍ତମ୍ଭସବୁ ଭାଙ୍ଗି ପକାଇବ।


ଆଉ ତୁମ୍ଭେମାନେ ଏହି ଦେଶ-ନିବାସୀମାନଙ୍କ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭାଙ୍ଗି ପକାଇବ; ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣି ନାହଁ, କାହିଁକି ତୁମ୍ଭେମାନେ ଏହି କର୍ମ କରିଅଛ ?


ପୁଣି ସେହି ଗୋଷ୍ଠୀୟମାନଙ୍କର ଯେ ଅବଶିଷ୍ଟ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ସେମାନଙ୍କ ମଧ୍ୟରେ ପ୍ରବେଶ ନ କର; କି ସେମାନଙ୍କ ଦେବତାମାନଙ୍କ ନାମ ଉଚ୍ଚାରଣ ନ କର, କି ସେମାନଙ୍କ ନାମରେ ଶପଥ ନ କରାଅ, କି ସେମାନଙ୍କ ସେବା ନ କର, କିଅବା ସେମାନଙ୍କୁ ପ୍ରଣାମ ନ କର।


ହେ ଇସ୍ରାଏଲ, ତୁମ୍ଭେ ଧନ୍ୟ ଅଟ; ତୁମ୍ଭ ତୁଲ୍ୟ କିଏ ଅଛି ? ତୁମ୍ଭେ ସଦାପ୍ରଭୁଙ୍କ ଦ୍ୱାରା ଉଦ୍ଧାରପ୍ରାପ୍ତ ଲୋକ, ସେ ତୁମ୍ଭର ଉପକାର ରୂପ ଢାଲ ଓ ସେ ତୁମ୍ଭର ମାହାତ୍ମ୍ୟ ରୂପ ଖଡ୍ଗ ! ଏଣୁ ତୁମ୍ଭର ଶତ୍ରୁମାନେ ଆପେ ତୁମ୍ଭର ବଶୀଭୂତ ହେବେ; ପୁଣି ତୁମ୍ଭେ ସେମାନଙ୍କ ଉଚ୍ଚସ୍ଥଳୀମାନ ଦଳନ କରିବ।”


ପୁଣି, ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ, ତହିଁରେ ମୁଁ ଯେଉଁ ସବୁ ଆଜ୍ଞା ତୁମ୍ଭମାନଙ୍କୁ ଆଦେଶ କରିଅଛି, ତଦନୁସାରେ ତୁମ୍ଭେମାନେ ସେମାନଙ୍କ ପ୍ରତି କରିବ।


ତହିଁରେ ଇସ୍ରାଏଲୀୟ ଲୋକମାନେ ସେହି ହିବ୍ବୀୟମାନଙ୍କୁ ଉତ୍ତର କଲେ, “କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ; ଆମ୍ଭେମାନେ କିପରି ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ ?”


ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ; ଆଉ ଯିହୋଶୂୟ ତଦନୁସାରେ କର୍ମ କଲେ; ସଦାପ୍ରଭୁ ମୋଶାଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେସବୁ ମଧ୍ୟରୁ କୌଣସି କଥା ସେ ଅନ୍ୟଥା କଲେ ନାହିଁ।


ତହୁଁ ଶଲୋମନ ଯିରୂଶାଲମ ସମ୍ମୁଖସ୍ଥ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ ନିମନ୍ତେ ଓ ଅମ୍ମୋନ ସନ୍ତାନଗଣର ମୋଲକ୍‍ ନାମକ ଘୃଣାଯୋଗ୍ୟ ଦେବତା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।


Swiv nou:

Piblisite


Piblisite