Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 33:1 - ଓଡିଆ ବାଇବେଲ

1 ଇସ୍ରାଏଲ ସନ୍ତାନଗଣ ମୋଶା ଓ ହାରୋଣଙ୍କର ହସ୍ତାଧୀନ ହୋଇ ଆପଣା ଆପଣା ସୈନ୍ୟଶ୍ରେଣୀ କ୍ରମେ ମିସର ଦେଶରୁ ବାହାରି ଆସିବା ସମୟରେ ଯେଉଁ ଯାତ୍ରା କରିଥିଲେ, ତହିଁର ବିବରଣ ଏହି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଇସ୍ରାଏଲ-ସନ୍ତାନଗଣ ମୋଶା ଓ ହାରୋଣଙ୍କର ହସ୍ତାଧୀନ ହୋଇ ଆପଣା ଆପଣା ସୈନ୍ୟଶ୍ରେଣୀ କ୍ରମେ ମିସର ଦେଶରୁ ବାହାରି ଆସିବା ବେଳେ ଯେଉଁ ଯାତ୍ରା କରିଥିଲେ, ତହିଁର ବିବରଣ ଏହି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଇସ୍ରାଏଲ-ସନ୍ତାନଗଣ ମୋଶା ଓ ହାରୋଣଙ୍କର ହସ୍ତାଧୀନ ହୋଇ ଆପଣା ଆପଣା ସୈନ୍ୟଶ୍ରେଣୀ କ୍ରମେ ମିସର ଦେଶରୁ ବାହାରି ଆସିବା ସମୟରେ ଯେଉଁ ଯାତ୍ରା କରିଥିଲେ, ତହିଁର ବିବରଣ ଏହି।

Gade chapit la Kopi

ପବିତ୍ର ବାଇବଲ

1 ମୋଶା ଓ ହାରୋଣ ଇସ୍ରାଏଲର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣି ଯେଉଁ ଯାତ୍ରା କରିଥିଲେ, ତାହାର ବିବିରଣ ଏହି।

Gade chapit la Kopi




ଗଣନା ପୁସ୍ତକ 33:1
11 Referans Kwoze  

ଆମ୍ଭେ ତ ମିସର ଦେଶରୁ ତୁମ୍ଭକୁ ବାହାର କରି ଆଣିଲୁ ଓ ଦାସଗୃହରୁ ତୁମ୍ଭକୁ ମୁକ୍ତ କଲୁ; ଆଉ, ତୁମ୍ଭର ଅଗ୍ରସର ହେବା ପାଇଁ ମୋଶା, ହାରୋଣ ଓ ମରୀୟମକୁ ପଠାଇଲୁ।


ତୁମ୍ଭେ ମୋଶା ଓ ହାରୋଣର ହସ୍ତ ଦ୍ୱାରା ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ।


ଯାକୁବ ମିସରକୁ ଆସିଲା ଉତ୍ତାରେ ଯେତେବେଳେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ, ସେତେବେଳେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ ପଠାଇଲେ; ତହିଁରେ ସେମାନେ ମିସରରୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ବାହାର କରି ଆଣିଲେ ଓ ଏହି ସ୍ଥାନରେ ସେମାନଙ୍କୁ ବାସ କରାଇଲେ।


ଏଉତ୍ତାରେ ଆମ୍ଭେ ମୋଶା ଓ ହାରୋଣକୁ ପଠାଇଲୁ ଓ ମିସର ମଧ୍ୟରେ ଯେଉଁ କାର୍ଯ୍ୟ କଲୁ, ତଦ୍ଦ୍ୱାରା ତାହାକୁ ଦଣ୍ଡ ଦେଲୁ; ତହିଁ ଉତ୍ତାରେ ଆମ୍ଭେ ତୁମ୍ଭମାନଙ୍କୁ ବାହାର କରି ଆଣିଲୁ।


ଏହେତୁ ପରମେଶ୍ୱର ସେମାନଙ୍କୁ ସୂଫ ସାଗରର ପ୍ରାନ୍ତରଗାମୀ ବକ୍ର ପଥରେ ଗମନ କରାଇଲେ ଓ ଇସ୍ରାଏଲ ସନ୍ତାନଗଣ ସସଜ୍ଜ ହୋଇ ମିସରଠାରୁ ଯାତ୍ରା କଲେ।


ଏହି ପ୍ରକାରେ ସଦାପ୍ରଭୁ ସେହି ଦିନ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣିଲେ।


ଏଥିଉତ୍ତାରେ ଇସ୍ରାଏଲ ସନ୍ତାନମାନେ ବାଳକ ବ୍ୟତୀତ ପ୍ରାୟ ଛଅ ଲକ୍ଷ ପୁରୁଷ ପାଦଗତିରେ ରାମିଷେଷ୍‍ଠାରୁ ସୁକ୍‍କୋତକୁ ଯାତ୍ରା କଲେ।


ମୋଶା ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ଯାତ୍ରାନୁସାରେ ସେମାନଙ୍କ ଗମନର ବିବରଣ ଲେଖିଲେ; ସେମାନଙ୍କ ଗମନାନୁସାରେ ସେମାନଙ୍କ ଯାତ୍ରାର ବିବରଣ ଏହି।


ସେ ଆପଣା ସେବକ ମୋଶାଙ୍କୁ ଓ ଆପଣା ମନୋନୀତ ହାରୋଣଙ୍କୁ ପଠାଇଲେ।


ଏହି ଯେ ହାରୋଣ ଓ ମୋଶା, ଏମାନଙ୍କୁ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣ।”


ସେହି ଚାରିଶହ ତିରିଶ ବର୍ଷ ଶେଷରେ, ସେହି ଦିନରେ ସଦାପ୍ରଭୁଙ୍କ ସୈନ୍ୟସମୂହ ମିସରରୁ ବାହାର ହେଲେ।


Swiv nou:

Piblisite


Piblisite