Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 32:32 - ଓଡିଆ ବାଇବେଲ

32 ଆମ୍ଭେମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ କିଣାନ ଦେଶକୁ ଯିବୁ ମାତ୍ର ଯର୍ଦ୍ଦନର ପୂର୍ବ ଆଡ଼େ ଆମ୍ଭମାନଙ୍କ ଅଧିକାରରେ ଆମ୍ଭମାନଙ୍କ ସ୍ୱତ୍ୱ ରହିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ଆମ୍ଭେମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ କିଣାନ ଦେଶକୁ ଯିବୁ; ମାତ୍ର ଯର୍ଦ୍ଦନର ପୂର୍ବ ଆଡ଼େ ଆମ୍ଭମାନଙ୍କ ଅଧିକାରରେ ଆମ୍ଭମାନଙ୍କ ସ୍ଵତ୍ଵ ରହିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ଆମ୍ଭେମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ କିଣାନ ଦେଶକୁ ଯିବୁ ମାତ୍ର ଯର୍ଦ୍ଦନର ପୂର୍ବ ଆଡ଼େ ଆମ୍ଭମାନଙ୍କ ଅଧିକାରରେ ଆମ୍ଭମାନଙ୍କ ସ୍ୱତ୍ୱ ରହିବ।”

Gade chapit la Kopi

ପବିତ୍ର ବାଇବଲ

32 ଆମ୍ଭମାନଙ୍କର ସୈନ୍ୟମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହୋଇ କିଣାନ ଦେଶକୁ ଯିବେ, କିନ୍ତୁ ଆମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିକୁ ଅଧିକାର ରୂପେ ପାଇବୁ।”

Gade chapit la Kopi




ଗଣନା ପୁସ୍ତକ 32:32
10 Referans Kwoze  

ତହିଁରେ ଗାଦ୍‍-ସନ୍ତାନଗଣ ଓ ରୁବେନ୍‍-ସନ୍ତାନଗଣ ଉତ୍ତର ଦେଇ କହିଲେ, “ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା କହିଅଛନ୍ତି, ତଦନୁସାରେ ଆମ୍ଭେମାନେ କର୍ମ କରିବୁ।


ଏଉତ୍ତାରେ ମୋଶା ସେମାନଙ୍କୁ, ଅର୍ଥାତ୍‍, ଗାଦ୍‍-ସନ୍ତାନଗଣକୁ, ରୁବେନ୍‍-ସନ୍ତାନଗଣକୁ ଓ ଯୋଷେଫର ପୁତ୍ର ମନଃଶି ବଂଶର ଅର୍ଦ୍ଧେକକୁ ଇମୋରୀୟମାନଙ୍କ ରାଜା ସୀହୋନର ରାଜ୍ୟ ଓ ବାଶନର ରାଜା ଓଗ୍‍ର ରାଜ୍ୟ, ଅର୍ଥାତ୍‍, ସ୍ୱ ସ୍ୱ ସୀମା ସହିତ ନାନା ନଗରବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।


ଏହି ସମୟରେ ଆମ୍ଭେମାନେ ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ସେହି ସମସ୍ତ ଦେଶ ଅଧିକାର କଲୁ; ତହିଁରେ ମୁଁ ଗିଲୀୟଦର ପର୍ବତମୟ ଦେଶର ଅର୍ଦ୍ଧେକ ଓ ତହିଁର ନଗରସବୁ ରୁବେନୀୟମାନଙ୍କୁ ଓ ଗାଦୀୟମାନଙ୍କୁ ଦେଲି।


ପୁଣି, ଆମ୍ଭେମାନେ ସେମାନଙ୍କ ଦେଶ ନେଇ ଅଧିକାର କରିବା ନିମନ୍ତେ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲୁ।


“ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦେବା, ସେହି କିଣାନ ଦେଶରେ ତୁମ୍ଭେମାନେ ପ୍ରବେଶ କଲେ, ଯେବେ ଆମ୍ଭେ ତୁମ୍ଭମାନଙ୍କ ଅଧିକୃତ ଦେଶର କୌଣସି ଗୃହରେ କୁଷ୍ଠରୋଗର ଦାଗ ଉତ୍ପନ୍ନ କରୁ;


ମାତ୍ର ଆମ୍ଭେମାନେ ଯର୍ଦ୍ଦନର ଆର ପାରିରେ ଓ ତହିଁ ଆଗରେ ସେମାନଙ୍କ ସହିତ ଅଧିକାର ଗ୍ରହଣ କରିବୁ ନାହିଁ; କାରଣ ଯର୍ଦ୍ଦନର ଏହି ପାରିରେ ଆମ୍ଭମାନଙ୍କ ଅଧିକାର ପଡ଼ିଅଛି।”


ଏହି ଦୁଇ ବଂଶ ଓ ଅର୍ଦ୍ଧ ବଂଶ ଯିରୀହୋ ନିକଟସ୍ଥ ଯର୍ଦ୍ଦନର ପୂର୍ବ ପାରିରେ ସୂର୍ଯ୍ୟୋଦୟ ଦିଗରେ ଆପଣା ଆପଣା ଅଧିକାର ପାଇଅଛନ୍ତି।”


ପାରଣ ଓ ତୋଫଲ ଓ ଲାବନ ଓ ହତ୍‍ସେରୋତ ଓ ଦୀଷାହବର ମଧ୍ୟସ୍ଥାନରେ ସୂଫ ସମ୍ମୁଖସ୍ଥିତ ପଦାରେ, ଅର୍ଥାତ୍‍, ଯର୍ଦ୍ଦନର ପୂର୍ବପାରିସ୍ଥିତ ପ୍ରାନ୍ତରରେ ମୋଶା ସମୁଦାୟ ଇସ୍ରାଏଲଙ୍କୁ ଏହିସବୁ କଥା କହିଲେ,


ଇସ୍ରାଏଲ ସନ୍ତାନଗଣ ଯେଉଁ ଦେଶୀୟ ରାଜାମାନଙ୍କୁ ବଧ କରି ଯର୍ଦ୍ଦନ ସେପାରି ସୂର୍ଯ୍ୟୋଦୟ ଆଡ଼େ ଅର୍ଣ୍ଣୋନ ଉପତ୍ୟକାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ଓ ପୂର୍ବଦିଗସ୍ଥିତ ସମସ୍ତ ପଦାଭୂମି ଅଧିକାର କଲେ, ସେମାନେ ଏହି।


ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲେ।


Swiv nou:

Piblisite


Piblisite