Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 31:54 - ଓଡିଆ ବାଇବେଲ

54 ଏଉତ୍ତାରେ ମୋଶା, ଇଲୀୟାସର ଯାଜକ ସହସ୍ରପତି ଓ ଶତପତିମାନଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ, ପୁଣି, ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥକ ଚିହ୍ନ ରୂପେ ତାହା ସମାଗମ-ତମ୍ବୁରେ ରଖିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

54 ଏଉତ୍ତାରେ ମୋଶା ଓ ଇଲୀୟାସର ଯାଜକ ସହସ୍ରପତି ଓ ଶତପତିମାନଙ୍କଠାରୁ ସେହି ସ୍ଵର୍ଣ୍ଣ ଗ୍ରହଣ କଲେ, ପୁଣି ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥକ ଚିହ୍ନ ରୂପେ ତାହା ସମାଗମ-ତମ୍ଵୁରେ ରଖିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

54 ଏଉତ୍ତାରେ ମୋଶା, ଇଲୀୟାସର ଯାଜକ ସହସ୍ରପତି ଓ ଶତପତିମାନଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ, ପୁଣି, ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥକ ଚିହ୍ନ ରୂପେ ତାହା ସମାଗମ-ତମ୍ବୁରେ ରଖିଲେ।

Gade chapit la Kopi

ପବିତ୍ର ବାଇବଲ

54 ଏହା ପରେ ମୋଶା ଓ ଇଲିୟାସର ଯାଜକ ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତିଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ ସନ୍ତାନଗଣଙ୍କ ସ୍ମୃତି ଚିହ୍ନ ରୂପେ ସେହି ସମାଗମ-ତମ୍ବୁରେ ରଖିଲେ।

Gade chapit la Kopi




ଗଣନା ପୁସ୍ତକ 31:54
12 Referans Kwoze  

ତହୁଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ସେହି ପ୍ରାୟଶ୍ଚିତ୍ତ-ରୂପା ନେଇ ସମାଗମ-ତମ୍ବୁର କାର୍ଯ୍ୟାର୍ଥେ ନିରୂପଣ କରିବ; ତାହା ତୁମ୍ଭମାନଙ୍କ ପ୍ରାଣର ପ୍ରାୟଶ୍ଚିତ୍ତ ନିମନ୍ତେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ରହିବ।”


ପୁଣି, ସଦାପ୍ରଭୁଙ୍କ ମନ୍ଦିରରେ ଏହି ମୁକୁଟମାନ ହେଲେମର ଓ ଟୋବୀୟର ଓ ଯିଦୟୀୟର, ଆଉ ସଫନୀୟର ପୁତ୍ର ହେନର ସ୍ମରଣାର୍ଥେ ରହିବ।


ସେ ସେଥିରେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ କ'ଣ ? ସେ ତାହାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନସବୁ ସ୍ମରଣାର୍ଥକ ବଳି ସ୍ୱରୂପେ ଊର୍ଦ୍ଧ୍ୱରେ ଈଶ୍ୱରଙ୍କ ଛାମୁରେ ଉଠିଅଛି ।


ପୁଣି, ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।


ସେମାନେ ତୁମ୍ଭର ମହାମଙ୍ଗଳଭାବ ବର୍ଣ୍ଣନା କରିବେ ଓ ତୁମ୍ଭ ଧର୍ମ ବିଷୟ ଗାନ କରିବେ।


ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ନୁହେଁ, ଆମ୍ଭମାନଙ୍କୁ ନୁହେଁ, ମାତ୍ର ତୁମ୍ଭ ଦୟା ଓ ତୁମ୍ଭ ସତ୍ୟତା ସକାଶେ ଆପଣା ନାମକୁ ଗୌରବାନ୍ୱିତ କର।


ଏହେତୁ, ହେ ସଦାପ୍ରଭୁ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସା ଗାନ କରିବି।


ତୁମ୍ଭେମାନେ ସେମାନଙ୍କୁ କହିବ, ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସମ୍ମୁଖରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ତାହା ଯର୍ଦ୍ଦନ ପାର ହେବା ସମୟରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ଏହେତୁ ଏହି ପ୍ରସ୍ତରସବୁ ଇସ୍ରାଏଲ ସନ୍ତାନଗଣ ପ୍ରତି ଅନନ୍ତ କାଳଯାଏ ସ୍ମରଣୀୟ ହେବ।


ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ କହିଥିଲେ, ତଦନୁସାରେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥେ, ଅର୍ଥାତ୍‍, ହାରୋଣ ବଂଶ ଭିନ୍ନ ଅନ୍ୟ ବଂଶୀୟ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳିବା ପାଇଁ ଯେପରି ନିକଟକୁ ନ ଯାଏ; ପୁଣି, କୋରହ ଓ ତାହାର ଦଳସ୍ଥ ଲୋକମାନଙ୍କ ପରି ନ ହୁଏ; ଏଥିପାଇଁ ଲୋକେ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ତାହାସବୁ ପିଟିଲେ।


ପୁଣି, ଇସ୍ରାଏଲର ସନ୍ତାନଗଣଙ୍କୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇ ସ୍କନ୍ଧପଟିରେ ଦେବ; ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ।


ବୁକ୍‍କି ଅବୀଶୂୟର ସନ୍ତାନ, ଅବୀଶୂୟ ପୀନହସ୍‍ର ସନ୍ତାନ, ପୀନହସ ଇଲୀୟାସରର ସନ୍ତାନ, ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର।


Swiv nou:

Piblisite


Piblisite