Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 28:14 - ଓଡିଆ ବାଇବେଲ

14 ଆଉ ଏକ ଗୋବତ୍ସ ନିମନ୍ତେ ଏକ ହିନର ଅର୍ଦ୍ଧେକ, ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ପେୟ-ନୈବେଦ୍ୟ ହେବ; ଏହିସବୁ ନୈବେଦ୍ୟ ବର୍ଷର ପ୍ରତି ମାସର ପ୍ରଥମ ଦିନରେ ଅଣାଯିବ ପୁଣି, ତାହସବୁ ସମ୍ପୂର୍ଣ୍ଣ ହୋମ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଆଉ ଏକ ଗୋବତ୍ସ ନିମନ୍ତେ ଏକ ହିନର ଅର୍ଦ୍ଧେକ ଓ ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ପେୟ-ନୈବେଦ୍ୟ ହେବ; ଏହା ବର୍ଷର ପ୍ରତି ମାସର ଅମାବାସ୍ୟାରେ କର୍ତ୍ତବ୍ୟ ମାସିକ ହୋମ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଆଉ ଏକ ଗୋବତ୍ସ ନିମନ୍ତେ ଏକ ହିନର ଅର୍ଦ୍ଧେକ, ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ପେୟ-ନୈବେଦ୍ୟ ହେବ; ଏହିସବୁ ନୈବେଦ୍ୟ ବର୍ଷର ପ୍ରତି ମାସର ପ୍ରଥମ ଦିନରେ ଅଣାଯିବ ପୁଣି, ତାହସବୁ ସମ୍ପୂର୍ଣ୍ଣ ହୋମ ହେବ।

Gade chapit la Kopi

ପବିତ୍ର ବାଇବଲ

14 ଆଉ ଏକ ଷଣ୍ଢ ନିମନ୍ତେ ଏକ ହିନର ଅର୍ଦ୍ଧେକ, ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ମେଷବତ୍ସ ନିମନ୍ତେ ହିନର ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ପେୟନୈବେଦ୍ୟ ହେବ; ଏହା ବର୍ଷର ପ୍ରତିମାସର ଅମାବାସ୍ୟାରେ ମାସିକ ହୋମବଳି ହେବ।

Gade chapit la Kopi




ଗଣନା ପୁସ୍ତକ 28:14
11 Referans Kwoze  

ପୁଣି, ଏକ ଏକ ମେଷବତ୍ସ ନିମନ୍ତେ ଏକ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ହେବ; ତହିଁରେ ସେହି ହୋମବଳି ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।


ପୁଣି, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରାଯିବ ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ତାହା ହେବ।


ପୁଣି, ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସର ପେୟ-ନୈବେଦ୍ୟ ପ୍ରସ୍ତୁତ କରିବ।


ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହୀନ୍ ତୈଳ ମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ଆଣିବ।


ପୁଣି, ତହିଁର ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେୟ-ନୈବେଦ୍ୟ ହେବ। ତୁମ୍ଭେ ପବିତ୍ର ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ରୂପେ ମଦ୍ୟ ଢାଳିବ।


ପୁଣି, ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,


ଏଥିଉତ୍ତାରେ ସେମାନେ ନିତ୍ୟ ହୋମବଳି, ଆଉ ଅମାବାସ୍ୟାର ଓ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଉତ୍ସର୍ଗକାରୀ ପ୍ରତ୍ୟେକ ଲୋକର ଉପହାର ଉତ୍ସର୍ଗ କରିବାକୁ ଲାଗିଲେ।


ଅସାର ନୈବେଦ୍ୟ ଆଉ ଆଣ ନାହିଁ; ଧୂପଦାହ ଆମ୍ଭର ଘୃଣିତ; ତୁମ୍ଭର ଅମାବାସ୍ୟା ଓ ବିଶ୍ରାମବାର, ସଭାର ଘୋଷଣା ଏହି ଅଧର୍ମ ଓ ମହାସଭା ଆମ୍ଭେ ସହି ପାରୁ ନାହୁଁ।


ଆହୁରି, ସଦାପ୍ରଭୁ କହନ୍ତି, “ଆମ୍ଭେ ମୋୟାବ ମଧ୍ୟରେ ଉଚ୍ଚସ୍ଥଳୀରେ ବଳିଦାନକାରୀ ଓ ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପଦାହକାରୀ ଲୋକକୁ ଲୋପ କରିବା।


ପୁଣି, ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିର୍ଦ୍ଦୋଷ ଛଅଗୋଟି ମେଷଶାବକ ଓ ନିର୍ଦ୍ଦୋଷ ଏକଗୋଟି ମେଷ ହେବ।


ହେ ଯାଜକଗଣ, ତୁମ୍ଭେମାନେ ଚଟବସ୍ତ୍ରରେ କଟି ବାନ୍ଧି ବିଳାପ କର; ହେ ଯଜ୍ଞବେଦିର ପରିଚାରକଗଣ, ତୁମ୍ଭେମାନେ ହାହାକାର କର; ହେ ଆମ୍ଭ ପରମେଶ୍ୱରଙ୍କର ପରିଚାରକଗଣ, ତୁମ୍ଭେମାନେ ଆସ, ଚଟବସ୍ତ୍ର ପିନ୍ଧି ସାରାରାତ୍ରି କ୍ଷେପଣ କର; କାରଣ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ନିବୃତ୍ତ କରାଯାଇଅଛି।


Swiv nou:

Piblisite


Piblisite