Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 27:19 - ଓଡିଆ ବାଇବେଲ

19 ଆଉ ଇଲୀୟାସର ଯାଜକ ସମ୍ମୁଖରେ ଓ ସମସ୍ତ ମଣ୍ଡଳୀ ସମ୍ମୁଖରେ ତାହାକୁ ଉପସ୍ଥିତ କରାଇ ସେମାନଙ୍କ ସାକ୍ଷାତରେ ଆଜ୍ଞା ଦିଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଆଉ ଇଲୀୟାସର ଯାଜକ ସମ୍ମୁଖରେ ଓ ସମସ୍ତ ମଣ୍ତଳୀ ସମ୍ମୁଖରେ ତାହାକୁ ଉପସ୍ଥିତ କରାଇ ସେମାନଙ୍କ ସାକ୍ଷାତରେ ଆଜ୍ଞା ଦିଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଆଉ ଇଲୀୟାସର ଯାଜକ ସମ୍ମୁଖରେ ଓ ସମସ୍ତ ମଣ୍ଡଳୀ ସମ୍ମୁଖରେ ତାହାକୁ ଉପସ୍ଥିତ କରାଇ ସେମାନଙ୍କ ସାକ୍ଷାତରେ ଆଜ୍ଞା ଦିଅ।

Gade chapit la Kopi

ପବିତ୍ର ବାଇବଲ

19 ଆଉ ସମସ୍ତ ମଣ୍ତଳୀ ଓ ଯାଜକ ଇଲିୟାସର ସମ୍ମୁଖରେ ତାହାଙ୍କୁ ଉପସ୍ଥିତ କରାଅ ଓ ତାଙ୍କୁ ତା'ର ଆଦେଶ ଦିଅ।

Gade chapit la Kopi




ଗଣନା ପୁସ୍ତକ 27:19
12 Referans Kwoze  

ମାତ୍ର ଯିହୋଶୂୟକୁ ଆଜ୍ଞା ଦିଅ ଓ ତାହାକୁ ସାହସ ଦିଅ ଓ ତାହାକୁ ବଳବାନ କରାଅ; କାରଣ ସେ ଏହି ଲୋକମାନଙ୍କର ଆଗେ ଆଗେ ପାର ହୋଇଯିବ; ପୁଣି ତୁମ୍ଭେ ଯେଉଁ ଦେଶ ଦେଖିବ, ତାହା ସେ ସେମାନଙ୍କୁ ଅଧିକାର କରାଇବ।


ଈଶ୍ୱରଙ୍କ, ଖ୍ରୀଷ୍ଟ ଯୀଶୁଙ୍କ ଓ ମନୋନୀତ ଦୂତମାନଙ୍କ ସାକ୍ଷାତରେ ମୁଁ ଦୃଢ଼ରୂପେ ଆଜ୍ଞା ଦେଉଅଛି, ତୁମ୍ଭେ ପୂର୍ବଧାରଣା ଦ୍ୱାରା ଚାଳିତ ନ ହୋଇ ଏହି ସମସ୍ତ ପାଳନ କର, ପୁଣି, ପକ୍ଷପାତଭାବରେ କୌଣସି କାର୍ଯ୍ୟ କର ନାହିଁ ।


ଆର୍ଖିପ୍ପଙ୍କୁ କୁହ, ତୁମ୍ଭେ ପ୍ରଭୁଙ୍କ କାର୍ଯ୍ୟରେ ଯେଉଁ ସେବାର ପଦ ପାଇଅଛ, ତାହା ସମ୍ପୂର୍ଣ୍ଣ କରିବାକୁ ସାବଧାନ ହୋଇଥାଅ ।


ପୁଣି, ସେ ନୂନର ପୁତ୍ର ଯିହୋଶୂୟଙ୍କୁ ଆଜ୍ଞା ଦେଇ କହିଲେ, “ବଳବାନ ଓ ସାହସିକ ହୁଅ; କାରଣ ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ସେହି ଦେଶକୁ ତୁମ୍ଭେ ସେମାନଙ୍କୁ ନେଇ ଯିବ, ଆଉ ଆମ୍ଭେ ତୁମ୍ଭର ସଙ୍ଗୀ ହେବା।”


ଆହୁରି ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ଯେପରି ତାହାର ଆଜ୍ଞାବହ ହେବେ, ଏଥିପାଇଁ ତୁମ୍ଭେ ଆପଣା ସମ୍ଭ୍ରମ ତାହା ଉପରେ ଅର୍ପଣ କର।


ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଆପେ ତୁମ୍ଭର ଅଗ୍ରଗାମୀ ହୋଇ ପାର ହୋଇ ଯିବେ; ସେ ତୁମ୍ଭ ସମ୍ମୁଖରୁ ଏହି ଗୋଷ୍ଠୀୟ ଲୋକମାନଙ୍କୁ ନାଶ କରିବେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରିବ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯିହୋଶୂୟ ତୁମ୍ଭର ଅଗ୍ରଗାମୀ ହୋଇ ପାର ହେବେ।


Swiv nou:

Piblisite


Piblisite