Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 21:5 - ଓଡିଆ ବାଇବେଲ

5 ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ମୋଶାଙ୍କ ବିରୁଦ୍ଧରେ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିସର ଦେଶରୁ ବାହାର କରି ଆଣିଲ ?” ଦେଖ, ଏଠାରେ ରୁଟି ନାହିଁ ଓ ଜଳ ନାହିଁ; ପୁଣି, ଆମ୍ଭମାନଙ୍କ ପ୍ରାଣ ଏହି ଲଘୁ ଅନ୍ନକୁ ଘୃଣା କରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତହିଁରେ ଲୋକମାନେ ପରମେଶ୍ଵରଙ୍କ ବିରୁଦ୍ଧରେ ଓ ମୋଶାଙ୍କ ବିରୁଦ୍ଧରେ କହିଲେ, କିହେତୁ ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିସର ଦେଶରୁ ବାହାର କରି ଆଣିଲ? ଦେଖ, ଏଠାରେ ରୋଟୀ ନାହିଁ ଓ ଜଳ ନାହିଁ; ପୁଣି ଆମ୍ଭମାନଙ୍କ ପ୍ରାଣ ଏହି ଲଘୁ ଅନ୍ନକୁ ଘୃଣା କରେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ମୋଶାଙ୍କ ବିରୁଦ୍ଧରେ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିସର ଦେଶରୁ ବାହାର କରି ଆଣିଲ?” ଦେଖ, ଏଠାରେ ରୁଟି ନାହିଁ ଓ ଜଳ ନାହିଁ; ପୁଣି, ଆମ୍ଭମାନଙ୍କ ପ୍ରାଣ ଏହି ଲଘୁ ଅନ୍ନକୁ ଘୃଣା କରେ।

Gade chapit la Kopi

ପବିତ୍ର ବାଇବଲ

5 ତହିଁରେ ଲୋକମାନେ ପରମେଶ୍ୱର ଓ ମୋଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଏବଂ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠାରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭେମାନେ ଏହି ଅଖାଦ୍ୟକୁ ଘୃଣା କରୁ।”

Gade chapit la Kopi




ଗଣନା ପୁସ୍ତକ 21:5
19 Referans Kwoze  

ହଁ, ସେମାନେ ପରମେଶ୍ୱରଙ୍କ ପ୍ରତିକୂଳରେ କଥା କହିଲେ; ସେମାନେ କହିଲେ, “ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇ ପାରିବେ ?


ତଥାପି ଆରଦିନ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବଚସା କରି କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ବଧ କଲ।”


ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭମାନଙ୍କର ପ୍ରାଣ ଯାଉଛି, ଆମ୍ଭେମାନେ ଉଚ୍ଛିନ୍ନ ହେଉ, ଆମ୍ଭେ ସମସ୍ତେ ଉଚ୍ଛିନ୍ନ ହେଉ।


ପୁଣି, ମୋଶାଙ୍କୁ କହିଲେ, “ମିସରରେ କବର ନ ଥିଲା ବୋଲି କି ପ୍ରାନ୍ତରରେ ତୁମ୍ଭେ ଆମ୍ଭମାନଙ୍କୁ ମାରିବାକୁ ଆଣିଲ ? ଆମ୍ଭମାନଙ୍କ ସଙ୍ଗରେ ଏରୂପ ବ୍ୟବହାର କରି ଆମ୍ଭମାନଙ୍କୁ ମିସରରୁ କାହିଁକି ବାହାର କରି ଆଣିଲ ?


ତୃପ୍ତ ପ୍ରାଣୀ ମହୁଚାକକୁ ଘୃଣା କରେ; ମାତ୍ର କ୍ଷୁଧାର୍ତ୍ତ ପ୍ରାଣୀକୁ ତିକ୍ତ ଦ୍ରବ୍ୟସବୁ ମିଷ୍ଟ।


ପରମେଶ୍ୱର ସଙ୍ଗୀହୀନମାନଙ୍କୁ ପରିବାର ମଧ୍ୟରେ ସ୍ଥାପନ କରନ୍ତି; ସେ ବନ୍ଦୀଗଣକୁ ବାହାର କରି କୁଶଳରେ ରଖନ୍ତି; ମାତ୍ର ବିଦ୍ରୋହୀମାନେ ଶୁଷ୍କଭୂମିରେ ବାସ କରନ୍ତି।


ପୁଣି, ଇସ୍ରାଏଲ ବଂଶ ସେହି ଖାଦ୍ୟର ନାମ ମାନ୍ନା ଦେଲେ; ତାହା ଧନିଆ ପରି ଶୁକ୍ଳବର୍ଣ୍ଣ ଓ ତାହାର ଆସ୍ୱାଦ ମଧୁ ମିଶ୍ରିତ ରୁଟି ତୁଲ୍ୟ ଥିଲା।


ଆଉ ଇସ୍ରାଏଲ ସନ୍ତାନଗଣ ତାହା ଦେଖି ପରସ୍ପରକୁ କହିଲେ, “ଏହା କ’ଣ ଅଟେ ?” ଯେହେତୁ ତାହା କ’ଣ ଥିଲା, ସେମାନେ ଜାଣିଲେ ନାହିଁ। ତହିଁରେ ମୋଶା କହିଲେ, “ଏହା ତୁମ୍ଭମାନଙ୍କ ଭୋଜନ ନିମନ୍ତେ ସଦାପ୍ରଭୁଙ୍କ ଦତ୍ତ ଅନ୍ନ।”


ସେତେବେଳେ ଲୋକମାନେ ମୋଶାଙ୍କ ବିରୁଦ୍ଧରେ ବଚସା କରି କହିଲେ, “ଆମ୍ଭେମାନେ କଅଣ ପିଇବା ?”


ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ ।


ମାତ୍ର ସେହି ସନ୍ତାନଗଣ ଆମ୍ଭର ବିଦ୍ରୋହାଚରଣ କଲେ; ସେମାନେ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ ଓ ଆମ୍ଭର ଶାସନସକଳ ରକ୍ଷା କରି ପାଳନ କଲେ ନାହିଁ, ମନୁଷ୍ୟ ତାହା ପାଳନ କଲେ, ତହିଁରେ ସେ ବଞ୍ଚିବ; ସେମାନେ ଆମ୍ଭର ବିଶ୍ରାମ ଦିନସକଳ ଅପବିତ୍ର କଲେ; ତହିଁରେ ଆମ୍ଭେ ପ୍ରାନ୍ତରରେ ସେମାନଙ୍କ ବିରୁଦ୍ଧରେ ଆପଣା କ୍ରୋଧ ସାଧିବା ପାଇଁ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।


ମାତ୍ର ସମ୍ପୂର୍ଣ୍ଣ ଏକ ମାସ, ଯେପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ଓ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ନ ହୁଏ, ସେପର୍ଯ୍ୟନ୍ତ ଖାଇବ; କାରଣ ତୁମ୍ଭେମାନେ ଆପଣାମାନଙ୍କ ମଧ୍ୟବର୍ତ୍ତୀ ସଦାପ୍ରଭୁଙ୍କୁ ଅଗ୍ରାହ୍ୟ କରି ତାହାଙ୍କ ସମ୍ମୁଖରେ କ୍ରନ୍ଦନ କରି କହିଅଛ, ଆମ୍ଭେମାନେ କାହିଁକି ମିସରରୁ ବାହାରି ଆସିଲୁ।


Swiv nou:

Piblisite


Piblisite