Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 19:14 - ଓଡିଆ ବାଇବେଲ

14 କୌଣସି ମନୁଷ୍ୟ ତମ୍ବୁ ଭିତରେ ମଲେ, ତହିଁର ବ୍ୟବସ୍ଥା ଏହି; ଯେକେହି ସେହି ତମ୍ବୁକୁ ଆସେ ଓ ସେହି ତମ୍ବୁରେ ଥାଏ, ସେ ସାତ ଦିନ ଅଶୁଚି ହୋଇ ରହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 କୌଣସି ମନୁଷ୍ୟ ତମ୍ଵୁ ଭିତରେ ମଲେ, ତହିଁର ବ୍ୟବସ୍ଥା ଏହି; ଯେକେହି ସେହି ତମ୍ଵୁକୁ ଆସେ ଓ ସେହି ତମ୍ଵୁରେ ଥାଏ, ସେ ସାତ ଦିନ ଅଶୁଚି ହୋଇ ରହିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 କୌଣସି ମନୁଷ୍ୟ ତମ୍ବୁ ଭିତରେ ମଲେ, ତହିଁର ବ୍ୟବସ୍ଥା ଏହି; ଯେକେହି ସେହି ତମ୍ବୁକୁ ଆସେ ଓ ସେହି ତମ୍ବୁରେ ଥାଏ, ସେ ସାତ ଦିନ ଅଶୁଚି ହୋଇ ରହିବ।

Gade chapit la Kopi

ପବିତ୍ର ବାଇବଲ

14 “କୌଣସି ମନୁଷ୍ୟ ତୁମ୍ବୁ ଭିତରେ ମଲେ ତହିଁର ବ୍ୟବସ୍ଥା ଏହି। ଯେକେହି ସେହି ତମ୍ବୁରେ ଥାଏ ଓ ଯେକେହି ସେହି ତମ୍ବୁକୁ ଆସେ ସେ ସାତ ଦିନ ପାଇଁ ଅଶୁଚି ହୋଇ ରହିବ।

Gade chapit la Kopi




ଗଣନା ପୁସ୍ତକ 19:14
13 Referans Kwoze  

କିଅବା ସେ ଗୃହ ଭିତରେ ଶବ ନିକଟକୁ ଯିବ ନାହିଁ, ଅବା ଆପଣା ପିତା ବା ଆପଣା ମାତା ସକାଶୁ ଆପଣାକୁ ଅଶୁଚି କରିବ ନାହିଁ।


ଯଦି କେହି କୌଣସି ମୃତ ମନୁଷ୍ୟର ଶବ ଛୁଇଁ ଆପଣାକୁ ପରିଷ୍କାର ନ କରେ, ତେବେ ସେ ସଦାପ୍ରଭୁଙ୍କ ଆବାସ ଅଶୁଚି କରେ; ସେହି ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ; ତାହା ଉପରେ ଅଶୌଚାର୍ଥକ ଜଳ ଛିଞ୍ଚା ଯାଇ ନ ଥିବାରୁ ସେ ଅଶୁଚି ହେବ; ତାହାର ଅଶୁଚିତା ତାହାଠାରେ ଥାଏ।


ଆଉ ପ୍ରତ୍ୟେକ ମେଲା ପାତ୍ର, ଯହିଁରେ ଢାଙ୍କୁଣି ବନ୍ଧା ନ ଥାଏ, ତାହା ଅଶୁଚି ହେବ।


କୁଷ୍ଠରୋଗର ସର୍ବପ୍ରକାର ଘାଆ ଓ ଛଉର ଏହି ବ୍ୟବସ୍ଥା;


ପ୍ରମେହ ରୋଗୀର ଓ ବୀର୍ଯ୍ୟପାତରେ ଅଶୁଚି ଲୋକର,


ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣର ପୁତ୍ର ଯାଜକଗଣଙ୍କୁ କୁହ, ଆପଣା ଲୋକମାନଙ୍କ ମଧ୍ୟରୁ ମୃତ କୌଣସି ଲୋକ ସକାଶୁ ସେମାନଙ୍କର କେହି ଆପଣାକୁ ଅଶୁଚି କରିବ ନାହିଁ।


“ପ୍ରତ୍ୟେକ କୁଷ୍ଠୀକୁ ଓ ପ୍ରତ୍ୟେକ ପ୍ରମେହୀକୁ ଓ ଶବ ଛୁଇଁ ଅଶୁଚି ହେବା ପ୍ରତ୍ୟେକ ପ୍ରାଣୀକୁ ଛାଉଣିରୁ ବାହାର କରିବା ପାଇଁ ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଆଜ୍ଞା ଦିଅ।”


ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ଥିବା ସମସ୍ତ ଦିନ କୌଣସି ଶବ ନିକଟକୁ ଯିବ ନାହିଁ।


ଆଉ ଯଦି କୌଣସି ମନୁଷ୍ୟ ହଠାତ୍‍ ତାହା ନିକଟରେ ମରିବାରୁ ସେ ଆପଣା ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ, ତେବେ ସେ ଶୌଚ-ଦିନରେ ଆପଣା ମସ୍ତକ ମୁଣ୍ଡନ କରିବ, ଅର୍ଥାତ୍‍, ସେ ସପ୍ତମ ଦିନରେ ତାହା ମୁଣ୍ଡନ କରିବ।


ମାତ୍ର କେତେକ ଲୋକ ମନୁଷ୍ୟର ଶବ ସ୍ପର୍ଶ କରି ଅଶୁଚି ହେବାରୁ ସେହିଦିନ ସେମାନେ ନିସ୍ତାର ପର୍ବ ପାଳନ କରି ପାରିଲେ ନାହିଁ; ଏନିମନ୍ତେ ସେମାନେ ସେହିଦିନ ମୋଶା ଓ ହାରୋଣଙ୍କ ନିକଟକୁ ଆସିଲେ।


ପୁଣି, ଯାବତୀୟ ବସ୍ତ୍ର, ଚର୍ମନିର୍ମିତ ଯାବତୀୟ ବସ୍ତୁ, ଛାଗର ଲୋମରେ ନିର୍ମିତ ଯାବତୀୟ ବସ୍ତୁ ଓ କାଷ୍ଠନିର୍ମିତ ଯାବତୀୟ ବସ୍ତୁ ସମ୍ବନ୍ଧରେ ତୁମ୍ଭେମାନେ ଆପଣାମାନଙ୍କୁ ପାପରୁ ପରିଷ୍କାର କରିବ।”


ପୁଣି, ଦେଶକୁ ଶୁଚି କରିବା ନିମନ୍ତେ ସେମାନଙ୍କୁ କବର ଦେବା ପାଇଁ ଇସ୍ରାଏଲ ବଂଶକୁ ସାତ ମାସ ଲାଗିବ।


ଯାଜକ ଶୁଚି ହେଲା ଉତ୍ତାରେ ତାହା ପାଇଁ ସାତ ଦିନ ଗଣିତ ହେବ।


Swiv nou:

Piblisite


Piblisite