Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 17:10 - ଓଡିଆ ବାଇବେଲ

10 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭ ବିରୁଦ୍ଧରେ ଏହି ବିଦ୍ରୋହୀ ସନ୍ତାନଗଣର ବଚସା ଯେପରି ନିବୃତ୍ତ ହୁଏ ଓ ସେମାନଙ୍କର ମୃତ୍ୟୁୁ ନ ହୁଏ, ଏଥିପାଇଁ ସେମାନଙ୍କ ବିରୁଦ୍ଧରେ ଚିହ୍ନ ସ୍ୱରୂପେ ରଖାଯିବା ନିମନ୍ତେ ତୁମ୍ଭେ ହାରୋଣଙ୍କ-ଯଷ୍ଟି ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ରଖ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭ ବିରୁଦ୍ଧରେ ଏହି ବିଦ୍ରୋହୀ ସନ୍ତାନଗଣର ବଚସା ଯେପରି ନିବୃତ୍ତ ହୁଏ ଓ ସେମାନଙ୍କର ମୃତ୍ୟୁ ନ ହୁଏ, ଏଥିପାଇଁ ସେମାନଙ୍କ ବିରୁଦ୍ଧରେ ଚିହ୍ନ ସ୍ଵରୂପେ ରଖାଯିବା ନିମନ୍ତେ ତୁମ୍ଭେ ହାରୋଣଙ୍କ-ଯଷ୍ଟି ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ରଖ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭ ବିରୁଦ୍ଧରେ ଏହି ବିଦ୍ରୋହୀ ସନ୍ତାନଗଣର ବଚସା ଯେପରି ନିବୃତ୍ତ ହୁଏ ଓ ସେମାନଙ୍କର ମୃତ୍ୟୁୁ ନ ହୁଏ, ଏଥିପାଇଁ ସେମାନଙ୍କ ବିରୁଦ୍ଧରେ ଚିହ୍ନ ସ୍ୱରୂପେ ରଖାଯିବା ନିମନ୍ତେ ତୁମ୍ଭେ ହାରୋଣଙ୍କ ଯଷ୍ଟି ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ରଖ।”

Gade chapit la Kopi

ପବିତ୍ର ବାଇବଲ

10 ତା'ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣଙ୍କ ଆଶାବାଡ଼ିକୁ ନିୟମ ତମ୍ବୁ ସମ୍ମୁଖରେ ରଖ। ଏହା ଆମ୍ଭ ବିରୁଦ୍ଧରେ ବିଦ୍ରୋହୀ ଲୋକମାନଙ୍କ ପ୍ରତି ସତର୍କ ସ୍ୱରୂପ ରଖାଯିବ। ସେମାନେ ମୋ’ ବିରୁଦ୍ଧରେ ଅଭିଯୋଗରୁ ନିବୃତ୍ତ ହେବେ ଓ ମୁଁ ସେମାନଙ୍କୁ ଆଉ ହତ୍ୟା କରିବି ନାହିଁ।”

Gade chapit la Kopi




ଗଣନା ପୁସ୍ତକ 17:10
23 Referans Kwoze  

ସେଠାରେ ସୁବର୍ଣ୍ଣର ଧୂପବେଦି ଓ ଚତୁଃପାର୍ଶ୍ୱ ସୁବର୍ଣ୍ଣ ମଣ୍ଡିତ ନିୟମସିନ୍ଦୁକ ଥିଲା । ସେହି ନିୟମସିନ୍ଦୁକରେ ମାନ୍ନା ରଖାଯାଇଥିବା ଗୋଟିଏ ସୁବର୍ଣ୍ଣର ପାତ୍ର, ହାରୋଣଙ୍କ ମଞ୍ଜରିତ ଯଷ୍ଟି ଓ ନିୟମର ଦୁଇ ପ୍ରସ୍ତରଫଳକ ଥିଲା,


କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ ।


ହେ ଆକାଶମଣ୍ଡଳ, ଶୁଣ, ହେ ପୃଥିବୀ, କର୍ଣ୍ଣପାତ କର, କାରଣ ସଦାପ୍ରଭୁ କହିଅଛନ୍ତି; “ଆମ୍ଭେ ସନ୍ତାନଗଣକୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି।”


ମୁଁ ସିଂହମାନଙ୍କ ମଧ୍ୟରେ ଅଛି; ମୁଁ ପ୍ରଜ୍ୱଳିତ ଲୋକମାନଙ୍କ ମଧ୍ୟରେ, ଯେଉଁ ମନୁଷ୍ୟ-ସନ୍ତାନଗଣର ଦନ୍ତ ବର୍ଚ୍ଛା ଓ ତୀର ତୁଲ୍ୟ, ପୁଣି, ଜିହ୍ୱା ତୀକ୍ଷ୍ଣ ଖଡ୍ଗ ତୁଲ୍ୟ, ସେମାନଙ୍କ ମଧ୍ୟରେ ଶୟନ କରେ।


ସେତେବେଳେ ଦାଉଦଙ୍କ ସଙ୍ଗରେ ଯେଉଁମାନେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଦୁଷ୍ଟ ଓ ପାପାଧମ ମନୁଷ୍ୟ ସମସ୍ତେ ଉତ୍ତର ଦେଇ କହିଲେ, ସେମାନେ ଆମ୍ଭ ସଙ୍ଗରେ ଗଲେ ନାହିଁ, ଏଥିପାଇଁ ଆମ୍ଭେମାନେ ପ୍ରାପ୍ତ ଲୁଟ ଦ୍ରବ୍ୟରୁ ସେମାନଙ୍କୁ କିଛି ଦେବୁ ନାହିଁ, କେବଳ ସେମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଭାର୍ଯ୍ୟା ଓ ସନ୍ତାନସନ୍ତତି ଦେବୁ, ସେମାନେ ତାଙ୍କୁ ନେଇ ଚାଲିଯାଆନ୍ତୁ।


ଏଲିଙ୍କର ପୁତ୍ରମାନେ ଦୁଷ୍ଟ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ।


ମୁଁ ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇ ଆସିଅଛ।


ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ କହିଥିଲେ, ତଦନୁସାରେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥେ, ଅର୍ଥାତ୍‍, ହାରୋଣ ବଂଶ ଭିନ୍ନ ଅନ୍ୟ ବଂଶୀୟ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳିବା ପାଇଁ ଯେପରି ନିକଟକୁ ନ ଯାଏ; ପୁଣି, କୋରହ ଓ ତାହାର ଦଳସ୍ଥ ଲୋକମାନଙ୍କ ପରି ନ ହୁଏ; ଏଥିପାଇଁ ଲୋକେ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ତାହାସବୁ ପିଟିଲେ।


ଆପଣା ଆପଣା ପ୍ରାଣର ବିରୁଦ୍ଧରେ ଏହି ପାପ- କର୍ମକାରୀମାନଙ୍କର ଅଙ୍ଗାରଧାନୀ ହିଁ (ପବିତ୍ର); ଏଣୁ ତାହା ସବୁ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ପିଟାପାତ୍ର କରାଯାଉ; ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ତାହାସବୁ ଉତ୍ସର୍ଗ କରିଥିଲେ, ଏହି କାରଣରୁ ତାହାସବୁ ପବିତ୍ର; ପୁଣି, ତାହାସବୁ ଇସ୍ରାଏଲ ସନ୍ତାନଗଣ ପ୍ରତି ଚିହ୍ନ ସ୍ୱରୂପ ହେବ।”


ଏଥିଉତ୍ତାରେ ମୋଶା କହିଲେ, “ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି, ସେ ତୁମ୍ଭମାନଙ୍କୁ ମିସର ଦେଶଠାରୁ ଆଣିବା ସମୟରେ ପ୍ରାନ୍ତର ମଧ୍ୟରେ ଯେଉଁ ଅନ୍ନ ଭୋଜନ କରାଇଲେ, ତାହା ଯେପରି ତୁମ୍ଭମାନଙ୍କ ପୁରୁଷ-ପରମ୍ପରା ଦେଖନ୍ତି, ଏହେତୁ ସେମାନଙ୍କ ନିମନ୍ତେ ଏକ ଓମର ପରିମାଣ ମାନ୍ନା ରଖ।”


ହେ ଇସ୍ରାଏଲ, ତୁମ୍ଭେ ଗିବୀୟାର ସମୟଠାରୁ ପାପ କରି ଆସିଅଛ; ଅଧର୍ମର ସନ୍ତାନଗଣର ବିରୁଦ୍ଧ ଯୁଦ୍ଧ ଯେପରି ଗିବୀୟାରେ ଲୋକମାନଙ୍କୁ ନ ଧରିବ, ଏଥିପାଇଁ ସେମାନେ ସେହି ସ୍ଥାନରେ ଠିଆ ହେଲେ।


ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମ୍ଭେମାନେ ବଚସା କର ନାହିଁ ।


ତହୁଁ ହାରୋଣ ମୋଶାଙ୍କ ପ୍ରତି ଉକ୍ତ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସାକ୍ଷ୍ୟ ସିନ୍ଦୁକ ନିକଟରେ ରଖାଯିବା ନିମିତ୍ତ ତାହା ସଞ୍ଚୟ କରି ରଖିଲେ।


ଆଉ ସମାଗମ-ତମ୍ବୁର ଯେଉଁ ସ୍ଥାନରେ ଆମ୍ଭେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରୁ, ସେହି ସ୍ଥାନରେ ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ତୁମ୍ଭେ ସେହିସବୁ ରଖିବ।


ତେବେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ସେହି ସକଳ ଯଷ୍ଟି ବାହାର କରି ଇସ୍ରାଏଲର ସମସ୍ତ ସନ୍ତାନଗଣର ସାକ୍ଷାତକୁ ଆଣିଲେ; ପୁଣି, ସେମାନେ ତାହା ଦେଖି ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ନେଲେ।


ମୋଶା ସେରୂପ କଲେ; ସଦାପ୍ରଭୁ ତାଙ୍କୁ ଯେପରି ଆଜ୍ଞା ଦେଲେ, ସେ ସେହିପରି କଲେ।


ତହୁଁ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ତାହାଙ୍କ ଆଜ୍ଞା ପ୍ରମାଣେ ଯଷ୍ଟି ନେଲେ।


ତୁମ୍ଭେ ଏହି ପ୍ରାନ୍ତର ମଧ୍ୟରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ କିପରି କ୍ରୁଦ୍ଧ କରାଇଅଛ, ତାହା ସ୍ମରଣ କର, ତୁମ୍ଭେ ତାହା ପାସୋର ନାହିଁ; ତୁମ୍ଭେ ମିସର ଦେଶରୁ ବାହାର ହେବା ଦିନଠାରୁ ଏହି ସ୍ଥାନକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇଅଛ।


“ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକୁ ଉଚ୍ଛିନ୍ନ କର ନାହିଁ” !


ତହିଁରେ ମୋଶା ଓ ହାରୋଣ ଇସ୍ରାଏଲ ସନ୍ତାନଗଣର ସମସ୍ତ ସମାଜ ଆଗରେ ମୁହଁ ମାଡ଼ି ପଡ଼ିଲେ।


“ତୁମ୍ଭେମାନେ ଏହି ମଣ୍ଡଳୀ ମଧ୍ୟରୁ ଆପଣାମାନଙ୍କୁ ପୃଥକ୍ କର, ତହିଁରେ ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା।”


Swiv nou:

Piblisite


Piblisite