Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 16:48 - ଓଡିଆ ବାଇବେଲ

48 ପୁଣି, ସେ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ ତହିଁରେ ମହାମାରୀ ନିବୃତ୍ତ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

48 ପୁଣି ସେ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ; ତହିଁରେ ମହାମାରୀ ନିବୃତ୍ତ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

48 ପୁଣି, ସେ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ ତହିଁରେ ମହାମାରୀ ନିବୃତ୍ତ ହେଲା।

Gade chapit la Kopi

ପବିତ୍ର ବାଇବଲ

48 ହାରୋଣ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ। ତା'ପରେ ମହାମାରୀ ନିବୃତ୍ତ ହେଲା।

Gade chapit la Kopi




ଗଣନା ପୁସ୍ତକ 16:48
14 Referans Kwoze  

ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକବଳି ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ବିନତି ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ, ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।


ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର । ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରି ପାରେ ।


ପୁଣି, ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କୁ ରକ୍ଷା କରିବା ନିମନ୍ତେ ସେହି ଯୀଶୁଙ୍କୁ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ।


ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାକୁ କହିଲେ, ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ ।


ସେତେବେଳେ ପୀନହସ୍‍ ଠିଆ ହୋଇ ଦଣ୍ଡାଜ୍ଞା ସାଧନ କଲା; ତହିଁରେ ମହାମାରୀ ନିବୃତ୍ତ ହେଲା।


ଏଉତ୍ତାରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହୋଇ ଧୂପ ଉତ୍ସର୍ଗକାରୀ ସେହି ଦୁଇ ଶହ ପଚାଶ ଲୋକଙ୍କୁ ଗ୍ରାସ କଲା।


ଏଥିରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଲେ, ପୁଣି, ତହିଁ ଉପରେ ଧୂପ ଥୋଇ ମୋଶା ଓ ହାରୋଣଙ୍କ ସହିତ ସମାଗମ-ତମ୍ବୁ ଦ୍ୱାର ନିକଟରେ ଠିଆ ହେଲେ।


ତହିଁରେ ହାରୋଣ ମୋଶାଙ୍କର କଥା ଅନୁସାରେ ତାହା ନେଇ ସମାଜ ମଧ୍ୟକୁ ଦୌଡ଼ି ଗଲେ; ସେହି ସମୟରେ ଦେଖ, ଲୋକମାନଙ୍କ ମଧ୍ୟରେ ମହାମାରୀ ଆରମ୍ଭ ହୋଇଥିଲା; ତହିଁରେ ସେ ଧୂପ ଦେଇ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କଲେ।


ଯେଉଁମାନେ କୋରହର କଥା ସକାଶୁ ମରିଥିଲେ, ସେମାନଙ୍କ ବ୍ୟତୀତ ଚଉଦ ହଜାର ସାତ ଶହ ଲୋକ ଏହି ମହାମାରୀରେ ମଲେ।


Swiv nou:

Piblisite


Piblisite