Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 16:11 - ଓଡିଆ ବାଇବେଲ

11 ଏଥିପାଇଁ ସିନା ତୁମ୍ଭେ ଓ ତୁମ୍ଭର ଦଳସ୍ଥ ସମସ୍ତେ ସଦାପ୍ରଭୁଙ୍କ ବିରୁଦ୍ଧରେ ଏକମେଳି ହୋଇଅଛ; ଯେହେତୁ ହାରୋଣ କିଏ ଯେ, ତୁମ୍ଭେମାନେ ତାଙ୍କର ବିରୁଦ୍ଧରେ ବଚସା କରୁଅଛ ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଏଥିପାଇଁ ସିନା ତୁମ୍ଭେ ଓ ତୁମ୍ଭର ଦଳସ୍ଥ ସମସ୍ତେ ସଦାପ୍ରଭୁଙ୍କ ବିରୁଦ୍ଧରେ ଏକମେଳି ହୋଇଅଛ; ଯେହେତୁ ହାରୋଣ କିଏ ଯେ, ତୁମ୍ଭେମାନେ ତାଙ୍କର ବିରୁଦ୍ଧରେ ବଚସା କରୁଅଛ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏଥିପାଇଁ ସିନା ତୁମ୍ଭେ ଓ ତୁମ୍ଭର ଦଳସ୍ଥ ସମସ୍ତେ ସଦାପ୍ରଭୁଙ୍କ ବିରୁଦ୍ଧରେ ଏକମେଳି ହୋଇଅଛ; ଯେହେତୁ ହାରୋଣ କିଏ ଯେ, ତୁମ୍ଭେମାନେ ତାଙ୍କର ବିରୁଦ୍ଧରେ ବଚସା କରୁଅଛ?”

Gade chapit la Kopi

ପବିତ୍ର ବାଇବଲ

11 ତୁମ୍ଭେ ଓ ତୁମ୍ଭର ଅନୁଗାମୀଗଣ ଦଳ ବାନ୍ଧି ସଦାପ୍ରଭୁଙ୍କ ବିରୁଦ୍ଧରେ ଯାଇଅଛ। ହାରୋଣ କିଛି ଅବିଧି କରି ନାହାନ୍ତି। ମାତ୍ର ତୁମ୍ଭେମାନେ ତାଙ୍କର ବିପକ୍ଷରେ ଅଭିଯୋଗ କରିଅଛ।”

Gade chapit la Kopi




ଗଣନା ପୁସ୍ତକ 16:11
15 Referans Kwoze  

ଏଥିପାଇଁ ଲୋକମାନେ ମୋଶାଙ୍କ ସଙ୍ଗରେ ବିବାଦ କରି କହିଲେ, “ଆମ୍ଭମାନଙ୍କୁ ଜଳ ଦିଅ, ଆମ୍ଭେମାନେ ପାନ କରିବୁ।” ତହିଁରେ ମୋଶା କହିଲେ, “ତୁମ୍ଭେମାନେ ମୋ’ ସଙ୍ଗରେ କାହିଁକି ବିବାଦ କର ? କାହିଁକି ସଦାପ୍ରଭୁଙ୍କୁ ପରୀକ୍ଷା କର ?”


ଆପଲ୍ଲ କିଏ ? ପାଉଲ ବା କିଏ ? ସେମାନେ ତ ସେବକମାତ୍ର, ଯେଉଁମାନଙ୍କ ଦ୍ୱାରା, ପ୍ରତ୍ୟେକକୁ ପ୍ରଭୁ ଯେପରି ଦେଇଅଛନ୍ତି, ତଦନୁସାରେ ତୁମ୍ଭେମାନେ ବିଶ୍ୱାସ କରିଅଛ ।


ଆଉ ସେମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ଉପରେ ବହୁତ ନେଲଣି, ସମସ୍ତ ମଣ୍ଡଳୀର ପ୍ରତ୍ୟେକ ଜଣ ତ ପବିତ୍ର, ପୁଣି, ସଦାପ୍ରଭୁ ସେମାନଙ୍କ ମଧ୍ୟରେ ଅଛନ୍ତି, ତେବେ କାହିଁକି ତୁମ୍ଭେମାନେ ସଦାପ୍ରଭୁଙ୍କ ସମାଜ ଉପରେ ଆପଣାମାନଙ୍କୁ ଉନ୍ନତ କରୁଅଛ?”


ଅତଏବ, ଯେ ଅଧିକାର ପ୍ରତିରୋଧ କରେ, ସେ ଈଶ୍ୱରଙ୍କ ବିଧାନର ପ୍ରତିରୋଧ କରେ; ପୁଣି, ଯେଉଁମାନେ ପ୍ରତିରୋଧ କରନ୍ତି, ସେମାନେ ଆପଣା ଆପଣା ଉପରେ ଦଣ୍ଡ ଘଟାଇବେ ।


ବିକ୍ରୟ ନ ହେବା ପୂର୍ବେ ତାହା କ'ଣ ତୁମ୍ଭ ନିଜର ହୋଇ ରହି ନ ଥିଲା ? ଆଉ, ବିକ୍ରୟ ହେବା ଉତ୍ତାରେ ସେଥିର ମୂୂଲ୍ୟ କି ତୁମ୍ଭ ନିଜ ଅଧିକାରରେ ନ ଥିଲା ? ତେବେ ତୁମ୍ଭେ କିପରି ଆପଣା ହୃଦୟରେ ଏହି ବିଷୟ ଭାବିଲ ? ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ, ତାହା ନୁହେଁଁ, ମାତ୍ର ଈଶ୍ୱରଙ୍କ ନିକଟରେ ମିଥ୍ୟା କହିଲ ।


ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ପ୍ରେରିତ ବ୍ୟକ୍ତିଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ଓ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ ।


ଯେ ତୁମ୍ଭମାନଙ୍କର କଥା ଶୁଣେ, ସେ ମୋ' କଥା ଶୁଣେ, ପୁଣି, ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋ' ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ ।


ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହିସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି।


ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମ୍ଭେମାନେ ବଚସା କର ନାହିଁ ।


ସେମାନେ ବଚସାକାରୀ, ଆପଣା ଆପଣା ଅବସ୍ଥାରେ ଅସନ୍ତୁଷ୍ଟ ଓ ନିଜ ନିଜ କୁଅଭିଳାଷରେ ଚାଳିତ; ସେମାନଙ୍କ ମୁଖ ବଡ଼ ବଡ଼ କଥା କହେ ଓ ସ୍ୱାର୍ଥସିଦ୍ଧି ନିମନ୍ତେ ସେମାନେ ଲୋକଙ୍କ ମୁହଁ ଉପରେ ପ୍ରଶଂସା କରନ୍ତି ।


ଏଥିଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ କର୍ଣ୍ଣ-ଗୋଚରରେ ମନ୍ଦ କଥା କହି ବଚସାକାରୀ ଲୋକମାନଙ୍କ ତୁଲ୍ୟ ହେଲେ; ପୁଣି, ସଦାପ୍ରଭୁ ତାହା ଶୁଣନ୍ତେ, ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା; ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତ ଭାଗ ଗ୍ରାସ କଲା।


ତହିଁରେ ମୋଶା ଇଲୀୟାବ୍‍ର ପୁତ୍ର ଦାଥନକୁ ଓ ଅବୀରାମ୍‍କୁ ଡାକିବା ପାଇଁ ଲୋକ ପଠାଇଲେ; ମାତ୍ର ସେମାନେ କହିଲେ, “ଆମ୍ଭେମାନେ ଯିବା ନାହିଁ।


କୋରହୀୟ ସନ୍ତାନଗଣ ଓ ମରାରିର ସନ୍ତାନଗଣ ମଧ୍ୟରୁ ଦ୍ୱାରପାଳମାନଙ୍କର ଏହି ସକଳ ପାଳି ଥିଲା।


ଆହୁରି, ସେମାନେ ଛାଉଣିରେ ମୋଶାଙ୍କ ପ୍ରତି ଓ ସଦାପ୍ରଭୁଙ୍କର ସଦ୍‍ଭକ୍ତ ହାରୋଣଙ୍କ ପ୍ରତି ଈର୍ଷାଭାବ ବହିଲେ।


Swiv nou:

Piblisite


Piblisite