Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 14:34 - ଓଡିଆ ବାଇବେଲ

34 ତୁମ୍ଭେମାନେ ଯେଉଁ ଚାଳିଶ ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ, ଏରୂପେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ଆପଣା ଆପଣା ଅପରାଧର ଦଣ୍ଡ ଭୋଗିବ ଓ ଆମ୍ଭର ବିପକ୍ଷତା କିପରି, ତାହା ଜ୍ଞାତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ତୁମ୍ଭେମାନେ ଯେଉଁ ଚାଳିଶ ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ, ଏରୂପେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ଆପଣା ଆପଣା ଅପରାଧ ବହିବ ଓ ଆମ୍ଭର ବିପକ୍ଷତା କିପରି, ତାହା ଜ୍ଞାତ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ତୁମ୍ଭେମାନେ ଯେଉଁ ଚାଳିଶ ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ, ଏରୂପେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ଆପଣା ଆପଣା ଅପରାଧର ଦଣ୍ଡ ଭୋଗିବ ଓ ଆମ୍ଭର ବିପକ୍ଷତା କିପରି, ତାହା ଜ୍ଞାତ ହେବ।

Gade chapit la Kopi

ପବିତ୍ର ବାଇବଲ

34 ଗୋଟିଏ ବର୍ଷ ଗୋଟିଏ ଦିନ ହିସାବରେ ତୁମ୍ଭେମାନେ ଗ୍ଭଳିଶ୍ ବର୍ଷ ସେହି ଦେଶ ଅନୁସନ୍ଧାନ କରିବା ସମୟରେ ପ୍ରାନ୍ତରର ଏଣେ ତେଣେ ବୁଲିବ, ତା'ପରେ ମୋର କ୍ରୋଧ ତୁମ୍ଭେ ଜାଣିବ।’

Gade chapit la Kopi




ଗଣନା ପୁସ୍ତକ 14:34
26 Referans Kwoze  

ପୁନର୍ବାର ତୁମ୍ଭେ ସେହି ସକଳ ଦିନ ସମାପ୍ତ କଲା ଉତ୍ତାରେ ଆପଣା ଡାହାଣ ପାର୍ଶ୍ୱରେ ଶୟନ କରି ଯିହୁଦା ବଂଶର ଅଧର୍ମ ବୋହିବ; ଚାଳିଶ ବର୍ଷର ଏକ ଏକ ବର୍ଷକୁ ଆମ୍ଭେ ତୁମ୍ଭ ପାଇଁ ଏକ ଏକ ଦିନ କରି ନିରୂପଣ କରିଅଛୁ।


ଆଉ ଚାଳିଶ ଦିନ ଉତ୍ତାରେ ସେମାନେ ଦେଶ ଅନୁସନ୍ଧାନ କରି ଫେରି ଆସିଲେ।


ଆଜ୍ଞା-ଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ୍ତ କରିବାକୁ, ଆଉ ଅନନ୍ତକାଳସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟଦ୍‍ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ମହାପବିତ୍ର ସ୍ଥାନକୁ ଅଭିଷିକ୍ତ କରିବାକୁ ତୁମ୍ଭ ଲୋକଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ ସତୁରି ସପ୍ତାହ ନିରୂପିତ ହୋଇଅଛି।


ଅତଏବ ଆସ, ଆମ୍ଭେମାନେ ସାବଧାନ ହେଉ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ ।


ଆମ୍ଭେ ଚାଳିଶ ବର୍ଷଯାଏ ସେହି ବଂଶ ପ୍ରତି ବିରକ୍ତ ଥିଲୁ, ପୁଣି କହିଲୁ, ଏହି ଲୋକମାନେ ଅନ୍ତଃକରଣରେ ଭ୍ରାନ୍ତ ଓ ସେମାନେ ଆମ୍ଭର ପଥ ଜାଣି ନାହାନ୍ତି;


ଦେଶ ଆପଣାର ନାନା ବିଶ୍ରାମ ଭୋଗ କରିବା ପର୍ଯ୍ୟନ୍ତ ଯିରିମୀୟର ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳ ହେବା ନିମନ୍ତେ ଏହା ଘଟିଲା; କାରଣ ସତୁରି ବର୍ଷ ପୂର୍ଣ୍ଣକରଣାର୍ଥେ ଦେଶ ଉଚ୍ଛିନ୍ନ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ବିଶ୍ରାମ ପାଳନ କଲା।


ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ତୁମ୍ଭ ଗୃହ ଓ ତୁମ୍ଭ ପିତୃଗୃହ ଆମ୍ଭ ସମ୍ମୁଖରେ ଅନନ୍ତ କାଳ ଗମନାଗମନ କରିବେ ବୋଲି ଆମ୍ଭେ କହିଥିଲୁ ପ୍ରମାଣ, ମାତ୍ର ଏବେ ସଦାପ୍ରଭୁ କହନ୍ତି, ତାହା ଆମ୍ଭଠାରୁ ଦୂର ହେଉ; କାରଣ ଯେଉଁମାନେ ଆମ୍ଭର ଗୌରବ କରନ୍ତି, ଆମ୍ଭେ ସେମାନଙ୍କର ଗୌରବ କରିବା, ମାତ୍ର ଯେଉଁମାନେ ଆମ୍ଭକୁ ତୁଚ୍ଛଜ୍ଞାନ କରନ୍ତି, ସେମାନେ ଲଘୁଜ୍ଞାନ କରାଯିବେ।


ଆଉ ଆମ୍ଭେ ଆମ୍ଭର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ, ସେମାନେ ଚଟ (ଅଖାର ବସ୍ତ୍ର) ପରିଧାନ କରି ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ ।


ପୁଣି, ମୁଁ ଆପଣା ‘ଶୋଭା’ ନାମକ ଯଷ୍ଟି ନେଲି ଓ ସବୁ ଗୋଷ୍ଠୀ ସଙ୍ଗରେ ମୁଁ ଯେଉଁ ନିୟମ କରିଥିଲି, ତାହା ଭାଙ୍ଗିବା ନିମନ୍ତେ ସେହି ଯଷ୍ଟିକୁ ଖଣ୍ଡ ଖଣ୍ଡ କରି କାଟିଲି।


ପୁଣି, ସେମାନେ ଆପଣା ଆପଣା ଅଧର୍ମର ଭାର ବୋହିବେ; ଭବିଷ୍ୟଦ୍‍ବକ୍ତାର ଅଧର୍ମ ଓ ତାହାର ଅନ୍ୱେଷଣକାରୀର ଅଧର୍ମ ଏକ ସମାନ ହେବ;


କାରଣ ସେ ଆପଣା ପବିତ୍ର ବାକ୍ୟ ଓ ଆପଣା ଦାସ ଅବ୍ରହାମକୁ ସ୍ମରଣ କଲେ।


ତାହାଙ୍କ ଦୟା କ’ଣ ଚିରକାଳ ଲୁପ୍ତ ହେଲା ? ତାହାଙ୍କ ପ୍ରତିଜ୍ଞା କ’ଣ ଚିରକାଳ ବିଫଳ ହୁଏ ?


କାରଣ ମୋହର ଅପରାଧ ମୋ’ ମସ୍ତକ ଉପରେ ଉଠିଅଛି; ତାହାସବୁ ମୋ’ ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ୱରୂପ।


“ଯେଉଁ ସଦାପ୍ରଭୁ ଆପଣାର ସକଳ ପ୍ରତିଜ୍ଞାନୁସାରେ ନିଜ ଲୋକ ଇସ୍ରାଏଲକୁ ବିଶ୍ରାମ ଦେଇଅଛନ୍ତି, ସେ ଧନ୍ୟ ହେଉନ୍ତୁ; ସେ ଆପଣା ଦାସ ମୋଶାଙ୍କ ହସ୍ତରେ ଯେ ଯେ ପ୍ରତିଜ୍ଞା କରିଥିଲେ, ସେହି ସକଳ ଉତ୍ତମ ପ୍ରତିଜ୍ଞାର ଏକ କଥା ହିଁ ବିଫଳ ହୋଇ ନାହିଁ।


ମାତ୍ର ଲେବୀୟମାନେ ସମାଗମ-ତମ୍ବୁର ସେବାକାର୍ଯ୍ୟ କରିବେ ଓ ସେମାନେ ଆପଣା ଆପଣା ଅପରାଧ ବୋହିବେ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମସ୍ଥାୟୀ ଅନନ୍ତକାଳୀନ ବିଧି, ପୁଣି, ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ।


ଆଉ, ତୁମ୍ଭେ ଆପଣା ମାଉସୀର ବା ପିଉସୀର ଆବରଣୀୟ ଅନାବୃତ କରିବ ନାହିଁ; ତାହା କଲେ, ଆପଣା ନିକଟବର୍ତ୍ତୀ କୁଟୁମ୍ବର ଆବରଣୀୟ ଅନାବୃତ କରାଯାଏ। ସେମାନେ ଆପଣା ଆପଣା ଅପରାଧ ବୋହିବେ।


ପରେ ପ୍ରାୟ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେ ସେମାନଙ୍କ ବ୍ୟବହାର ସହ୍ୟ କଲେ,


କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭଙ୍କୁ ଆଶୀର୍ବାଦ କରିଅଛନ୍ତି; ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ତୁମ୍ଭ ଯିବାର ଜାଣିଅଛନ୍ତି; ଏହି ଚାଳିଶ ବର୍ଷସାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୋଇଅଛନ୍ତି; ତୁମ୍ଭର କିଛି ଅଭାବ ହୋଇ ନାହିଁ।’”


କାରଣ ଆମ୍ଭେ ସେମାନଙ୍କର ଅଧର୍ମର ବର୍ଷ ତୁମ୍ଭ ପ୍ରତି କେତେକ ସଂଖ୍ୟକ ଦିନ, ଅର୍ଥାତ୍‍, ତିନି ଶହ ନବେ ଦିନ ହେବା ପାଇଁ ନିରୂପଣ କରିଅଛୁ; ଏହି ପ୍ରକାରେ ତୁମ୍ଭେ ଇସ୍ରାଏଲ ବଂଶର ଅଧର୍ମ ବୋହିବ।


ଏହିରୂପେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମକାରୀ ସମସ୍ତ ବଂଶର ନିଃଶେଷ ନ ହେବା ପର୍ଯ୍ୟନ୍ତ ସେ ସେମାନଙ୍କୁ ଚାଳିଶ ବର୍ଷ ପର୍ଯ୍ୟନ୍ତ ଏ ପ୍ରାନ୍ତରରେ ଭ୍ରମଣ କରାଇଲେ।


ଏବେ ଦେଖ, ପ୍ରାନ୍ତରରେ ଇସ୍ରାଏଲ ଭ୍ରମଣ କରିବା ବେଳେ ସଦାପ୍ରଭୁ ମୋଶାଙ୍କୁ ସେହି ଯେଉଁ କଥା କହିଥିଲେ, ତଦବଧି ସଦାପ୍ରଭୁ ଆପଣା ବାକ୍ୟାନୁସାରେ ମୋତେ ପଞ୍ଚଚାଳିଶ୍‍ ବର୍ଷ ହେଲା ଜୀବିତ ରଖିଅଛନ୍ତି; ଏଣୁ ଏବେ ଦେଖ, ମୁଁ ଆଜି ପଞ୍ଚାଅଶୀ ବର୍ଷ ବୟସ୍କ ହୋଇଅଛି।


ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭକୁ ପାସୋରିଅଛ ଓ ତୁମ୍ଭ ପଛଆଡ଼େ ଆମ୍ଭକୁ ପକାଇଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଆପଣା ଲମ୍ପଟାଚରଣ ଓ ବ୍ୟଭିଚାର କ୍ରିୟାର ଭାର ବହନ କର।”


ଯଦ୍ୟପି ସେମାନେ ସନ୍ତାନଗଣକୁ ପ୍ରତିପାଳନ କରିବେ, ତଥାପି ଆମ୍ଭେ ସେମାନଙ୍କୁ ନିଃସନ୍ତାନ କରିବା, ତହିଁରେ ଜଣେ ମନୁଷ୍ୟ ମଧ୍ୟ ସେଠାରେ ରହିବ ନାହିଁ; ହଁ, ଆମ୍ଭେ ସେମାନଙ୍କୁ ଯେତେବେଳେ ପରିତ୍ୟାଗ କରିବା, ସେତେବେଳେ ସେମାନଙ୍କର ସନ୍ତାପ ହେବ !


Swiv nou:

Piblisite


Piblisite