Biblia Todo Logo
Bib sou entènèt

- Piblisite -




ନିହିମୀୟା 5:9 - ଓଡିଆ ବାଇବେଲ

9 ଆହୁରି, ମୁଁ କହିଲି, “ତୁମ୍ଭେମାନେ ଯେଉଁ କାର୍ଯ୍ୟ କରୁଅଛ, ତାହା ଭଲ ନୁହେଁ, ଆମ୍ଭମାନଙ୍କ ଶତ୍ରୁ ଅନ୍ୟ ଦେଶୀୟମାନଙ୍କର ତିରସ୍କାରକୁ ରୋକିବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ଭୟରେ ଆଚରଣ କରିବା କ’ଣ ତୁମ୍ଭମାନଙ୍କର ଉଚିତ୍ ନୁହେଁ ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆହୁରି, ମୁଁ କହିଲି, ତୁମ୍ଭେମାନେ ଯେଉଁ କାର୍ଯ୍ୟ କରୁଅଛ, ତାହା ଭଲ ନୁହେଁ, ଆମ୍ଭମାନଙ୍କ ଶତ୍ରୁ ଅନ୍ୟ ଦେଶୀୟମାନଙ୍କର ଧିକ୍କାର ସକାଶୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ପ୍ରତି ଭୟରେ ଆଚରଣ କରିବା କʼଣ ତୁମ୍ଭମାନଙ୍କର ଉଚିତ ନୁହେଁ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆହୁରି, ମୁଁ କହିଲି, “ତୁମ୍ଭେମାନେ ଯେଉଁ କାର୍ଯ୍ୟ କରୁଅଛ, ତାହା ଭଲ ନୁହେଁ, ଆମ୍ଭମାନଙ୍କ ଶତ୍ରୁ ଅନ୍ୟଦେଶୀୟମାନଙ୍କର ତିରସ୍କାରକୁ ରୋକିବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ଭୟରେ ଆଚରଣ କରିବା କʼଣ ତୁମ୍ଭମାନଙ୍କର ଉଚିତ ନୁହେଁ?

Gade chapit la Kopi

ପବିତ୍ର ବାଇବଲ

9 ମୁଁ ତାଙ୍କୁ ଆହୁରି ମଧ୍ୟ କହିଲି, “ତୁମ୍ଭେମାନେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭେମାନେ ଆମ୍ଭମାନଙ୍କର ଶତ୍ରୁଗଣଙ୍କୁ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦେବା ଉଚିତ୍ ନୁହେଁ।

Gade chapit la Kopi




ନିହିମୀୟା 5:9
21 Referans Kwoze  

ତୁମ୍ଭେ ତାହାଠାରୁ ସୁଧ କି ଦେଢ଼ି (ଦେଢ଼ଗୁଣ ସୁଧହାର) ନିଅ ନାହିଁ; ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର; ତହିଁରେ ତୁମ୍ଭର ଭାଇ ତୁମ୍ଭ ସହିତ ଜୀବନଯାପନ କରିବ।


ତୁମ୍ଭେମାନେ ଅଣଯିହୂଦୀମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପାଦୃଷ୍ଟି ଦିନରେ ଈଶ୍ୱରଙ୍କ ଗୌରବ କରିବେ ।


ତଥାପି ଏହି କର୍ମ ଦ୍ୱାରା ତୁମ୍ଭେ ସଦାପ୍ରଭୁଙ୍କୁ ନିନ୍ଦା କରିଅଛ, ଏହେତୁ ତୁମ୍ଭର ଏହି ଯେଉଁ ସନ୍ତାନ ଜନ୍ମିଅଛି, ସେ ନିଶ୍ଚୟ ମରିବ।”


ଏବଂ ସେମାନେ ପତିବ୍ରତା, ସୁଗୃହିଣୀ, ସୁଶୀଳା, ଓ ଆପଣା ଆପଣା ସ୍ୱାମୀମାନଙ୍କର ବଶୀଭୂତା ହୁଅନ୍ତୁ , ଯେପରି ଈଶ୍ୱରଙ୍କ ବାକ୍ୟ ଯେପରି ନିନ୍ଦିତ ନ ହୁଏ |


ଅତଏବ, ମୋହର ଇଚ୍ଛା, ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ପ୍ରସବ କରନ୍ତୁ, ଗୃହକାର୍ଯ୍ୟ ପରିଚାଳନା କରନ୍ତୁ, ନିନ୍ଦା କରିବା ପାଇଁ ଶତ୍ରୁକୁ କୌଣସି ସୁଯୋଗ ନ ଦେଉନ୍ତୁ;


କାରଣ ଯେପରି ଲେଖା ଅଛି, "ତୁମ୍ଭମାନଙ୍କ ହେତୁ ଅଣଯିହୂଦୀମାନଙ୍କ ମଧ୍ୟରେ ଈଶ୍ୱରଙ୍କ ନାମ ନିନ୍ଦିତ ହେଉଅଛି ।''


ଏହି ପ୍ରକାରେ ସମୁଦାୟ ଯିହୂଦା ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀ ନିଷ୍ଠାପ୍ରାପ୍ତ ହୋଇ ଓ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ, ପୁଣି, ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ ।


ପୁଣି, ଯେଉଁ ସ୍ଥାନକୁ ସେମାନେ ଗଲେ, ସେହି ସ୍ଥାନରେ ଗୋଷ୍ଠୀୟମାନଙ୍କ ମଧ୍ୟକୁ ଯାଇ ସେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କଲେ; ତହିଁରେ ଲୋକମାନେ ସେମାନଙ୍କ ବିଷୟରେ କହିଲେ, ଏମାନେ ସଦାପ୍ରଭୁଙ୍କର ଲୋକ ଓ ତାହାଙ୍କ ଦେଶରୁ ବାହାରି ଯାଇଅଛନ୍ତି।


ଏସବୁ ମଧ୍ୟ ଜ୍ଞାନୀମାନଙ୍କ କଥା। ବିଚାରରେ ମନୁଷ୍ୟର ମୁଖାପେକ୍ଷା କରିବା ଭଲ ନୁହେଁ।


ମଧ୍ୟ ପ୍ରାଣ ବିଦ୍ୟାହୀନ ହେବାର ଭଲ ନୁହେଁ; ପୁଣି, ଯେ ବେଗ କରି ପାଦ ପକାଏ, ସେ ପାପ କରେ।


ଦୁଷ୍ଟର ମୁଖାପେକ୍ଷା କରିବାର ଅବା ବିଚାରରେ ଧାର୍ମିକ ପ୍ରତି ଅନ୍ୟାୟ କରିବାର ଭଲ ନୁହେଁ।


ଧାର୍ମିକକୁ ଶାସ୍ତି ଦେବାର ଅବା କୁଳୀନ ଲୋକଙ୍କୁ ସେମାନଙ୍କ ସରଳତା ସକାଶୁ ପ୍ରହାର କରିବାର ଉଚିତ ନୁହେଁ।


ଅତ୍ୟାଚାରୀ ଆପଣା ପ୍ରତିବାସୀକୁ ଭୁଲାଏ, ପୁଣି, ତାହାକୁ କୁପଥରେ କଢ଼ାଇ ନିଏ।


ମାତ୍ର ମୋହର ପୂର୍ବବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା, ଆଉ ସେମାନେ ଚାଳିଶ ଶେକଲ ରୂପା ଛଡ଼ା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ; କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ ଅତ୍ୟାଚାର କଲେ; ମାତ୍ର ପରମେଶ୍ୱରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ।


ହେ ଆମ୍ଭମାନଙ୍କ ପରମେଶ୍ୱର, ଶ୍ରବଣ କର; କାରଣ ଆମ୍ଭେମାନେ ତୁଚ୍ଛୀକୃତ ହେଉଅଛୁ; ସେମାନଙ୍କ ପରିହାସ ସେମାନଙ୍କ ନିଜ ମସ୍ତକରେ ବର୍ତ୍ତାଅ ଓ ସେମାନଙ୍କୁ ବିଦେଶରେ ବନ୍ଦୀ କରି ଲୁଟିତ ହେବାକୁ ସମର୍ପଣ କର;


ନାହିଁ, ନାହିଁ, ମୋହର ପୁତ୍ରମାନେ, ମୁଁ ଯେଉଁ ଜନରବ ଶୁଣୁଅଛି, ତାହା ଭଲ ନୁହେଁ; ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଂଘନ କରାଉଅଛ।


ପୁଣି, ତୃତୀୟ ଦିନରେ ଯୋଷେଫ ସେମାନଙ୍କୁ କହିଲେ, “ପରମେଶ୍ୱରଙ୍କ ପ୍ରତି ଆମ୍ଭର ଭୟ ଅଛି; ଏଣୁ ଏହି କର୍ମ କର, ତହିଁରେ ବଞ୍ଚିବ।


ସେତେବେଳେ ଅବ୍ରହାମ କହିଲେ, “ଏ ଦେଶରେ ପରମେଶ୍ୱରଙ୍କ ପ୍ରତି କିଛି ଭୟ ନାହିଁ; ଏ ନିମନ୍ତେ ମୁଁ ଭାବିଲି, ଏମାନେ ଅବା ମୋହର ଭାର୍ଯ୍ୟା ଲୋଭରେ ମୋତେ ବଧ କରିବେ।


ମଧ୍ୟ ମୁଁ, ମୋ’ ଭାଇମାନେ ଓ ମୋହର ଦାସମାନେ ସୁଧରେ ସେମାନଙ୍କୁ ମୁଦ୍ରା ଓ ଶସ୍ୟ ଋଣ ଦେଉଅଛୁ। ମାତ୍ର ଆମ୍ଭେମାନେ ଏହି ଋଣ ଉପରେ ସୁଧ ନେବା ବନ୍ଦ କରିବା ଉଚିତ୍।


ତୁମ୍ଭ କ୍ରୋଧର ପ୍ରବଳତା ଓ ତୁମ୍ଭ ପ୍ରତି ଉପଯୁକ୍ତ ଭୟ ପ୍ରମାଣେ ତୁମ୍ଭର କୋପ କିଏ ବୁଝେ ?


Swiv nou:

Piblisite


Piblisite