Biblia Todo Logo
Bib sou entènèt

- Piblisite -




ନିହିମୀୟା 4:7 - ଓଡିଆ ବାଇବେଲ

7 ମାତ୍ର ଯିରୂଶାଲମ ପ୍ରାଚୀରର ମରାମତି କାର୍ଯ୍ୟ ଅଗ୍ରସର ହେଉଅଛି ଓ ଭଗ୍ନସ୍ଥାନସବୁ ବନ୍ଦ ହେବାକୁ ଲାଗୁଅଛି, ଏହା ଶୁଣି ସନ୍‍ବଲ୍ଲଟ୍‍ ଓ ଟୋବୀୟ, ପୁଣି ଆରବୀୟମାନେ ଓ ଅମ୍ମୋନୀୟମାନେ ଓ ଅସ୍‍ଦୋଦୀୟମାନେ ଅତିଶୟ କ୍ରୁଦ୍ଧ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ମାତ୍ର ଯିରୂଶାଲମ ପ୍ରାଚୀରର ଜୀର୍ଣ୍ଣସଂସ୍କାର କାର୍ଯ୍ୟ ଅଗ୍ରସର ହେଉଅଛି ଓ ଭଗ୍ନସ୍ଥାନସବୁ ବନ୍ଦ ହେବାକୁ ଲାଗୁଅଛି, ଏହା ଶୁଣି ସନ୍ବଲ୍ଲଟ୍ ଓ ଟୋବୀୟ, ପୁଣି ଆରବୀୟମାନେ ଓ ଅମ୍ମୋନୀୟମାନେ ଓ ଅସ୍ଦୋଦୀୟମାନେ ଅତିଶୟ କୋପାନ୍ଵିତ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ମାତ୍ର ଯିରୂଶାଲମ ପ୍ରାଚୀରର ମରାମତି କାର୍ଯ୍ୟ ଅଗ୍ରସର ହେଉଅଛି ଓ ଭଗ୍ନସ୍ଥାନସବୁ ବନ୍ଦ ହେବାକୁ ଲାଗୁଅଛି, ଏହା ଶୁଣି ସନ୍‍ବଲ୍ଲଟ୍‍ ଓ ଟୋବୀୟ, ପୁଣି ଆରବୀୟମାନେ ଓ ଅମ୍ମୋନୀୟମାନେ ଓ ଅସ୍ଦୋଦୀୟମାନେ ଅତିଶୟ କ୍ରୁଦ୍ଧ ହେଲେ।

Gade chapit la Kopi

ପବିତ୍ର ବାଇବଲ

7 ମାତ୍ର ଯିରୁଶାଲମର ପ୍ରାଚୀରର ମରାମତି କାର୍ଯ୍ୟ ଅଗ୍ରସର ହେଉଅଛି ଓ ଗର୍ତ୍ତଗୁଡ଼ିକ ଭର୍ତ୍ତି ହେବା ପାଇଁ ଯାଉଅଛି, ଏହା ଶୁଣି ସ‌ନ୍‌ବଲ୍ଲଟ୍ ଓ ଟୋବିୟ, ପୁଣି ଆରବୀୟମାନେ ଓ ଅମ୍ମୋନୀୟମାନେ ଓ ଅ‌‌‌‌ସ୍‌‌‌‌ଦୋଦୀୟମାନେ ଅତିଶୟ ରାଗି ଗଲେ।

Gade chapit la Kopi




ନିହିମୀୟା 4:7
29 Referans Kwoze  

ମାତ୍ର ଆମ୍ଭେମାନେ ପ୍ରାଚୀର ଗଢ଼ୁଅଛୁ ବୋଲି ଶୁଣି ସନ୍‍ବଲ୍ଲଟ୍‍ କୁପିତ ଓ ଅତିଶୟ ବିରକ୍ତ ହୋଇ ଯିହୁଦୀୟମାନଙ୍କୁ ପରିହାସ କଲା।


ମାତ୍ର ଇସ୍ରାଏଲ ସନ୍ତାନଗଣର ମଙ୍ଗଳ ଚେଷ୍ଟା କରିବା ପାଇଁ ଜଣେ ଲୋକ ଆସିଅଛି ବୋଲି ଶୁଣି ହୋରୋଣୀୟ ସନ୍‍ବଲ୍ଲଟ୍‍ ଓ ଅମ୍ମୋନୀୟ ଦାସ ଟୋବୀୟ ଅତିଶୟ ଅସନ୍ତୁଷ୍ଟ ହେଲେ।


ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା;


ଏହି କଥା ଶୁଣି ସେମାନେ ଅତିଶୟ ରାଗିଗଲେ ଓ ସେମାନଙ୍କୁ ବଧ କରିବା ନିମନ୍ତେ ସ୍ଥିର କଲେ ।


ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଅମ୍ମୋନ ସନ୍ତାନଗଣର ତିନି, ହଁ, ଚାରି ଅପରାଧ ସକାଶୁ ସେମାନଙ୍କର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ଆପଣାମାନଙ୍କର ସୀମା ବୃଦ୍ଧି କରିବା ନିମନ୍ତେ ଗିଲୀୟଦର ଗର୍ଭିଣୀ ସ୍ତ୍ରୀମାନଙ୍କର ଉଦର ଚିରି ପକାଇଅଛନ୍ତି।


ପୁଣି, ମିଶ୍ରିତ ଲୋକ ସମସ୍ତଙ୍କୁ ଓ ଊଷ୍‍ ଦେଶସ୍ଥ ସମସ୍ତ ରାଜାଙ୍କୁ ଓ ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଆଉ ଅସ୍କିଲୋନ, ଘସା, ଇକ୍ରୋଣ ଓ ଅସ୍‍ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି;


ଆଉ, ଆମ୍ଭେ ଅସ୍‍ଦୋଦରୁ ନିବାସକାରୀକୁ ଓ ଅସ୍କିଲୋନରୁ ରାଜଦଣ୍ଡଧାରୀକୁ ଉଚ୍ଛିନ୍ନ କରିବା; ଆମ୍ଭେ ଇକ୍ରୋଣ ସହରର ବିପକ୍ଷରେ ଆପଣା ହସ୍ତ ଫେରାଇବା ଓ ପଲେଷ୍ଟୀୟମାନଙ୍କର ଅବଶିଷ୍ଟାଂଶ ବିନଷ୍ଟ ହେବେ।” ଏହା ପ୍ରଭୁ ସଦାପ୍ରଭୁ କହନ୍ତି।


ମାତ୍ର ହୋରୋଣୀୟ ସନ୍‍ବଲ୍ଲଟ୍‍ ଓ ଅମ୍ମୋନୀୟ ଦାସ ଟୋବୀୟ ଓ ଆରବୀୟ ଗେଶମ୍‍ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ ଓ ତୁଚ୍ଛ କରି କହିଲେ, “ତୁମ୍ଭେମାନେ ଏ କି କାର୍ଯ୍ୟ କରୁଅଛ ? ତୁମ୍ଭେମାନେ କି ରାଜଦ୍ରୋହ କରିବ ?”


ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ‘ଆମ୍ଭେମାନେ ଯିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ଗୃହକୁ ଯାଇଥିଲୁ, ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସା ଯାଉଅଛି, ଆଉ ଏହି କାର୍ଯ୍ୟ ଯତ୍ନରେ ହେଉଅଛି ଓ ସେମାନଙ୍କ ହସ୍ତରେ ସଫଳ ହେଉଅଛି।’


ଏଥିଉତ୍ତାରେ ମୋୟାବ-ସନ୍ତାନଗଣ ଓ ଅମ୍ମୋନ ସନ୍ତାନଗଣ ଓ ସେମାନଙ୍କ ସଙ୍ଗେ ଅମ୍ମୋନୀୟ କେତେକ ଲୋକ ଯିହୋଶାଫଟ୍‍ଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ।


ଏଥିଉତ୍ତାରେ ସଦାପ୍ରଭୁ ତାଙ୍କ ବିରୁଦ୍ଧରେ କଲ୍‍ଦୀୟ ସୈନ୍ୟଦଳ ଓ ଅରାମୀୟ ସୈନ୍ୟଦଳ ଓ ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଯାହା କହିଥିଲେ, ଆପଣାର ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତହିଁ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ।


ତହୁଁ ଅମ୍ମୋନୀୟ ନାହଶ୍‍ ସେମାନଙ୍କୁ ଉତ୍ତର କଲା, ତୁମ୍ଭ ସମସ୍ତଙ୍କର ଦକ୍ଷିଣ ଚକ୍ଷୁ ଉପୁଡ଼ାଗଲେ ମୁଁ ତୁମ୍ଭମାନଙ୍କ ସହିତ ନିୟମ ସ୍ଥିର କରିବି; ଆଉ ମୁଁ ତଦ୍ଦ୍ୱାରା ସମସ୍ତ ଇସ୍ରାଏଲ ଉପରେ ଅପମାନ ଥୋଇବି।


ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି, ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଶତ୍ରୁତା ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ।”


ତୁମ୍ଭେମାନେ ଅସ୍‍ଦୋଦସ୍ଥ ସକଳ ଅଟ୍ଟାଳିକାରେ ଓ ମିସର ଦେଶସ୍ଥ ସକଳ ଅଟ୍ଟାଳିକାରେ ଘୋଷଣା କରି କୁହ, “ତୁମ୍ଭେମାନେ ଶମରୀୟାର ପର୍ବତଗଣ ଉପରେ ଏକତ୍ର ହୁଅ, ଆଉ ତହିଁ ମଧ୍ୟରେ କି ମହା କୋଳାହଳ ଓ କି ଉପଦ୍ରବମାନ ହେଉଅଛି, ଏହା ଦେଖ।”


ଏହିରୂପେ ଆମ୍ଭେମାନେ ପ୍ରାଚୀର ଗଢ଼ିଲୁ ଓ ତହିଁର ଉଚ୍ଚତାର ଅର୍ଦ୍ଧ ପର୍ଯ୍ୟନ୍ତ ସମୁଦାୟ ପ୍ରାଚୀର ଏକତ୍ର ସଂଯୁକ୍ତ କରାଗଲା; ଯେଣୁ କର୍ମ କରିବାକୁ ଲୋକମାନଙ୍କର ମନ ଥିଲା।


ପୁଣି, ସେସମସ୍ତେ ଯିରୂଶାଲମକୁ ଯାଇ ତହିଁ ବିରୁଦ୍ଧରେ ଯୁଦ୍ଧ କରିବାକୁ ଓ ତହିଁ ମଧ୍ୟରେ ଗଣ୍ଡଗୋଳ କରିବାକୁ ଏକତ୍ର ଚକ୍ରାନ୍ତ କଲେ।


ପୁଣି, ଆମ୍ଭମାନଙ୍କର ଶତ୍ରୁ ସମସ୍ତେ ଏହା ଶୁଣନ୍ତେ, ଏପରି ହେଲା ଯେ, ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ସମସ୍ତେ ଭୀତ ହେଲେ ଓ ଆପଣାମାନଙ୍କ ଦୃଷ୍ଟିରେ ନିତାନ୍ତ ଲଜ୍ଜିତ ହେଲେ, କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡ଼ୁ ହେଲା, ଏହା ସେମାନେ ବୁଝିଲେ।


ଏଥିଉତ୍ତାରେ ଇଶ୍ମାୟେଲ, ମିସ୍ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ, ଅର୍ଥାତ୍‍, ସମସ୍ତ ରାଜକନ୍ୟାଗଣକୁ ଓ ମିସ୍ପାରେ ଅବଶିଷ୍ଟ ଥିବା ଯେସମସ୍ତ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ଅହୀକାମ୍‍‍ର ପୁତ୍ର ଗଦଲୀୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀ କରି ନେଇ ଗଲା; ନଥନୀୟର ପୁତ୍ର ଇଶ୍ମାୟେଲ ସେମାନଙ୍କୁ ବନ୍ଦୀ କରି ଅମ୍ମୋନ ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।


Swiv nou:

Piblisite


Piblisite