Biblia Todo Logo
Bib sou entènèt

- Piblisite -




ନିହିମୀୟା 2:8 - ଓଡିଆ ବାଇବେଲ

8 ଆଉ, ମନ୍ଦିର-ସମ୍ପର୍କୀୟ ଦୁର୍ଗଦ୍ୱାର ଓ ନଗର-ପ୍ରାଚୀର ଓ ମୋହର ପ୍ରବେଶ ଗୃହ ନିମନ୍ତେ କଡ଼ି କରିବା ପାଇଁ ମୋତେ କାଷ୍ଠ ଦେବାକୁ ମହାରାଜଙ୍କ ବନରକ୍ଷକ ଆସଫ ନିକଟକୁ ଏକ ପତ୍ର ଦିଆଯାଉ।” ତହିଁରେ ମୋ’ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ରାଜା ତାହା ମୋତେ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆଉ, ମନ୍ଦିର-ସମ୍ପର୍କୀୟ ଦୁର୍ଗଦ୍ଵାର ଓ ନଗର-ପ୍ରାଚୀର ଓ ମୋହର ପ୍ରବେଶଗୃହ ନିମନ୍ତେ କଡ଼ି କରିବା ପାଇଁ ମୋତେ କାଷ୍ଠ ଦେବାକୁ ମହାରାଜଙ୍କ ବନରକ୍ଷକ ଆସଫ ନିକଟକୁ ଏକ ପତ୍ର ଦିଆଯାଉ। ତହିଁରେ ମୋʼ ପ୍ରତି ମୋର ପରମେଶ୍ଵରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ରାଜା ତାହା ମୋତେ ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ, ମନ୍ଦିର-ସମ୍ପର୍କୀୟ ଦୁର୍ଗଦ୍ୱାର ଓ ନଗର-ପ୍ରାଚୀର ଓ ମୋହର ପ୍ରବେଶ ଗୃହ ନିମନ୍ତେ କଡ଼ି କରିବା ପାଇଁ ମୋତେ କାଷ୍ଠ ଦେବାକୁ ମହାରାଜଙ୍କ ବନରକ୍ଷକ ଆସଫ ନିକଟକୁ ଏକ ପତ୍ର ଦିଆଯାଉ।” ତହିଁରେ ମୋʼ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ରାଜା ତାହା ମୋତେ ଦେଲେ।

Gade chapit la Kopi

ପବିତ୍ର ବାଇବଲ

8 ରାଜା ଆସଫଙ୍କ ନିମନ୍ତେ ମୋତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି।” ସେ ଆସଫଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କବାଟ ପାଇଁ ମୋତେ ଖଣ୍ଡେ କାଠ ଦେବା ଲାଗି କହିଲେ।” ରାଜା ଏପରି କରିଥିଲେ କାରଣ ପରମେଶ୍ୱର ମୋ’ ପାଇଁ ମଙ୍ଗଳମୟ ଥିଲେ।

Gade chapit la Kopi




ନିହିମୀୟା 2:8
18 Referans Kwoze  

ଏହି ଏଜ୍ରା ବାବିଲରୁ ପ୍ରସ୍ଥାନ କଲେ; ସେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶାଙ୍କ ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲେ; ପୁଣି, ତାଙ୍କ ପ୍ରତି ତାଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ରାଜା ତାହାର ସମସ୍ତ ପ୍ରାର୍ଥିତ ବିଷୟ ତାହାଙ୍କୁ ପ୍ରଦାନ କଲେ।


ପୁଣି, ତୁମ୍ଭେମାନେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦୟ ପ୍ରଫୁଲ୍ଲ ହେବ, ଆଉ ତୁମ୍ଭମାନଙ୍କର ଅସ୍ଥି ନବୀନ ତୃଣ ତୁଲ୍ୟ ସତେଜ ହେବ; ପୁଣି, ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ପକ୍ଷରେ ପ୍ରକାଶିତ ହେବ ଓ ସେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ କୋପାନ୍ୱିତ ହେବେ।


ତହୁଁ ମୁଁ ଆପଣା ଭ୍ରାତା ହନାନିକୁ ଓ ଦୁର୍ଗର ଶାସନକର୍ତ୍ତା ହନାନୀୟକୁ ଯିରୂଶାଲମ ଉପରେ ନିଯୁକ୍ତ କଲି; କାରଣ ହନାନୀୟ ବିଶ୍ୱସ୍ତ ଲୋକ ଥିଲା ଓ ସେ ଅନେକଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କରୁଥିଲା।


ସେତେବେଳେ ପରମେଶ୍ୱର ସେହି ନପୁଂସକାଧିପତିର ଦୃଷ୍ଟିରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ।


ମାତ୍ର ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ସେମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟି ଥିବାରୁ ଦାରୀୟାବସ ନିକଟରେ ଏହି କଥା ଉପସ୍ଥିତ ନ ହେବା ଓ ପତ୍ର ଦ୍ୱାରା ସେହି ବିଷୟର ଉତ୍ତର ପୁନର୍ବାର ନ ଆସିବା ପର୍ଯ୍ୟନ୍ତ ଶତ୍ରୁମାନେ ସେମାନଙ୍କୁ ନିବୃତ୍ତ କଲେ ନାହିଁ।


ସେ କହିଲେ, “ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ ନାମରେ ବିଖ୍ୟାତ ହେବ; କାରଣ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ।”


କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ, ସେ ତୁମ୍ଭମାନଙ୍କ ନିମନ୍ତେ ତୀତସଙ୍କ ହୃଦୟରେ ସମାନ ଉଦ୍‍ଯୋଗ ଜନ୍ମାଇଅଛନ୍ତି;


ଅତଏବ, ଈଶ୍ୱରଙ୍କଠାରୁ ସାହାଯ୍ୟ ପ୍ରାପ୍ତ ହୋଇ ମୁଁ ଆଜି ପର୍ଯ୍ୟନ୍ତ କ୍ଷୁଦ୍ର ଓ ମହାନ ସମସ୍ତଙ୍କ ନିକଟରେ ସାକ୍ଷ୍ୟ ଦେଇ ଆସୁଅଛି, ପୁଣି, ଭାବବାଦୀମାନେ ଓ ମୋଶା ଯାହା ଯାହା ଘଟିବ ବୋଲି କହିଅଛନ୍ତି, ସେହି ସବୁ ଛଡ଼ା ଆଉ କିଛି କହୁ ନାହିଁ,


ପୁଣି, ତାଙ୍କ ସମସ୍ତ କ୍ଲେଶରୁ ତାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ଦେଲେ; ସେଥିରେ ଫାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ୱରୂପେ ନିଯୁକ୍ତ କଲେ ।


ରାଜାର ଅନ୍ତଃକରଣ ସଦାପ୍ରଭୁଙ୍କ ହସ୍ତରେ ଜଳପ୍ରଣାଳୀ ତୁଲ୍ୟ ଥାଏ; ସେ ଯେଉଁ ଆଡ଼େ ଇଚ୍ଛା, ସେ ଆଡ଼େ ତାହା ଫେରାନ୍ତି।


କାରଣ, ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୂଶାଲମରେ ଉପସ୍ଥିତ ହେଲେ।


ପୁଣି, ସାତ ଦିନ ଆନନ୍ଦରେ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ; କାରଣ ସଦାପ୍ରଭୁ ସେମାନଙ୍କୁ ଆନନ୍ଦିତ କରିଥିଲେ ଓ ଇସ୍ରାଏଲର ପରମେଶ୍ୱର, ପରମେଶ୍ୱରଙ୍କ ଗୃହକାର୍ଯ୍ୟରେ ସେମାନଙ୍କ ହସ୍ତ ସବଳ କରିବା ନିମନ୍ତେ ସେମାନଙ୍କ ପ୍ରତି ଅଶୂରୀୟ ରାଜାର ଅନ୍ତଃକରଣ ଫେରାଇଥିଲେ।


ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି, ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି;


ମୁଁ ବୃକ୍ଷର ଚାରା ଉତ୍ପାଦକ ବନରେ ଜଳ ସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି;


ଆହୁରି, ପରମେଶ୍ୱରଙ୍କର ଏହି ଗୃହ ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ଆଜ୍ଞା କରୁଅଛୁ; ସେମାନଙ୍କର ବାଧା ଯେପରି ନ ଜନ୍ମେ, ଏଥିପାଇଁ ସେହି ଲୋକମାନଙ୍କୁ ରାଜ ସମ୍ପତ୍ତିରୁ, ଅର୍ଥାତ୍‍, ନଦୀ ସେପାରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ୟୟ ଦିଆଯାଉ।


Swiv nou:

Piblisite


Piblisite