Biblia Todo Logo
Bib sou entènèt

- Piblisite -




ମୀଖା 4:13 - ଓଡିଆ ବାଇବେଲ

13 ହେ ସିୟୋନ କନ୍ୟେ, ଉଠ, ଶସ୍ୟ ମର୍ଦ୍ଦନ କର; କାରଣ ଆମ୍ଭେ ତୁମ୍ଭର ଶୃଙ୍ଗ ଲୌହମୟ ଓ ତୁମ୍ଭର ଖୁରା ପିତ୍ତଳମୟ କରିବା; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବ; ପୁଣି, ତୁମ୍ଭେ ସେମାନଙ୍କର ଲୁଟିତ ଦ୍ରବ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ସେମାନଙ୍କର ସମ୍ପତ୍ତି ସମୁଦାୟ ଭୂମଣ୍ଡଳର ଅଧିପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ହେ ସିୟୋନ କନ୍ୟେ, ଉଠ, ଶସ୍ୟ ମର୍ଦ୍ଦନ କର; କାରଣ ଆମ୍ଭେ ତୁମ୍ଭର ଶୃଙ୍ଗ ଲୌହମୟ ଓ ତୁମ୍ଭର ଖୁରା ପିତ୍ତଳମୟ କରିବା; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବ; ପୁଣି, ତୁମ୍ଭେ ସେମାନଙ୍କର ଲୁଟିତ ଦ୍ରବ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ସେମାନଙ୍କର ସମ୍ପତ୍ତି ସମୁଦାୟ ଭୂମଣ୍ତଳର ଅଧିପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ହେ ସିୟୋନ କନ୍ୟେ, ଉଠ, ଶସ୍ୟମର୍ଦ୍ଦନ କର; କାରଣ ଆମ୍ଭେ ତୁମ୍ଭର ଶୃଙ୍ଗ ଲୌହମୟ ଓ ତୁମ୍ଭର ଖୁରା ପିତ୍ତଳମୟ କରିବା; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବ; ପୁଣି, ତୁମ୍ଭେ ସେମାନଙ୍କର ଲୁଟିତ ଦ୍ରବ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ସେମାନଙ୍କର ସମ୍ପତ୍ତି ସମୁଦାୟ ଭୂମଣ୍ଡଳର ଅଧିପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

Gade chapit la Kopi

ପବିତ୍ର ବାଇବଲ

13 “ସିୟୋନର କନ୍ୟା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ। କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗକୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍ଭେ ତାହାର ସାହାଯ୍ୟରେ ଅନେକ ଗୋଷ୍ଠୀକୁ ଚୂର୍ଣ୍ଣ କରିବ। ସେମାନଙ୍କର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ ସେମାନଙ୍କର ଧନଭଣ୍ତାର ସମୁଦାୟ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।”

Gade chapit la Kopi




ମୀଖା 4:13
28 Referans Kwoze  

ପୁଣି, ସେହି ରାଜାଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ା ଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ।


ଆଉ, ତାହାର ବାଣିଜ୍ୟ ଓ ଭଡ଼ା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ଭଣ୍ଡାରରେ ରଖାଯିବ ନାହିଁ କି ସଞ୍ଚୟ କରାଯିବ ନାହିଁ; କାରଣ ଯେଉଁମାନେ ସଦାପ୍ରଭୁଙ୍କ ସମ୍ମୁଖରେ ବାସ କରନ୍ତି, ସେମାନଙ୍କର ଯଥେଷ୍ଟ ଭକ୍ଷ୍ୟ ଓ ଚିରସ୍ଥାୟୀ ବସ୍ତ୍ର ନିମନ୍ତେ ତାହାର ବାଣିଜ୍ୟ ହେବ।


ସେହି ସମୟରେ ଦୀର୍ଘକାୟ ଓ ଚିକ୍‍କଣ ଓ ଅଦ୍ୟାବଧି ଭୟଙ୍କର ଏକ ଗୋଷ୍ଠୀୟ ଲୋକେ; ଯେଉଁମାନେ ପରିମାଣ କରନ୍ତି ଓ ପଦ ତଳେ ଦଳିତ କରନ୍ତି, ଯେଉଁମାନଙ୍କର ଦେଶ ନଦନଦୀରେ ବିଭକ୍ତ, ଏପରି ଏକ ଜନବୃନ୍ଦ ସୈନ୍ୟାଧିପତି ସଦାପ୍ରଭୁଙ୍କର ଉପହାର ରୂପେ ସୈନ୍ୟାଧିପତି ସଦାପ୍ରଭୁଙ୍କର ନାମବିଶିଷ୍ଟ ସ୍ଥାନ ସିୟୋନ ପର୍ବତକୁ ଅଣାଯିବେ।


ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥି ନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ ।


ତହିଁରେ ସେ ଦୂତ ମୋତେ ଉତ୍ତର କରି କହିଲେ, “ଏମାନେ ସ୍ୱର୍ଗର ଚାରି ବାୟୁ, ଏମାନେ ସମୁଦାୟ ପୃଥିବୀର ପ୍ରଭୁଙ୍କ ଛାମୁରେ ଉଭା ଥାଇ ସେଠାରୁ ନିର୍ଗତ ହେଉଅଛନ୍ତି।


ତେବେ ସେ କହିଲେ, “ଏମାନେ ସମୁଦାୟ ଭୂମଣ୍ଡଳର ପ୍ରଭୁଙ୍କ ଛାମୁରେ ଠିଆ ହେବାର ଦୁଇ ତୈଳ ପୁତ୍ର ଅଟନ୍ତି।”


କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ବାବିଲର କନ୍ୟା ଶସ୍ୟମର୍ଦ୍ଦନ ସମୟର ଖଳା ସ୍ୱରୂପ; ଆଉ, ଅଳ୍ପ କାଳ ମଧ୍ୟରେ ତାହା ପାଇଁ ଶସ୍ୟଚ୍ଛେଦନର ସମୟ ଉପସ୍ଥିତ ହେବ।


ଯିରୂଶାଲମସ୍ଥ ତୁମ୍ଭ ମନ୍ଦିର ସକାଶୁ ରାଜାଗଣ ତୁମ୍ଭ ନିକଟକୁ ଦର୍ଶନୀ ଆଣିବେ।


ମାତ୍ର ସମୁଦାୟ ରୂପା ଓ ସୁନା, ପୁଣି ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର; ତାହା ସବୁ ସଦାପ୍ରଭୁଙ୍କ ଭଣ୍ଡାରକୁ ଆସିବ।


ସେମାନଙ୍କର ତୀର ତୀକ୍ଷ୍ଣ ଓ ସେମାନଙ୍କର ଧନୁସବୁ ଗୁଣଦିଆ; ସେମାନଙ୍କ ଅଶ୍ୱଗଣର ଖୁରା ଚକ୍‍ମକି ପଥର ପରି ଓ ସେମାନଙ୍କ ରଥର ଚକ୍ର ଘୂର୍ଣ୍ଣିବାୟୁ ପରି;


ତର୍ଶୀଶର ଓ ଦ୍ୱୀପସମୂହର ରାଜାଗଣ ଦର୍ଶନୀ ଆଣିବେ; ଶିବାର ଓ ସବାର ରାଜାଗଣ ଭେଟୀ ଦାନ କରିବେ।


ତୁମ୍ଭର ଅର୍ଗଳ ଲୌହ ଓ ପିତ୍ତଳମୟ ହେବ; ପୁଣି, ଯେପରି ତୁମ୍ଭର ଦିନ, ସେପରି ତୁମ୍ଭର ବଳ ହେବ।”


ହେ ମୋହର ମର୍ଦ୍ଦିତ ଓ ମୋ’ ଖମାରର ଶସ୍ୟ, ମୁଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଯାହା ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଇଲି।


ତୁମ୍ଭେ ଆମ୍ଭର ଗଦା ଓ ଯୁଦ୍ଧର ଅସ୍ତ୍ର ସ୍ୱରୂପ; ପୁଣି, ଆମ୍ଭେ ତୁମ୍ଭ ଦ୍ୱାରା ନାନା ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବା ଓ ତୁମ୍ଭ ଦ୍ୱାରା ନାନା ରାଜ୍ୟକୁ ସଂହାର କରିବା;


ଆଉ ଇଫ୍ରୟିମ ଶିକ୍ଷିତା ଗାଭୀ, ସେ ଶସ୍ୟ ମର୍ଦ୍ଦନ କରିବାକୁ ଭଲ ପାଏ; ମାତ୍ର ଆମ୍ଭେ ତାହାର ସୁନ୍ଦର ଗ୍ରୀବାରେ ହସ୍ତାର୍ପଣ କରିଅଛୁ; ଆମ୍ଭେ ଇଫ୍ରୟିମ ଉପରେ ଏକ ଆରୋହୀକୁ ବସାଇବା; ଯିହୁଦା ହଳ ବୁଲାଇବ, ଯାକୁବ ତାହାର ଟେଳା ଭାଙ୍ଗିବ।


ତୁମ୍ଭେ କୋପରେ ପୃଥିବୀ ମଧ୍ୟଦେଇ ଯାତ୍ରା କଲ। ତୁମ୍ଭେ କ୍ରୋଧରେ ଗୋଷ୍ଠୀଗଣକୁ (ଶସ୍ୟ ପରି) ମର୍ଦ୍ଦନ କଲ।


ପୃଥିବୀ ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର।


ଆଉ, ସଦାପ୍ରଭୁଙ୍କ ନିକଟରୁ ଆଗତ ଯେଉଁ ଶିଶିର ଓ ତୃଣ ଉପରେ ପତିତ ଯେଉଁ ବୃଷ୍ଟି ମନୁଷ୍ୟ ପାଇଁ ବିଳମ୍ବ ନ କରେ, କିଅବା ମନୁଷ୍ୟ-ସନ୍ତାନଗଣର ଅପେକ୍ଷା ନ କରେ, ତାହାର ତୂଲ୍ୟ ଯାକୁବର ଅବଶିଷ୍ଟାଂଶ ଅନେକ ଗୋଷ୍ଠୀ ମଧ୍ୟରେ ରହିବେ।


ପୁଣି, ସେହି ଦିନ ଆମ୍ଭେ ଯିରୂଶାଲମକୁ ସମସ୍ତ ଗୋଷ୍ଠୀ ପ୍ରତି ଭାର ସ୍ୱରୂପ ପ୍ରସ୍ତର କରିବା; ଯେଉଁମାନେ ସେହି ପ୍ରସ୍ତର ଉଠାଇବା ପାଇଁ ଚେଷ୍ଟା କରନ୍ତି, ସେହି ସମସ୍ତେ ଅତ୍ୟନ୍ତ କ୍ଷତବିକ୍ଷତ ହେବେ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତାହା ବିରୁଦ୍ଧରେ ଏକତ୍ରିତ ହେବେ।


ସେହି ଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ୱରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ୱରୂପ କରିବା ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାର୍ଶ୍ଵସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେ; ଆଉ, ଯିରୂଶାଲମ ପୁନର୍ବାର ସ୍ୱସ୍ଥାନରେ, ଅର୍ଥାତ୍‍, ଯିରୂଶାଲମରେ ବାସ କରିବ।


Swiv nou:

Piblisite


Piblisite