ମଲାଖୀ 1:6 - ଓଡିଆ ବାଇବେଲ6 ପୁତ୍ର ଆପଣା ପିତାକୁ ଓ ଦାସ ଆପଣା ମୁନିବକୁ ସମାଦର କରେ; ମାତ୍ର ଆମ୍ଭେ ଯଦି ପିତା ଅଟୁ, ତେବେ ଆମ୍ଭର ସମାଦର କାହିଁ ? ଓ ଆମ୍ଭେ ଯଦି ମୁନିବ ଅଟୁ, ତେବେ ଆମ୍ଭ ପ୍ରତି ଭୟ କାହିଁ ? ହେ ଆମ୍ଭ ନାମର ଅବଜ୍ଞାକାରୀ ଯାଜକଗଣ, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭମାନଙ୍କୁ ଏହା କହନ୍ତି। ପୁଣି, ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କାହିଁରେ ତୁମ୍ଭ ନାମ ଅବଜ୍ଞା କରିଅଛୁ।” Gade chapit laପବିତ୍ର ବାଇବଲ (Re-edited) - (BSI)6 ପୁତ୍ର ଆପଣା ପିତାକୁ ଓ ଦାସ ଆପଣା ମୁନିବକୁ ସମାଦର କରେ; ମାତ୍ର ଆମ୍ଭେ ଯେବେ ପିତା ଅଟୁ, ତେବେ ଆମ୍ଭର ସମାଦର କାହିଁ? ଓ ଆମ୍ଭେ ଯେବେ ମୁନିବ ଅଟୁ, ତେବେ ଆମ୍ଭ ପ୍ରତି ଭୟ କାହିଁ? ହେ ଆମ୍ଭ ନାମର ଅବଜ୍ଞାକାରୀ ଯାଜକଗଣ, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭମାନଙ୍କୁ ଏହା କହନ୍ତି। ପୁଣି, ତୁମ୍ଭେମାନେ କହୁଅଛ, ଆମ୍ଭେମାନେ କାହିଁରେ ତୁମ୍ଭ ନାମ ଅବଜ୍ଞା କରିଅଛୁ ? Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 “ପୁତ୍ର ଆପଣା ପିତାକୁ ଓ ଦାସ ଆପଣା ମୁନିବକୁ ସମାଦର କରେ; ମାତ୍ର ଆମ୍ଭେ ଯଦି ପିତା ଅଟୁ, ତେବେ ଆମ୍ଭର ସମାଦର କାହିଁ? ଓ ଆମ୍ଭେ ଯଦି ମୁନିବ ଅଟୁ, ତେବେ ଆମ୍ଭ ପ୍ରତି ଭୟ କାହିଁ? ହେ ଆମ୍ଭ ନାମର ଅବଜ୍ଞାକାରୀ ଯାଜକଗଣ, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭମାନଙ୍କୁ ଏହା କହନ୍ତି। ପୁଣି, ତୁମ୍ଭେମାନେ କହୁଅଛ, ‘ଆମ୍ଭେମାନେ କାହିଁରେ ତୁମ୍ଭ ନାମ ଅବଜ୍ଞା କରିଅଛୁ।’ Gade chapit laପବିତ୍ର ବାଇବଲ6 ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, “ପିଲାମାନେ ସେମାନଙ୍କର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସେମାନଙ୍କର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁ ନାହଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ୟ ମନୋଭାବ ଦେଖାଉଛ। “କିନ୍ତୁ ତୁମ୍ଭେମାନେ ପଗ୍ଭର, ‘ଆମ୍ଭେମାନେ କିପରି ତୁମ୍ଭର ନାମକୁ ତାଚ୍ଛଲ୍ୟ ମନୋଭାବ ଦେଖାଇଛୁ?’ Gade chapit la |
ତାହାର ଯାଜକମାନେ ଆମ୍ଭ ବ୍ୟବସ୍ଥା ପ୍ରତି ଦୌରାତ୍ମ୍ୟ କରିଅଛନ୍ତି ଓ ଆମ୍ଭର ପବିତ୍ର ବସ୍ତୁସବୁ ଅପବିତ୍ର କରିଅଛନ୍ତି; ସେମାନେ ପବିତ୍ର ଓ ସାମାନ୍ୟ ବିଷୟ ମଧ୍ୟରେ କିଛି ହିଁ ପ୍ରଭେଦ ରଖି ନାହାନ୍ତି, କିଅବା ଶୁଚି ଅଶୁଚି ମଧ୍ୟରେ ବିଶେଷ କରିବା ପାଇଁ ଲୋକମାନଙ୍କୁ ଶିଖାଇ ନାହାନ୍ତି, ପୁଣି, ଆମ୍ଭ ବିଶ୍ରାମ ଦିନ ପ୍ରତି ସେମାନଙ୍କ ଚକ୍ଷୁ ମୁଦ୍ରିତ କରିଅଛନ୍ତି, ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଅପବିତ୍ରୀକୃତ ହେଉଅଛୁ।
“ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା ଆଉ, ତାନ୍ତ୍ରିକ ଓ ବ୍ୟଭିଚାରୀ ଓ ମିଥ୍ୟା ଶପଥକାରୀମାନଙ୍କ ବିରୁଦ୍ଧରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ, ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।