Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 7:8 - ଓଡିଆ ବାଇବେଲ

8 କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ମଧ୍ୟ ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ମୁଁ ମଧ୍ୟ ଉପରିସ୍ଥ କର୍ମଚାରୀମାନଙ୍କ ଅଧୀନରେ କାମ କରେ ଓ ମୋର ଅଧୀନରେ ସୈନ୍ୟମାନେ ଅଛନ୍ତି। ମୁଁ ଜଣକୁ ଆଦେଶ ଦିଏ ‘ଯାଅ!’ ଓ ସେ ଯାଏ; ପୁଣି ଆଉ କାହାକୁ ଆଦେଶ ଦିଏ, ‘ଆସ!’ ସେ ଆସେ; ମୋର କ୍ରୀତଦାସକୁ ଆଦେଶ ଦିଏ, ‘ଏହା କର!’ ସେ ତାହା କରେ।’

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ମଧ୍ୟ ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ।

Gade chapit la Kopi

ପବିତ୍ର ବାଇବଲ

8 ମୁଁ ଆପଣଙ୍କର ଅଧିକାର ବିଷୟରେ ବୁଝି ପାରୁଛି। ମୁଁ ନିଜେ ଜଣେ ଅଧିକାରୀଙ୍କ ଅଧୀନରେ କାମ କରୁଛି ଏବଂ ମୋ’ ଅଧୀନରେ ମଧ୍ୟ କେତେକ ସୈନ୍ୟ ରହିଛନ୍ତି। ମୁଁ ଯଦି ଜଣେ ସୈନ୍ୟକୁ କହେ, ‘ଯାଅ’ ତେବେ ସେ ଗ୍ଭଲିଯାଏ। ମୁଁ ଯଦି ଆଉ ଜଣକୁ କହେ ଆସ ତେବେ ସେ ଗ୍ଭଲିଆସେ। ମୁଁ ଯଦି ମୋ’ ଗ୍ଭକରକୁ କୁହେ, ‘ଏହା କର’, ତେବେ ସେ ତାହା କରେ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 7:8
12 Referans Kwoze  

ହେ ଦାସମାନେ, ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ଦୃଷ୍ଟି ଆଗରେ କର୍ମ ନ କରି ବରଂ ପ୍ରଭୁଙ୍କୁ ଭୟ କରି ହୃଦୟର ସରଳତାରେ ସବୁ ବିଷୟରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ ।


ସେଥିରେ ପାଉଲ ଜଣେ ଶତ ସେନାପତିଙ୍କୁ ଡାକି କହିଲେ, ଏହି ଯୁବାଙ୍କୁ ସହସ୍ର ସେନାପତିଙ୍କ ନିକଟକୁ ନେଇ ଯାଆନ୍ତୁ, କାରଣ ତାହାଙ୍କୁ ଜଣାଇବା ନିମନ୍ତେ ଏହାର କିଛି କଥା ଅଛି ।


ମୋର ପ୍ରଭୁଙ୍କ ଛାମୁକୁ ତା'ର ବିଷୟରେ ଲେଖିବା ନିମନ୍ତେ ମୋର କୌଣସି ନିଶ୍ଚିତ ବିଷୟ ନାହିଁ । ଏଣୁ ବିଚାର କରି ଯେପରି ମୁଁ ଲେଖିବା ନିମନ୍ତେ କିଛି ପାଇ ପାରେ, ସେଥିପାଇଁ ତାଙ୍କୁ ଆପଣମାନଙ୍କ, ବିଶେଷତଃ ହେ ରାଜନ ଆଗ୍ରିପ୍ପା ଆପଣଙ୍କ ସମ୍ମୁଖକୁ ଆଣିଅଛି;


ପୁଣି, ସେ ଶତସେନାପତିଙ୍କି ତାଙ୍କର କୌଣସି ଆତ୍ମୀୟ ସ୍ୱଜନଙ୍କୁ ତାହାଙ୍କର ସେବା କରିବା ପାଇଁ ବାରଣ ନ କରିବାକୁ, ପୁଣି, ତାଙ୍କୁ ବନ୍ଦୀରୂପେ ରକ୍ଷା କରି ତାଙ୍କ ପ୍ରତି କୋମଳ ବ୍ୟବହାର କରିବାକୁ ଆଦେଶ ଦେଲେ ।


ମହାମହିମ ଶାସନକର୍ତ୍ତା ଫେଲିକ୍ସ୍‍ଙ୍କୁ କ୍ଲାଉଦିୟ ଲୂସିୟାଙ୍କର ନମସ୍କାର ।


ପରେ ସେ ଦୁଇ ଜଣ ଶତ ସେନାପତିଙ୍କୁ ଡାକି କହିଲେ, କାଇସରିୟା ପର୍ଯ୍ୟନ୍ତ ଯିବା ନିମନ୍ତେ ରାତ୍ର ତିନି ଘଟିକା ସମୟରେ ଦୁଇ ଶହ ସୈନ୍ୟ, ସତୁରି ଜଣ ଅଶ୍ଵାରୋହୀ ଓ ଦୁଇ ଶହ ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର ।


ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ବିଚାର କଲି ନାହିଁ; କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ ।


ଯୀଶୁ ଏସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ ।


ସେଥିରେ ସୈନ୍ୟମାନେ ପ୍ରାପ୍ତ ଆଦେଶାନୁସାରେ ପାଉଲଙ୍କୁ ନେଇ ରାତ୍ରିକାଳରେ ତାହାଙ୍କୁ ଆନ୍ତିପାତ୍ରିକୁ ଆଣିଲେ ।


Swiv nou:

Piblisite


Piblisite