Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 7:39 - ଓଡିଆ ବାଇବେଲ

39 ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍, ସେ ଯେ ପାପିନୀ, ଏହା ଜାଣିଥାଆନ୍ତା ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କିପ୍ରକାର ସ୍ତ୍ରୀ, ଅର୍ଥାତ୍, ସେ ଯେ ପାପିଷ୍ଠା, ଏହା ଜାଣିଥାଆନ୍ତା।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

39 ଏହା ଦେଖି ସେହି ଫାରୁଶୀ ମନେ ମନେ ଭାବିଲେ, “ଯଦି ଏହି ଲୋକ ଜଣେ ଭାବବାଦୀ ହୋଇଥାନ୍ତେ, ତେବେ ତାଙ୍କୁ ଛୁଇଁଥିବା ଏ ସ୍ତ୍ରୀ ଲୋକଟି କିଏ, ସେ ଜାଣିଥାନ୍ତେ। ସେ କି ପ୍ରକାର ପାପପୂର୍ଣ୍ଣ ଜୀବନ କାଟୁଛି, ତାହା ସେ ଜାଣିପାରିଥାନ୍ତେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍‍, ସେ ଯେ ପାପିନୀ, ଏହା ଜାଣିଥାଆନ୍ତା।

Gade chapit la Kopi

ପବିତ୍ର ବାଇବଲ

39 ଯେଉଁ ଫାରୂଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, “ଯୀଶୁ ଯଦି ପ୍ରକୃତରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ହୋଇଥା’ନ୍ତେ, ତେବେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 7:39
25 Referans Kwoze  

ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ୱର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି ।


ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ !


କାରଣ ଭିତରୁ, ମନୁଷ୍ୟର ହୃଦୟରୁ, କୁଚିନ୍ତା ବାହାରେ


ସେମାନେ କହନ୍ତି, ସ୍ୱସ୍ଥାନରେ ଛିଡ଼ା ହୁଅ, ଆମ୍ଭ ନିକଟକୁ ଆସ ନାହିଁ, କାରଣ ଆମ୍ଭେ ତୁମ୍ଭ ଅପେକ୍ଷା ପବିତ୍ର; ଏମାନେ ଆମ୍ଭ ନାସିକାରେ ଧର୍ମ ସ୍ୱରୂପ, ସାରାଦିନ ପ୍ରଜ୍ୱଳିତ ଅଗ୍ନି ସ୍ୱରୂପ।


ସେଥିରେ ପୂର୍ବରେ ଅନ୍ଧ ଥିବା ଲୋକକୁ ସେମାନେ ଦ୍ୱିତୀୟ ଥର ଡାକି କହିଲେ, ଈଶ୍ୱରଙ୍କୁ ଗୌରବ ଦିଅ, ସେ ଲୋକଟା ଯେ ପାପୀ, ଏହା ଆମ୍ଭେମାନେ ଜାଣୁ ।


ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି ।


ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ, ଏହା ମୁଁ ଜାଣି ପାରୁଅଛି ।


ଆଉ ସେ କେତେ ସମୟ ପର୍ଯ୍ୟନ୍ତ ସହମତ ହେଉ ନ ଥିଲେ; କିନ୍ତୁ ପରେ ସେ ମନେ ମନେ କହିଲେ, ଯଦିବା ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ମାନେ ନାହିଁ,


ସେଥିରେ ସେହି ବେବର୍ତ୍ତା ମନେ ମନେ କହିଲା, କ'ଣ କରିବି ? ମୋହର ପ୍ରଭୁ ତ ମୋଠାରୁ ବେବର୍ତ୍ତାପଦ ଛଡ଼ାଇ ନେଉଅଛନ୍ତି । ମାଟି ହାଣିବାକୁ ମୋହର ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଅଛି ।


ଆଉ ଦେଖ, ସେହି ନଗରରେ ଜଣେ ପାପିନୀ ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି,


ଏଣୁ ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି, ଅବ୍ରାହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି ।


କାରଣ ସେ ଯେରୂପ ମନରେ ନିଜେ ଭାବେ, ସେ ସେରୂପ ଅଟେ; ସେ ଖାଅ ପିଅ ବୋଲି ତୁମ୍ଭକୁ କହେ ସତ୍ୟ, ମାତ୍ର ତୁମ୍ଭଠାରେ ତାହାର ମନ ନାହିଁ।


ମାତ୍ର ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କର ଦାସ ଗିହେଜୀ କହିଲା, “ଦେଖ, ମୋ’ ପ୍ରଭୁ ଏହି ଅରାମୀୟ ନାମାନ୍‍ ଆଣିଥିବା କୌଣସି ଦ୍ରବ୍ୟ ତାହା ହାତରୁ ଗ୍ରହଣ ନ କରି ତାହାକୁ ଛାଡ଼ି ଦେଇଅଛନ୍ତି; ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ତାହା ପଛେ ଦୌଡ଼ି ତାହାଠାରୁ କିଛି ନେବି।”


ସେଥିରେ ସେ ମନେ ମନେ ଚିନ୍ତା କରି କହିଲେ, କ'ଣ କରିବି ? କାରଣ ମୋହର ଫସଲ ସଂଗ୍ରହ କରି ରଖିବା ନିମନ୍ତେ ସ୍ଥାନ ନାହିଁ ।


ସେହିପରି ଶେଷରେ ଥିବା ଲୋକେ ପ୍ରଥମେ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ ।


ସେଥିରେ ଲୋକସମୂହ କହିଲେ, ଏ ଗାଲିଲୀସ୍ଥ ନାଜରିତର ଭାବବାଦୀ ଯୀଶୁ ।


ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧିତ ତୈଳ ଲଗାଇ ଦେବାକୁ ଲାଗିଲା ।


ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି । ସେ କହିଲେ, ଗୁରୁ, କୁହନ୍ତୁ ।


Swiv nou:

Piblisite


Piblisite