Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 22:4 - ଓଡିଆ ବାଇବେଲ

4 ଆଉ ଯିହୂଦା ଯାଇ, କି ଉପାୟରେ ଯୀଶୁଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହାତରେ ଧରାଇଦେବ, ତାହା ସେମାନଙ୍କ ସହିତ କଥାବାର୍ତ୍ତା କଲା ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆଉ, ସେ ଯାଇ, କି ଉପାୟରେ ତାହାଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହସ୍ତରେ ସମର୍ପଣ କରି ପାରେ, ତାହା ସେମାନଙ୍କ ସହିତ ପରାମର୍ଶ କଲା।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ସେ ମୁଖ୍ୟ ଯାଜକ ଓ ମନ୍ଦିର ମହାରକ୍ଷୀଙ୍କ ନିକଟକୁ ଯାଇ କିପରି ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିବ, ଏ ବିଷୟରେ ମନ୍ତ୍ରଣା କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆଉ ଯିହୂଦା ଯାଇ, କି ଉପାୟରେ ଯୀଶୁଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହାତରେ ଧରାଇଦେବ, ତାହା ସେମାନଙ୍କ ସହିତ କଥାବାର୍ତ୍ତା କଲା।

Gade chapit la Kopi

ପବିତ୍ର ବାଇବଲ

4 ଯିହୂଦା ଯାଇ ପ୍ରଧାନଯାଜକ ଓ ମନ୍ଦିରର ସେନାପତିମାନଙ୍କ ସହିତ କଥାବାର୍ତ୍ତା କଲା। ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିବା ପାଇଁ ଯିହୂଦା ସେମାନଙ୍କ ସହିତ ଏକ ମନ୍ତ୍ରଣା କଲା।

Gade chapit la Kopi




ଲୂକ ଲିଖିତ ସୁସମାଚାର 22:4
9 Referans Kwoze  

ଏହି ସବୁ କଥା ଶୁଣି ମନ୍ଦିରର ସେନାପତି ଓ ପ୍ରଧାନ ଯାଜକମାନେ ଏଥିର ପରିଣାମ କ'ଣ ହେବ ଭାବି ସେମାନଙ୍କ ବିଷୟରେ ଅବାକ୍ ହେବାକୁ ଲାଗିଲେ ।


ସେମାନେ ଲୋକମାନଙ୍କ ନିକଟରେ କଥା କହୁଥିବା ସମୟରେ ଯାଜକମାନେ, ମନ୍ଦିର ସେନାପତି ଓ ସାଦ୍ଦୂକୀମାନେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ;


ସେତେବେଳେ ସେନାପତି କର୍ମଚାରୀମାନଙ୍କ ସହିତ ଯାଇ ସେମାନଙ୍କୁ ଆଣିଲେ, କିନ୍ତୁ ବଳପୂର୍ବକ ନୁହେଁ, କାରଣ କାଳେ ଲୋକେ ସେମାନଙ୍କୁ ପଥର ଫୋପାଡ଼ିବେ,ଏହା ଭୟ କରୁଥିଲେ ।


ଆଉ, ଯୀଶୁ ତାହାଙ୍କ ବିରୁଦ୍ଧରେ ଆସିଥିବା ପ୍ରଧାନ ଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନମାନଙ୍କୁ କହିଲେ, ଡକାୟତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କ'ଣ ବାହାରି ଆସିଲ ?


ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଈଷ୍କାରିୟୋଥ ଯିହୂଦା ନାମକ ପ୍ରଧାନ ଯାଜକମାନଙ୍କ ପାଖକୁ ଯାଇ କହିଲା,


ଓ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଅହୀଟୂବ୍‍ର ଅତି ବୃଦ୍ଧ ପ୍ରପୌତ୍ର ମରାୟୋତ୍‍ର ବୃଦ୍ଧ ପ୍ରପୌତ୍ର ସାଦୋକର ପ୍ରପୌତ୍ର ମଶୁଲ୍ଲମ୍‍ର ପୌତ୍ର ହିଲ୍‍କିୟର ପୁତ୍ର ଅସରୀୟ,


ହିଲ୍‍କୀୟର ପୁତ୍ର ସରାୟ, ସେହି ହିଲ୍‍କିୟ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ୍‍ ସାଦୋକର ପୁତ୍ର, ସାଦୋକ ମରାୟୋତର ପୁତ୍ର, ମରାୟୋତ୍‍ ଅହୀଟୂବ୍‍ର ପୁତ୍ର, ଅହୀଟୂବ୍‍ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଥିଲା।


ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ ।


Swiv nou:

Piblisite


Piblisite